ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତରାଭଟ୍ଟା,ଜାତୀୟ ସେବା ଯୋଜନା ଶିବିରରେ କାର୍ଯ୍ୟକ୍ରମ

ନବରଙ୍ଗପୁର—(ମସିହା) ତରାଭଟ୍ଟା ସ୍ଥିତ କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟର ପୋଷ୍ୟଗ୍ରାମ ତରାଗୁଡା ଠାରେ N.S.S ତରଫରୁ 7 ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ପଞ୍ଚମ ଦିନରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଭୈରବ ମହାବିଦ୍ୟାଳୟ, ବୋରିଗୁମ୍ମାର ରାଜନୀତି ବିଭାଗର ଅଧ୍ୟାପକ ଡଃ ପ୍ରଦୀପ କୁମାର ସ୍ବାଇଁ ଉପସ୍ଥିତ ରହି ସ୍ବେଚ୍ଛାସେବୀମାନଙ୍କୁ ଜାତୀୟତାବାଦୀ ଚେତନାରେ ଉଦବୁଦ୍ଧ କରାଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ରପ୍ରେମ ସଂଚାର କରାଇଥିଲେ । ସ୍ବେଚ୍ଛାସେବୀମାନେ ତରାଭଟ୍ଟା ଛକରେ ହେଲିମେଟ୍ ପରିଧାନ ଉପରେ ସଚେତନତା କରାଇ ହେଲିମେଟ୍ ଧାରୀଙ୍କୁ ଉପହାର ସ୍ବରୂପ ଗୋଲାପ ଫୁଲ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଡ଼ଃ ସାବିତ୍ରୀ ରଣା ଓ ସୁପ୍ରିୟା ମିଶ୍ର ଯୋଗ ଦେଇ ସମାଜ ସେବା ଉପରେ ବ୍ରତୀ ହେବାକୁ ଛାତ୍ର ଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ତସସ୍ବିନୀ ସାହୁ ଓ ସରୋଜ କୁମାର ପ୍ରହରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ତପସ୍ଵିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

୧- ଶବ ରଖି ରାସ୍ତା ରୋକ,୨- 31 ଜୁଲାଇ ପର୍ଯ୍ୟନ୍ତ ଟ୍ରେନ ନ ରହିଲେ 01 ଅଗଷ୍ଟ ରୁ ରେଳରୋକ ଆନ୍ଦୋଳନ

Sunil Chandra Nayak

ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ ୪ ଜଣିଆ ରାଜ୍ୟସ୍ତରୀୟ ଟିମ୍

masiha

କନ୍ଧମାଳ ରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଅବ୍ୟାହତ : ଜୀବନ ଯାତ୍ରା ବ୍ୟାହତ 

Sunil Chandra Nayak

Leave a Comment

error: Content is protected !!