ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ 

ରାୟଗଡାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ 

ରାୟଗଡା ତା-୬-୨-୨୦୨୫ // ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ରାୟଗଡା ବିଧାୟକ ଶ୍ରୀଯୁକ୍ତ ଆପଲାସ୍ଵାମୀ କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଗୋପାଳପୁର ଆର୍ମୀ ନିଯୁକ୍ତି କେନ୍ଦ୍ରରୁ ମେଜର କଲ୍ୟାଣ ରେଡ୍ଡୀ ଓ ସୁବେଦାର ମେଜର ସଞ୍ଜୀବ ଦିକ୍ଷିତ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଂଧିକାରୀ ତତ୍ବମଶୀ ମହାପାତ୍ର ମଞ୍ଚାସୀନ ଥିଲେ । ଶ୍ରୀ ମହାପାତ୍ର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ ଓ ନିୟୋଜନ ଅଧିକାରୀ ଶ୍ବର୍ଣଲତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ଯ ଅତିଥି ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ଯ ଦେଇ ଏହାର ଉଦଘାଟନ କରି ଆର୍ମୀ ବିଭାଗ ଆମ ପାଇଁ ଗର୍ବ ଓ ଗୌରବ , ଯୁବପିଢି ଦେଶପାଇଁ ଆଗକୁ ବଢିବାକୁ କହିଥିଲେ । ଜିଲ୍ଲା ମଧ୍ଯରେ ଅନେକ କାରଖାନା ଥିବାବେଳେ, ଯୁବଗୋଷ୍ଠୀଙ୍କୁ ଆବଶ୍ଯକ ରୋଜଗାର ଦେଇପାରୁନଥିବାରୁ ଦୁଃଖ ପ୍ରକାଶ କରିବା ସହ ଅଧିକ ସ୍ଥାନୀୟ କର୍ମନିଯୁକ୍ତି ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।

ବେକାର ଯୁବକ ଯୁବତୀମାନଙ୍କ ପଞ୍ଜୀକରଣ ପାଇଁ ବ୍ଳକୱାରି ଷ୍ଟଲର ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ତଥା ଜିଲ୍ଲା ଓ ରାଜ୍ୟ ବାହାରୁ ୬୫ ଗୋଟି କର୍ମ ନିୟୋଜନ ସଂସ୍ଥା ନିଜ ନିଜ ଷ୍ଟଲ୍ ରେ ବିଭିନ୍ନ ପଦବୀ ଓ ସେଥିନିମନ୍ତେ ତାଲିମ ଓ କର୍ମ ନିୟୋଜନ ପ୍ରକ୍ରିୟା ବିଷୟରେ ଯୁବ ପୀଢିକୁ ବୁଝେଇଥିଲେ। ୨୦୦୦ ରୁ ଉର୍ଦ୍ଧ ଶିକ୍ଷିତ ବେକାର ଯୁବକ ଯୁବତୀ ଯୋଗଦେଇ ବିଭିନ୍ନ ଦକ୍ଷତା ସମ୍ବଳିତ ଓ ବୈଷୟିକ ଶିକ୍ଷା ସମ୍ବଳିତ ରୋଜଗାରକ୍ଷମ ଜୀବିକା ବିଷୟରେ ତଥ୍ଯ ପ୍ରାପ୍ତ କରିଥିଲେ।  

  ଚଳିତ ଥର ନିଯୁକ୍ତି ମେଳାରେ ଅଭିନବ ଭାବେ ବିଭିନ୍ନ ବୈଷୟିକ ପ୍ୟାନେଲର ଆୟୋଜନ କରାଯାଇଥିଲା । ବିକଶିତ ରାୟଗଡା ନିମନ୍ତେ ବୈଷୟିକ ଶିକ୍ଷାର ଭୂମିକାରେ ୟୁଜିଏମ୍ଆଇଟି ର ଅଧ୍ୟକ୍ଷ ନାରାୟଣ ପଟେଲ ଅଲୋଚନା ପରିଚାଳନା କରିଥିଲେ । ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ବବିଳତା ଶ୍ରଫ, ସରକାରୀ ଆଇ ଟି ଆଇର ଅଧ୍ୟକ୍ଷ ବିନୟ କୁମାର ବସନ୍ତରାୟ, ବିଷମକଟକ ଆଇ ଟି ଆଇ ର ଅଧ୍ୟକ୍ଷ ଆର କେ ପ୍ରଧାନ ଓ ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ଆଲୋଚନା କରିଥିଲେ। ଦ୍ଵିତୀୟ ପ୍ୟାନେଲରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ପରିଚାଳକ ବିଜୟ ସାହୁ ବିକଶିତ ରାୟଗଡା ନିମନ୍ତେ କଳକାରଖାନାର ଭୂମିକା ବିଷୟରେ ଅଲୋଚନା ପରିଚାଳନା କରିଥିଲେ। ଆଲୋଚନାରେ ରାୟଗଡା ଅରମାସର ଉପ ମୁଖ୍ଯ ନିର୍ବାହୀ ଅଧିକାରୀ ମନୋଜ ପାତ୍ର, ବିନାୟକ ଷ୍ଟିଲ ଓ ଇଞ୍ଜିନିୟରିଂ ର ମୁଖ୍ଯ କେ ନରିନ କୁମୁନ୍ଦନ ଓ ଏମଏସଏମଇର ଜିଲ୍ଲା ଅଧିକାରୀ କୋଟି ରତ୍ନମ ଆଲୋଚନା କରିଥିଲେ ।

      ଏହି ଅବସରରେ ଆଠଜଣ ଦୃଷ୍ଟାନ୍ତ ମୂଳକ ବ୍ଯକ୍ତିତ୍ବଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ବିଭିନ୍ନ କମ୍ପାନୀର ୨୮ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରଯାଇଥିଲା । ସରକାରୀ ଆଇଟିଆଇର ସହକାରୀ ତାଲିମ ଅଧିକାରୀ ସନ୍ତୋଷ କୁମାର ସାହୁ ସଞ୍ଜୋଜନା କରିଥିଲେ ।କନିଷ୍ଠ ନିୟୋଜନ ଅଧିକାରୀ ସନ୍ତୋଷ କୁମାର ନନ୍ଦ, ନିୟୋଜନ କାର୍ଯ୍ଯାଳୟର କୋମଲ କୁମାରୀ ଓ ଅନ୍ଯାନ୍ଯ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ: ନାବାଳକର ମଳ ଦ୍ବାରରେ ପଶିଗଲା ଶାବଳ 

Sunil Chandra Nayak

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଗୁରୁଦିବସ ପାଳନ

masiha

Leave a Comment

error: Content is protected !!