ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଇଲେରିଆ ନିରାକରଣ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ ବାବଦରେ ସଚେତନତା ରାଲି ଅନୁଷ୍ଠିତ 

ରୁପ୍ରା, ୧୧/୨ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ସମସ୍ତ ଅଞ୍ଚଳରେ ଫେବୃଆରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏଥିପାଇଁ ତାଲିମ ପ୍ରାପ୍ତ ଆଶା, ଅଙ୍ଗନୱାଡି କର୍ମୀ ଓ ସ୍ୱେଚ୍ଛାସେବୀ ଘର ଘର ବୁଲି ଡିଇସି ଓ ଆଲବେଣ୍ଡାଜଲ୍ ଔଷଧ ସେବନ କରାଉଛନ୍ତି। ଏହି ରୋଗର ଭୟାବହତା ସଂପର୍କରେ ଲୋକେ ଅବଗତ ନଥିବାରୁ ସେମାନଙ୍କୁ ସଚେତନ କରିବା ପାଇଁ ଆଜି ରୁପ୍ରା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରୁପ୍ରା ପିଏଚସିର ମେଡିକାଲ ଅଫିସର ଡା.ଦୁର୍ଯ୍ୟୋଧନ ପ୍ରଧାନ (ଆୟୁଷ) ଙ୍କ ଆହ୍ୱାନ କ୍ରମେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ଏଏନ୍ଏମ୍ ମିନୂରାଣୀ ବେହେରା, ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗବ୍ୟାସ ଭୋଇ, ଶିକ୍ଷକ ରବିନ୍ଦ୍ର ସାହୁ, ସମାଜସେବୀ ରାଜୀବ ସାହୁ, ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ଚନ୍ଦ୍ରଶେଖର ବେହେରା, ସୁଦାମ ଚରଣ ମିଶ୍ର ଓ ବିଜୟ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ, ରୁପ୍ରା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରାର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରେ ଏକ ରାଲି ଗ୍ରାମ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରାମାଧୀନ ସଂସ୍କୃତ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ-2023 ଉଦଘାଟନ

masiha

ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର ଓ ଥଇଥାନ

Sunil Chandra Nayak

ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!