ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାରେ ବିଶ୍ୱ ପରିବେଶ ଦିବସ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ଙ୍କୁ ସମ୍ମାନିତ କଲେ କଳାହାଣ୍ଡି ଜିଲ୍ଲାପାଳ…

ଭବାନୀପାଟଣାରେ ବିଶ୍ୱ ପରିବେଶ ଦିବସ

ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ଙ୍କୁ ସମ୍ମାନିତ କଲେ କଳାହାଣ୍ଡି ଜିଲ୍ଲାପାଳ……

ଆଜି ବିଶ୍ୱ ପରିବେଶ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ବନ ବିଭାଗ ପକ୍ଷରୁ ଭବାନୀପାଟଣା ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ପ୍ରକୃତିର ସଂରକ୍ଷଣ ଦିଗରେ ନିରବଚ୍ଛିନ୍ନ ଅବଦାନ ପାଇଁ ପ୍ରକୃତି ବନ୍ଧୁ ଓ ପ୍ରକୃତିମିତ୍ର-୨୦୨୬ ପୁରସ୍କାର ପ୍ରଦାନ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ୨୦୨୬ ଙ୍କୁ ସମ୍ମାନିତ କରିଥିଲେ।କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ପରିଷଦ ର ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ,ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ଦକ୍ଷିଣ ବନଖଣ୍ଡ ଡିଏଫଓ ଆର କଲେଇଭାଳନ, ଉତ୍ତର ବନଖଣ୍ଡ ଡିଏଫଓ ପ୍ରଭାକର କୁମାର ବର୍ମା, ସିଆରପିଏଫ୍ କମାନଡେଣ୍ଟ ଅଜୟ କୁମାର,ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଅତିରିକ୍ତ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ,ପରିବେଶବିତ୍ ରବି ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଧର୍ମଗଡ଼ ବ୍ଲକ କାଙ୍କେରି ଗ୍ରାମର ମହେଶ୍ୱର ସୁନାନୀ, ଭବାନୀପାଟଣା ର ରାଜୁ କୁମାର ସାହୁ, ଜୟ ପାଟଣା ବ୍ଲକ ଘଣ୍ଟିଗୁଡ଼ା ର ଲଳିତ କୁମାର ନାଏକ, ଜୁନାଗଡ ବ୍ଲକ କୁଲିହାରୀ ର ବିଜୟ କୁମାର ପାଢ଼ୀ, କଲମ ପୁର ବ୍ଲକ ବଳାଗାଁ ର ପ୍ରହଲ୍ଲାଦ ବେହେରା, କେସିଙ୍ଗା ବ୍ଲକ କିନେରକେଳା ର ପୁଷ୍ପାଞ୍ଜଳି ମିଶ୍ର,କୋକସରା ବ୍ଲକ ଗମ୍ଭାରୀଗୁଡା ର ଦୁର୍ମନ୍ୟ ଶବର, ମଦନ ପୁର ରାମ ପୁର ବ୍ଲକ ଦୂର୍ଲାଦାନି ର କୋଦଣ୍ଡ ବଗର୍ତ୍ତୀ, ନର୍ଲା ବ୍ଲକ ସରିଆଁ ର ଟଙ୍କଧର ସାହୁ, ଥୁଆମୂଳ ରାମପୁର ବ୍ଲକ କନ୍ଧ ବାନ୍ଦୋପଲା ର ଡୋଳାମଣି ସାହୁ ଙ୍କୁ ୨୦୨୬ ର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଭବାନୀପାଟଣା ବ୍ଲକ ଡୁମେରବାହାଲ ୟୁ ପି ସ୍କୁଲ,ଧର୍ମଗଡ଼ ବ୍ଲକ ସେମଲା ର ରାମକୃଷ୍ଣ ଯୁବକ ସଂଘ, ଗୋଲାମୁଣ୍ଡା ବ୍ଲକ ମହା ଲିଙ୍ଗ ର ପିଏମ୍ ଶ୍ରୀ ହାଇସ୍କୁଲ, ଜୁନାଗଡ ର ସରକାରୀ ଉଚ୍ଚ ବିଦ୍ୟାଳୟ, ମଦନ ପୁର ରାମପୁର ବ୍ଲକ ଜୁରା ଖମନ ର ସେବା ଜଗତ, ନର୍ଲା ବ୍ଲକ ର ନର୍ଲା ରୋଡ ସ୍ଥିତ ଜୟ ଦୁର୍ଗା ହାଇସ୍କୁଲ କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜଳସେଚନ କଣଠେସା,,,କୁର୍ଲୁମୁଣ୍ଡା ପ୍ରକଳ୍ପ ହିଁ ଗ୍ରାମବାସୀଙ୍କ ସାହା ଭରଷା 

masiha

ଅନ୍ଵେଷା ର ୧୦୪ ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମ ମହୋତ୍ସବ ପାଳନ

masiha

ମେଧାଅନ୍ବେଷଣ ପ୍ରତିଯୋଗିତାରେ ୫ ଜଣଙ୍କୁ ମିଳିଲା ପ୍ରଥମ ସ୍ଥାନ 

Sunil Chandra Nayak

Leave a Comment

error: Content is protected !!