ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗକୁ ମାଟ୍ରିକ ପରୀକ୍ଷା ,ସଂସ୍କୃତ ଶିକ୍ଷକ ବଦଳି ହେଲେ ,ଚିନ୍ତାରେ ଛାତ୍ରଛାତ୍ରୀ 

ଆଗକୁ ମାଟ୍ରିକ ପରୀକ୍ଷା ,ସଂସ୍କୃତ ଶିକ୍ଷକ ବଦଳି ହେଲେ ,ଚିନ୍ତାରେ ଛାତ୍ରଛାତ୍ରୀ 

ଜୁନାଗଡ଼ ୨୫/୧୧ ( ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୨୧ ଜଣ ଛାତ୍ରଛାତ୍ରୀ ପାଠ ପଢି ଥାନ୍ତି ।ଶିକ୍ଷକ ସଂଖ୍ୟା ମାତ୍ର ୬ ଜଣ ।ଆଗରୁ ଏହି ବିଦ୍ୟାଳୟରେ ନିରାକାର ଦାସ ସଂସ୍କୃତ ଶିକ୍ଷକ ଭାବରେ ନିଯୁକ୍ତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତ ଶିକ୍ଷା ଦେଉଥିଲେ ।ହେଲେ ଦୁର୍ଭାଗ୍ୟର ବିଷୟ ସଂସ୍କୃତ ଶିକ୍ଷକ ଶ୍ରୀ ଦାସ ଅନ୍ୟ ଜିଲ୍ଲା କୁ ବଦଳି ହେଲେ ।ଏବେ ଆଗକୁ ମାଟ୍ରିକ ପରୀକ୍ଷା ଥିବାରୁ ଏବେ ଘୋର ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ ।ଗତ ୧୭/୧୦ ରେ ଶ୍ରୀ ଦାସ ଙ୍କର ବଦଳି ହେଲା ।ସେହି ଦିନ ଠାରୁ ଆଜି ଯାଏଁ ସଂସ୍କୃତ ଶିକ୍ଷକ ଶିକ୍ଷା ବିଭାଗ ଦେଇ ନାହିଁ ।ଫଳରେ ସଂସ୍କୃତ ପାଠ ପଢା ସମ୍ପୂର୍ଣ ବନ୍ଧ ରହିଛି ।ପ୍ରକାଶ ଥାଉକି ନବମ ଶ୍ରେଣୀରେ ୧୧୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୧୦୦ ଜଣ ଛାତ୍ରଛାତ୍ରୀ ସଂସ୍କୃତ ପାଠ ପଢି ଥାନ୍ତି ।ସେହିପରି ଦଶମ ଶ୍ରେଣୀରେ ୧୦୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୯୦ ଜଣ ଛାତ୍ରଛାତ୍ରୀ ସଂସ୍କୃତ ପାଠ ପଢ଼ିଥାନ୍ତି ।ମାତ୍ର ଏବେ ସଂସ୍କୃତ ଶିକ୍ଷକ ନ ଥିବାରୁ ଆଗକୁ ହେବାକୁ ଥିବା ଦଶମ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ କିପରି ଭାବରେ ସଂସ୍କୃତ ପରୀକ୍ଷା ଦେବେ ତାହା ଏବେ ଚିନ୍ତାର ବିଷୟ ବସ୍ତୁ ପାଲଟିଛି । ଶିକ୍ଷା ବିଭାଗର ବିଚିତ୍ର ନୀତି ମାଟ୍ରିକ ପରୀକ୍ଷା କୁ ମଧ୍ୟ ଭୁଲିଗଲେ ।ଚିନ୍ତା କଲେ ନାହିଁ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କଥା ।ଶିକ୍ଷକ ବଦଳି କଲେ ହେଲେ ତାଙ୍କ ବଦଳରେ ଶିକ୍ଷକ ଦେଲେ ନାହିଁ ।ଏଥିରେ ଦୋଷ କାହାର ଶିକ୍ଷା ବିଭାଗର ନ। ଛାତ୍ରଛାତ୍ରୀ ଙ୍କର । ଫେବୃଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି ।ବର୍ତ୍ତମାନ ଦୁଇ ମାସ ଖଣ୍ଡେ ପାଠ ପଢ଼ାଯିବ ,ତାପରେ ବୋର୍ଡ ପରୀକ୍ଷା ହେବ । ଏଣୁ ଛାତ୍ରଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନେଇ ନାହାନ୍ତି ।ଯାହା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।ଯଥା ଶୀଘ୍ର ଏହାର ସମାଧାନ ଶିକ୍ଷା ବିଭାଗ ନ କରେ ତାହା ହେଲେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

masiha

ରାୟଗଡ଼ା ରେଳ ଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ

masiha

ଅବ୍ୟବସ୍ଥା ଘେରରେ ପାନୀୟ ଜଳ ଯୋଗାଣ

Sunil Chandra Nayak

Leave a Comment

error: Content is protected !!