ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତରାଭଟ୍ଟା,ଜାତୀୟ ସେବା ଯୋଜନା ଶିବିରରେ କାର୍ଯ୍ୟକ୍ରମ

ନବରଙ୍ଗପୁର—(ମସିହା) ତରାଭଟ୍ଟା ସ୍ଥିତ କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟର ପୋଷ୍ୟଗ୍ରାମ ତରାଗୁଡା ଠାରେ N.S.S ତରଫରୁ 7 ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ପଞ୍ଚମ ଦିନରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଭୈରବ ମହାବିଦ୍ୟାଳୟ, ବୋରିଗୁମ୍ମାର ରାଜନୀତି ବିଭାଗର ଅଧ୍ୟାପକ ଡଃ ପ୍ରଦୀପ କୁମାର ସ୍ବାଇଁ ଉପସ୍ଥିତ ରହି ସ୍ବେଚ୍ଛାସେବୀମାନଙ୍କୁ ଜାତୀୟତାବାଦୀ ଚେତନାରେ ଉଦବୁଦ୍ଧ କରାଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ରପ୍ରେମ ସଂଚାର କରାଇଥିଲେ । ସ୍ବେଚ୍ଛାସେବୀମାନେ ତରାଭଟ୍ଟା ଛକରେ ହେଲିମେଟ୍ ପରିଧାନ ଉପରେ ସଚେତନତା କରାଇ ହେଲିମେଟ୍ ଧାରୀଙ୍କୁ ଉପହାର ସ୍ବରୂପ ଗୋଲାପ ଫୁଲ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଡ଼ଃ ସାବିତ୍ରୀ ରଣା ଓ ସୁପ୍ରିୟା ମିଶ୍ର ଯୋଗ ଦେଇ ସମାଜ ସେବା ଉପରେ ବ୍ରତୀ ହେବାକୁ ଛାତ୍ର ଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ତସସ୍ବିନୀ ସାହୁ ଓ ସରୋଜ କୁମାର ପ୍ରହରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ତପସ୍ଵିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଓରମାସ ସି ଇ ଓ ଙ୍କ ଅନ୍ତଃଚାଷ ପ୍ରଣାଳୀରେ ହୋଇଥିବା ମକା ଓ କାନ୍ଦୁଲ କ୍ଷେତ୍ର ପରିଦର୍ଶନ

masiha

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ର ସଂ|ସ୍କୃତିକ ଦିବସ ପାଳନ 

masiha

ଗରିବଙ୍କ ବନ୍ଧୁ ଅର୍ଣ୍ଣାଡା ଶଙ୍କର ଦାସ

Sunil Chandra Nayak

Leave a Comment

error: Content is protected !!