କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭଳିଆ ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦିଅ, ଧାନ ର ଏମ.ଏସ.ପି ଡବଲ କର, ପେସା ଆକ୍ଟ ଲାଗୁ କର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରେ ସାଂସଦ ରାଜ୍ୟସଭା ଶ୍ରୀ ନିରଞ୍ଜନ ବିଶି ଙ୍କ କଡା ମନ୍ତବ୍ୟ
ନୂଆଦିଲ୍ଲୀ ୬ /୨ // ଚଳିତ ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରେ ବିଜେଡି ର ସାଂସଦ ଶ୍ରୀ ନିରଞ୍ଜନ ବିଶି ରାଜ୍ୟସଭା କେନ୍ଦ୍ର ସରକାର ଙ୍କୁ କଡା ସମାଲୋଚନା କରିଥିଲେ l ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ର ବିକାଶ ଦିଗରେ ବିଜେପି ସରକାରଙ୍କ ଅବହେଳା କ୍ଷେତ୍ର ରେ ସାଂସଦ ଶ୍ରୀ ବିଶି ଆଲୋକପାତ କରି କହିଲେ ଯେ । ଭାରତରେ ୭୨୫୬ ଟି ବ୍ଲକ ଅଛି ସେଥିମଧ୍ୟରୁ 664 ଟି ବ୍ଲକ ଅନୁସୂଚିତ ଅଞ୍ଚଳ ଅଧୀନରେ ଅଛି, ଦେଶରେ ଅନୁସୂଚିତ ଜନଜାତି (ଏସଟି) ଜନସଂଖ୍ୟା ୧୫ କୋଟି, ୭୫0ଟି ଏସଟି ସମ୍ପ୍ରଦାୟ ଏବଂ ୭୫ ଟି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ବସବାସ କରୁଛନ୍ତି । ଭାରତରେ କେବଳ 470 ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ୧ ଲକ୍ଷ ୨୫ ହଜାର ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦିଆଯାଉଛି l ଓଡିଶାର 314 ଟି ବ୍ଲକ୍ ମଧ୍ୟରେ କେବଳ 47 ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଚାଲୁଛି l ସେହିପରି ଓଡିଶା ରେ ୧ କୋଟି ୨0 ଲକ୍ଷ ଆଦିବାସୀ ଅଛନ୍ତି । ପ୍ରତ୍ୟେକ ବ୍ଲକ ରେ ଗୋଟିଏ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ କରିବା ଦରକାର l କିସ କିଟ ର ପ୍ରତିଷ୍ଠାତା ମହାତ୍ମା ଡ଼ ଅଚ୍ୟୁତାନନ୍ଦ ସାମନ୍ତ ଙ୍କ ମହାନ ବ୍ୟକ୍ତିତ୍ୱ ଏବଂ ଆଦିବାସୀ ମାନଙ୍କ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ, ଶ୍ରୀ ବିଶି ଆହୁରି ବର୍ଣନା କରିଥିଲେ ଯେ ଯଦି କିସ୍ ଏବଂ କିଟ ର ପ୍ରତିଷ୍ଠାତା ତଥା ପୂର୍ବତନ ଲୋକସଭା ସାଂସଦ, କାଲିଙ୍ଗା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍) ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ୧.୫0ଲକ୍ଷ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଉଚ୍ଚଶିକ୍ଷା, ଗୁଣାତ୍ମକ ଶିକ୍ଷା, ଧନ୍ଦାମୂଳକ ଏବଂ ବୃତ୍ତିଗତ ଶିକ୍ଷା ପ୍ରଦାନ କରୁଛନ୍ତି । ତେବେ କେନ୍ଦ୍ର ସରକାର କିସ ଭଳିଆ ବିଦ୍ୟାଳୟ ସ୍ଥାପନ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାର ପାଖରେ ଅର୍ଥ ଅଭାବ ଯୋଗୁଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିପାରୁନାହାନ୍ତି କି ବୋଲି କଟୁ ସମାଲୋଚନା କରିଥିଲେ l ଏହା ଉପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ କୁ ଶ୍ରୀ ବିଶି ସ୍ପଷ୍ଟୀକରଣ ମାଗିଛନ୍ତି। ଯଦି ପାଣ୍ଠି ଉପଲବ୍ଧ ଅଛି, ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ଏକଲବ୍ୟ ବିଦ୍ୟାଳୟ କାହିଁକି ପ୍ରତିଷ୍ଠା କରାଯାଉନାହିଁ? ଶ୍ରୀ ବିଶି ଗୃହକୁ ମନେ ପକାଇ ଦେଇଛନ୍ତି ଯେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟା (ଓଏଏଭି) ଏବଂ କାଲିଙ୍ଗ ଆଦର୍ଶ ବିଦ୍ୟାଲୟ କୁ ସଫଳତାର ସହ ପ୍ରତିଷ୍ଠା କରିଛନ୍ତି।
ଚାଷୀ ଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଅନୁଯାୟୀ କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) କୁ ଦ୍ୱିଗୁଣିତ କରିବାର ଆବଶ୍ୟକତା ଉପରେ ଶ୍ରୀ ବିଶି ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ବିଶି ଧାନର ଏମଏସପିରେ ଥିବା ପାର୍ଥକ୍ୟକୁ ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ ଯେ କୃଷକ ମାନଙ୍କ ଆୟ ଦ୍ୱିଗୁଣିତ ହେବା ପାଇଁ କୃଷକମାନେ କ୍ୱିଣ୍ଟାଲ ପିଛା 4,600 ଟଙ୍କା ଘୋଷଣା କରିଥିଲେ l କିନ୍ତୁ ଓଡିଶାରେ କୃଷକମାନେ କ୍ୱିଣ୍ଟାଲ ଧାନ ପିଛା ମାତ୍ର ୨୩00 ଟଙ୍କା ପାଉଛନ୍ତି।
ଆଦିବାସୀ ମାନଙ୍କ ସ୍ବଶାସନ ବ୍ୟବସ୍ଥା ପାଇଁ ହୋଇଥିବା ପେସା ଆଇନ ୧୯୯୬ ର କାର୍ଯ୍ୟକାରୀତା ହେବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ, ପେସା ଆଇନ ଆଦିବାସୀ ଙ୍କ ଜମି ଅଧିକାର, ଜଙ୍ଗଲ ଅଧିକାର, ଜଳ ସମ୍ପଦ ଅଧିକାର ତଥା ଜୀବିକା ଅଧିକାର, ସଂସ୍କୃତି ସୁରକ୍ଷା, ସାମାଜିକ ଅର୍ଥନୈତିକ ବିକାଶ ପାଇଁ ପ୍ରଣୟନ କରାଯାଇଥିଲା l କିନ୍ତୁ ଅନୁସୂଚିତ ଅଞ୍ଚଳରେ ବାସ କରୁଥିବା ଆଦିବାସୀମାନଙ୍କ ସ୍ୱୟଂଶାସନକୁ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ୨ ୮ ବର୍ଷ ପରେ ବି ପେସା ଆଇନ କାର୍ଯ୍ୟକାରୀ ହୋଇପାରି ନାହିଁ। ଶ୍ରୀ ବିଶି କହିଥିଲେ ଯେ ଏସସି / ଏସଟି ସମ୍ପ୍ରଦାୟର ଅଧିକାରର ସୁରକ୍ଷା ତଥା ସେମାନଙ୍କର ସାମାଜିକ ଅର୍ଥନୈତିକ ବିକାଶକୁ ସରକାର ପ୍ରୋତ୍ସାହିତ କରିବାରେ ବିଫଳ ହେଉଛନ୍ତି। ଜମି, ଜଙ୍ଗଲ, ଜଳ , ସଂସ୍କୃତି , ଏବଂ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପାରିକ ବନବାସୀ (ଜଙ୍ଗଲ ଅଧିକାରର ସ୍ୱୀକୃତି) ଆଇନ ସଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ |
ଆହୁରି ସାଂସଦ ଶ୍ରୀ ବିଶି ସୂଚାଇ ଦେଇଛନ୍ତି ଯେ ଏସଟି ପ୍ରାର୍ଥୀଙ୍କୁ ସରକାରୀ ଚାକିରୀ ଯୋଗାଇ ଦିଆଯାଉ ନାହିଁ, ଯଦି ୨ କୋଟି ଚାକିରୀ ଦିଆଯାଏ ତେବେ ଏସସି ଏବଂ ଏସଟି ପ୍ରାର୍ଥୀ କୋଟା ରେ 45ଲକ୍ଷ ସରକାରୀ ଚାକିରୀ ପାଇପାରିବେ । ଦେଶର ଅନୁସୂଚିତ ଜନ ଜାତି ଙ୍କ ପ୍ରତି ଅତ୍ୟାଚାର 14% ବୃଦ୍ଧି ପାଇଥିବାବେଳେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୭ ପ୍ରତିଶତ ରହିଛି।
ଏହି ଗୁରୁତ୍ ପୂର୍ଣ୍ଣ ସମସ୍ୟାର ସମାଧାନ ତଥା ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତି ସମ୍ପ୍ରଦାୟ ପାଇଁ ନ୍ୟାୟ, ଶିକ୍ଷା, ସାମାଜିକ, ଅର୍ଥନୈତିକ ଉନ୍ନତି ନିଶ୍ଚିତ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଂସଦ ଶ୍ରୀ ବିଶି ପ୍ରସଙ୍ଗ ଉପସ୍ଥାପନା କରିଥିଲେ ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍

