ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ରେ ଧାନ କିଣା ବ୍ୟବସ୍ଥା : ମାତ୍ର ୭୪ ଜଣ ମିଲର୍ସ ଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବ ଦ୍ରଷ୍ଟା 

କଳାହାଣ୍ଡି ରେ ଧାନ କିଣା ବ୍ୟବସ୍ଥା : ମାତ୍ର ୭୪ ଜଣ ମିଲର୍ସ ଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବ ଦ୍ରଷ୍ଟା 

କଳାହାଣ୍ଡି ତା ୨୯/୧୧/୨୦୨୪ ପ୍ରଶାସନ ପକ୍ଷରୁ ୨୯ ତାରିଖ ଦିନ ଧାନ କିଣା ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ବେଳେ ମିଲର୍ସ ଚୁକ୍ତି ନ କଲେ ଧାନ ମଣ୍ଡି ପ୍ରଭାବିତ ହେବାର ଏକ ଅହେତୁକ ପରିକଳ୍ପନା ସୃଷ୍ଟି ହୋଇଯାଇଛି । ମିଲର୍ସ ମାନେ ନିଜ ଜିଦ ରେ ଆଦି ବସି ପ୍ରଶାସନ କୁ ଚାପ ପକାଇବାର ଚେଷ୍ଟା କରୁଥିବା ଆଲୋଚନା ହେଉଛି । କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୪ ଜଣ ମିଲର୍ସ କଷ୍ଟମ ମିଲିଙ୍ଗ ପାଇଁ ଜିଲ୍ଲା ପ୍ରଶାସନ ର ଯୋଗାଣ ବିଭାଗ ସହିତ ଚୁକ୍ତି କରିଥାନ୍ତି । ତଦନୁସାରେ ଆଇନ ଅନୁସାରେ ଧାନ କିଣୂଥିବା ସମବାୟ ସମିତି କିମ୍ବା ମହିଳା ଏସ ଏଚ ଜି ଗୁଡିକ ଚାଷୀଙ୍କ ଧାନ କୁ ମଣ୍ଡି ମାନଙ୍କରେ କିଣିବା ପରେ ନିର୍ଦ୍ଧାରିତ ମିଲର୍ସ ମାନଙ୍କୁ କଷ୍ଟମ ମିଲିଙ୍ଗ ପାଇଁ ଦିଆଯାଇଥାଏ । ପ୍ରାୟ ସମସ୍ତ ସମବାୟ ସମିତି ଗୁଡିକରେ ଗୋଦାମ ଗୃହ ସବୁ ନିର୍ମାଣ କରାଯାଇଥିବା ବେଳେ ପ୍ରାୟ ଅଧିକାଂଶ ମଣ୍ଡିରେ ଆର ଏମ ସି ପକ୍ଷରୁ ଗୋଦାମ ଗୃହ ସବୁ ନିର୍ମାଣ କରାଯାଇଛି କିନ୍ତୁ ସେସବୁ କୁ ଧାନ କିଣା ସମୟରେ ବ୍ୟବହାର କରାଯାଉ ନ ଥିବା ଦେଖା ଯାଉଛି । ଅନେକ ଆର ଏମ ସି ଗୋଦାମକୁ ବ୍ୟବସାୟିକ ଭିତ୍ତିରେ ଭଡାରେ ଦିଆଯାଇଥିବା ବେଳେ ସେସବୁ ଧାନ କିଣା ସମୟରେ କାମକୁ ଆସି ପାରୁ ନ ଥିବା ଦେଖା ଯାଉଛି । 

କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କଷ୍ଟିଙ୍ଗ ସିଟ ରେ ମଣ୍ଡିକୁ ଧାନ ଆଣିବା ଠାରୁ ଆରମ୍ଭ କରି ବସ୍ତା, ସୁତୁଲି , ଲିଫଟିଙ୍ଗ, ଷ୍ଟୋରେଜ ଇତ୍ୟାଦି ସମସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି ଏବଂ ଓଡ଼ିଶା ରେ ସରକାରଙ୍କ ଯୋଗାଣ ବିଭାଗ ନିୟନ୍ତ୍ରଣ ରେ ଧାନ କିଣା ବ୍ୟବସ୍ଥା ପରିଚାଳନା କରାଯାଉଛି । ଦୀର୍ଘ ବର୍ଷ ର ଅବ୍ୟବସ୍ଥା ମଧ୍ୟରେ ମଣ୍ଡି ମାନଙ୍କରେ ମିଲର୍ସ ମାନଙ୍କ ମିୟନ୍ତ୍ରଣ ରେ ଧାନ କିଣା ବ୍ୟବସ୍ଥା ଚାଲୁଥିବା ହେତୁ ସେହି ପ୍ରକ୍ରିୟା ରେ ସମସ୍ତେ ଅଭ୍ୟସ୍ତ ହୋଇଯାଇଥିବା କାରଣରୁ କାଗଜପତ୍ର ରେ ଥିବା ନିୟମ କାନୁନ କୁ ପ୍ରାୟତଃ ଭୁଲିୟାଇଥିବା ପରିଲକ୍ଷିତ ହେଉଛି । ପରିସ୍ଥିତି ଏଭଳି ଅଭ୍ୟାସ ରେ ପରିଣତ ହୋଇଗଲାଣି ଯେ, ଚାଷୀ ଠାରୁ ଆରମ୍ଭ କରି ପ୍ରଶାସନ ସହିତ ସମସ୍ତେ ମିଲର୍ସ ନ ଆସିଲେ ମଣ୍ଡି ଚାଲି ପାରିବ ନାହି ବୋଲି ଏକ ଅହେତୁକ ବିଶ୍ବାସ ସୃଷ୍ଟି ହୋଇଯାଇଥିବା ପରିଲକ୍ଷିତ ହେଉଛି । 

ମଣ୍ଡିରେ ମିଲର୍ସ ଧାନ କିଣନ୍ତି କି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି ହେଉଛି । ଯଦିଓ ମିଲର୍ସ ଙ୍କ ଚୁକ୍ତି ନ ହେଲେ ମଣ୍ଡି ଚାଲିପାରିବ ନାହି ତେବେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ମଣ୍ଡିରେ ମିଲର୍ସ ସିଧା ସଳଖ ଧାନ କିଣୁଛନ୍ତି ଏବଂ କାଗଜପତ୍ର ରେ ଧାନ କିଣା ଦାୟିତ୍ବ ରେ ଥିବା ସମବାୟ ସମିତି କିମ୍ବା ମହିଳା ଏସ ଏଚ ଜି ଗୁଡିକ କେବଳ କାଗଜ ପତ୍ର ପ୍ରସ୍ତରୁତ କରିଥାନ୍ତି । 

ଅନ୍ୟପକ୍ଷରେ ଯଦିଓ ମିଲର୍ସ ଙ୍କ ଚୁକ୍ତି ବିନା ଧାନ ମଣ୍ଡି ଚାଲିବ ନାହି ଏବଂ ମିଲର୍ସ ଆସିଲେ ହିଁ ଧାନ ମଣ୍ଡି ଚାଲିବ ତେବେ ଧାନ କିଣା ବାବଦ କୁ ସମବାୟ ସମିତି ଓ ମହିଳା ଏସ ଏଚ ଜି ଗୁଡିକୁ ଦିଆଯାଉଥିବା କମିଶନ ଟଙ୍କା ସିଧା ସଳଖ ଭାବେ ମିଲର୍ସ ଙ୍କୁ ଦେଇ ଦିଆ ଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କଷ୍ଟିଙ୍ଗ ସିଟ ରେ ମଣ୍ଡିକୁ ଧାନ ଆଣିବା ଠାରୁ ଆରମ୍ଭ କରି ବସ୍ତା, ସୁତୁଲି , ଲିଫଟିଙ୍ଗ, ଷ୍ଟୋରେଜ ଇତ୍ୟାଦି ସମସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି । ତଥାପି ସମସ୍ତ ନିୟମ କାନୁନ କୁ ଆଖିଠାର ମାରି ମିଲର୍ସ ପଛରେ ପ୍ରଶାସନ ଗୋଡାଇବା ଘଟଣା କୁ ବିଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । ସରକାରୀ ନିୟମ ଅନୁସାରେ ଯୋଗାଣ ବିଭାଗ ର ଏଜେଣ୍ଟ ଭାବେ ସମବାୟ ସମିତି ଓ ମହିଳା ଏସ ଏଚ ଜି ଗୁଡିକ ଧାନ କିଣୁଥିବା କାଗଜପତ୍ର ରେ ଲେଖାଯାଉଥିବା ବେଳେ ବାସ୍ତବ ପକ୍ଷେ ମଣ୍ଡିରେ ମିଲର୍ସ ମାନେ ହି ସିଧା ସଳଖ ଧାନ କିଣୂଥିବା ଅଭିଯୋଗ ହେଉଛି । ଅନେକ ସ୍ଥାନରେ ସମବାୟ ସମିତି ଗୁଡିକରେ ମିଲର୍ସ ମାନଙ୍କ ସଂଶ୍ଳିଷ୍ଟ ରହୁଥିବା ବେଳେ କେତେକ ସ୍ଥାନରେ ମିଲର୍ସ ମାନଙ୍କ ପ୍ରଯୋଜିତ ମହିଳା ଏସ ଏଚ ଜି ଗୁଡିକ ଧାନ କିଣୁଥିବା ହେତୁ ମଣ୍ଡିରେ ସିଧା ସଳଖ ଭାବେ ମିଲର୍ସ ଙ୍କ ସମ୍ପୂର୍ଣ୍ଣ ପ୍ରଭାବ ରହୁଥିବା ଅଭିଯୋଗ ହେଉଛି । ମୋଟାମୋଟି ଭାବରେ କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୪ ଜଣ ମିଲର୍ସ ପ୍ରଶାସନିକ ନୀରବତା ଯୋଗୁଁ ଲକ୍ଷାଧିକ ଚାଷୀଙ୍କୁ ନିୟନ୍ତ୍ରଣ କରୁଥିବା ଆଲୋଚନା ହେଉଛି । ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତ ଗୋଦାମ ଗୁଡିକୁ ନିୟନ୍ତ୍ରଣ କୁ ନେଇ ସିଧା ସଳଖ ଭାବେ ଚାଷୀଙ୍କ ଧାନ କିଣିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

( ମ ନି ସ ) 

 

Related posts

ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

Sunil Chandra Nayak

ସାପ ନାଁ ଶୁଣିଲେ ସୃଷ୍ଟି ହୁଏ ଭୟ

Sunil Chandra Nayak

ଓଡ଼ିଆ ଭାଷା ବିକାଶ ମଞ୍ଚର କୋଏଲ ବିଦ୍ଯାପୀଠରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!