ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଥର ବ୍ଳାଷ୍ଟିଙ୍ଗ ହୋଇ ମକା ଫସଲ ନଷ୍ଟ

ଡାବୁଗାଁ, ୧୧/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜବାଗୁଡା ପଞ୍ଚାୟତ ଅଧୀନ ଦରଗୁଲା ଗ୍ରାମ ନିକଟ ଅଙ୍ଗୀ ନଦୀ ପାଖରେ ପଥର ବ୍ଳାଷ୍ଟିଙ୍ଗ ହୋଇ ଏକର ଏକର ମକା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ରାୟପୁର ଠାରୁ ବିଶାଖାପାଟନମ ପର୍ଯ୍ୟନ୍ତ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗର ଭାରତ ମାଳା ରାସ୍ତା ନିର୍ମାଣ ନିମନ୍ତେ ଦରଗୁଲା ଗ୍ରାମ ନିକଟ ଅଙ୍ଗୀ ନଦୀ ର ଅପର ପାର୍ଶ୍ଵରେ ଥିବା ପଥରଖଣିରେ ବ୍ଳାଷ୍ଟିଙ୍ଗ କରି ପଥର ନିଆଯାଉଥିବାରୁ ଅଙ୍ଗୀ ନଦୀ କୂଳରେ ଥିବା ଗ୍ରାମର ୫ ଜଣ ଚାଷୀଙ୍କ ଜମିରେ ଥିବା ମକା ଫସଲ ରେ ପଥର ପଡି ଚାଷ ନଷ୍ଟ ହୋଇଛି | ଚାଷୀ ବ୍ୟାଙ୍କରୁ ଋଣ ନେଇ ଚାଷ କରିଛି | ରାସ୍ତା କାମ ନେଇଥିବା କମ୍ପାନୀର ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀର କ୍ଷତି ଘଟୁଛି ବୋଲି ଗ୍ରାମର ଚାଷୀ ପୁରୁଷତି ମାଝି, ଳାମ୍ବୁ ମାଝି, ସିଙ୍ଗି ମାଝି, ଜୟ ଭତରା ଓ ଭକଚନ୍ଦ ମାଝି ପ୍ରମୁଖ ଅଭିଯୋଗ କରିଛନ୍ତି | ଏନେଇ ପୂର୍ବରୁ ୨୪/୧/୨୦୨୩ ଦିନ ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟରେ ହୋଇଥିବା ଜିଲପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ମଧ୍ୟ ଅଭିଯୋଗ କରିଥିଲେ | ଏହା ପରେ କିଛି ଦିନ ପଥର ବ୍ଳାଷ୍ଟିଙ୍ଗ ବନ୍ଦ ରହିଥିଲା | ପୁଣି ଏବେ ସେହି ସ୍ଥାନରେ ପଥର ବ୍ଲଷ୍ଟଙ୍ଗ ହେବାରୁ ଚାଷୀ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି | ଏନେଇ ଜବାଗୁଡା ସରପଞ୍ଚ ଗୋମତୀ ଭତରା ଙ୍କୁ ଯୋଗ ଯୋଗ କରିବାରୁ ଉକ୍ତ କମ୍ପାନୀ କର୍ମଚାରୀ ମାନଙ୍କ ସହ ଆଲୋଚନା କରି କ୍ଷତି ପୁଅରଣ ଦେବା ପାଇଁ ବ୍ୟବସ୍ଥା କରିବି ବୋଲି କହିଥିଲେ | ଏନେଇ ଜିଲା ପ୍ରଶାସନ ଓ ଭାରତ ମାଳା ପ୍ରକଳ୍ପ ର ଅଧିକାରୀ ମାନେ ଦ୍ରୁଷ୍ଟି ଦେଇ କ୍ଷତିପୂରଣ ବବାଦକୁ ସହାୟତା ରାଶି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତାଲୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଢେପାଗୁଡ଼ା ଗାଁ ନିକଟରେ ଥିବା ଅଧପନ୍ତରିଆ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବିଡିଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

masiha

ରାସ୍ତା ପ୍ରସ୍ତରୀକରଣ ନାମରେ ବନୀକରଣ ଯୋଜନାର ବୃକ୍ଷ ବିନାନୁମତିରେ ଛେଦନ

masiha

Leave a Comment

error: Content is protected !!