ଡାବୁଗାଁ, ୧୧/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜବାଗୁଡା ପଞ୍ଚାୟତ ଅଧୀନ ଦରଗୁଲା ଗ୍ରାମ ନିକଟ ଅଙ୍ଗୀ ନଦୀ ପାଖରେ ପଥର ବ୍ଳାଷ୍ଟିଙ୍ଗ ହୋଇ ଏକର ଏକର ମକା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ରାୟପୁର ଠାରୁ ବିଶାଖାପାଟନମ ପର୍ଯ୍ୟନ୍ତ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗର ଭାରତ ମାଳା ରାସ୍ତା ନିର୍ମାଣ ନିମନ୍ତେ ଦରଗୁଲା ଗ୍ରାମ ନିକଟ ଅଙ୍ଗୀ ନଦୀ ର ଅପର ପାର୍ଶ୍ଵରେ ଥିବା ପଥରଖଣିରେ ବ୍ଳାଷ୍ଟିଙ୍ଗ କରି ପଥର ନିଆଯାଉଥିବାରୁ ଅଙ୍ଗୀ ନଦୀ କୂଳରେ ଥିବା ଗ୍ରାମର ୫ ଜଣ ଚାଷୀଙ୍କ ଜମିରେ ଥିବା ମକା ଫସଲ ରେ ପଥର ପଡି ଚାଷ ନଷ୍ଟ ହୋଇଛି | ଚାଷୀ ବ୍ୟାଙ୍କରୁ ଋଣ ନେଇ ଚାଷ କରିଛି | ରାସ୍ତା କାମ ନେଇଥିବା କମ୍ପାନୀର ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀର କ୍ଷତି ଘଟୁଛି ବୋଲି ଗ୍ରାମର ଚାଷୀ ପୁରୁଷତି ମାଝି, ଳାମ୍ବୁ ମାଝି, ସିଙ୍ଗି ମାଝି, ଜୟ ଭତରା ଓ ଭକଚନ୍ଦ ମାଝି ପ୍ରମୁଖ ଅଭିଯୋଗ କରିଛନ୍ତି | ଏନେଇ ପୂର୍ବରୁ ୨୪/୧/୨୦୨୩ ଦିନ ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟରେ ହୋଇଥିବା ଜିଲପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ମଧ୍ୟ ଅଭିଯୋଗ କରିଥିଲେ | ଏହା ପରେ କିଛି ଦିନ ପଥର ବ୍ଳାଷ୍ଟିଙ୍ଗ ବନ୍ଦ ରହିଥିଲା | ପୁଣି ଏବେ ସେହି ସ୍ଥାନରେ ପଥର ବ୍ଲଷ୍ଟଙ୍ଗ ହେବାରୁ ଚାଷୀ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି | ଏନେଇ ଜବାଗୁଡା ସରପଞ୍ଚ ଗୋମତୀ ଭତରା ଙ୍କୁ ଯୋଗ ଯୋଗ କରିବାରୁ ଉକ୍ତ କମ୍ପାନୀ କର୍ମଚାରୀ ମାନଙ୍କ ସହ ଆଲୋଚନା କରି କ୍ଷତି ପୁଅରଣ ଦେବା ପାଇଁ ବ୍ୟବସ୍ଥା କରିବି ବୋଲି କହିଥିଲେ | ଏନେଇ ଜିଲା ପ୍ରଶାସନ ଓ ଭାରତ ମାଳା ପ୍ରକଳ୍ପ ର ଅଧିକାରୀ ମାନେ ଦ୍ରୁଷ୍ଟି ଦେଇ କ୍ଷତିପୂରଣ ବବାଦକୁ ସହାୟତା ରାଶି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ