ମାଁ ତାରିଣୀ ପୀଠରେ ମାଁ ଦୁର୍ଗାଙ୍କର ଉଦଯାପନି ଦିବସ
ଯୋରାଡ଼ବରା ତା.୨୦.୧୦.୨୦୨୬ ( ରମେଶ ଚନ୍ଦ୍ର ପୁଟେଲ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଧିନସ୍ଥ ଯୋରାଡ଼ବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡ଼ବରା ଗ୍ରାମରେ ମାଁ ତାରିଣୀ ପୀଠରେ ନଅଦିନ ହେଲା ପୂଜା ପାଳିତ ହୋଇଆସୁଛି । ପୂଜା କାର୍ଯ୍ୟରେ ମାଁ ତାରିଣୀ କମିଟୀ ସଭାପତି ଶ୍ରୀ ବିମଳ ସାହୁ ଓ ସମ୍ପାଦକ ଶ୍ରୀ ମୋତିଲାଲ ସାହୁ ଭକ୍ତ ବୃନ୍ଦ ପୂଜା ସମାପନ କରୁଥିଲେ। ଅନେକ ଦିନ ଅନେକ ପ୍ରକାର ପୂଜା କାର୍ଯ୍ୟ କରାଯାଉଥିଲା । ଏହି ପୂଜା କାର୍ଯ୍ୟରେ ରାତ୍ରିରେ ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇଥିଲା । ରିତିମତ ଭାବରେ ଅନେକ ଲୋକ ସମାଗମ ଦେଖିବାକୁ ମିଳିଥିଲା। ପ୍ରାୟ ଶହ ଶହ ଲୋକ ଏଠାରେ ଆସିକରି ସରଣାଗତ ହୋଇ କରି ଭଗବାନଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ଅନେକ ଲୋକ ଅନେକ ପ୍ରକାର ଭୋଗରାଗ ଆଣି ମାଁ ପୀଠରେ ଅର୍ପଣ କରିଥିଲେ । ପ୍ରତ୍ୟେକ ଦିନ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା ଆଦି କମିଟୀ ତଥା ଭକ୍ତମାନଙ୍କର ଉପସ୍ଥିତିରେ ସମାପନ କରାଗଲା । ବିଶେଷ ପରିମାଣରେ ଏହି ପୀଠରେ ମହିଳା ମାନଙ୍କୁ ଦେଖିବାର ମିଳିଥିଲା।
ରମେଶ ଚନ୍ଦ୍ର ପୁଟେଲଙ୍କ ରିର୍ପୋଟ

