ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣ ମହାସଂଘର ସାଧାରଣ ସଭା

ବ୍ରାହ୍ମଣ ମହାସଂଘର ସାଧାରଣ ସଭା

ଆସିକା, ୫/୬/୨୬ (ଶିବ ଶଙ୍କର ମିଶ୍ର ) ଆଜି ଋଷିକୂଲ୍ୟା ବ୍ରାହ୍ମଣ ମହାସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଆସିକା ଲାଲାଶାସନସ୍ଥିତ ଶ୍ରୀଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ପରିସରରେ ଗଙ୍ଗାଧର ଶତପ‌ଥୀଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାସଂଘର ବହୁ ସଦସ୍ୟ ଓ କର୍ମକର୍ତ୍ତା ଯୋଗଦେଇ ସାଂଗଠନିକ ପୁନର୍ବିନ୍ୟାସ ସହ ବ୍ରାହ୍ମଣ ବାଳକଙ୍କ ସାମୁହିକ ବ୍ରତୋପନୟନ କରିବା ନେଇ ଆଲୋଚନା ହୋଇଥିଲା । ସଂଘର ପୁରୋହିତ କର୍ମକାଣ୍ଡ, ସୁପକାର ଓ ପୂଜକ କାର୍ଯ୍ୟରେ ନିୟୋଜିତ ବ୍ରାହ୍ମଣଙ୍କର ବହୁବିଧ ସମସ୍ୟା ଉପରେ ଆଲୋଚନା କରାଯାଇ ଆର୍ଥକ ନାଟକ ମଧ୍ୟରେ ଏହି ଶ୍ରେଣୀର ବ୍ରାହ୍ମଣ ମାନେ ସ୍ବ-କୌଳିକ ବୃତ୍ତା ପ୍ରତି ଅନାଗ୍ରହ ପୋଷଣ କରୁଥିବା ଓ ଏଥୁରୁ ବିରତ ରହି ଗାଁ ଭିଟାମାଟି ଛାଡି ଦାଦନ ଖଟିବା ପାଇଁ ବାହାରକୁ ଯିବା ସୃଷ୍ଟି ହୋଇଥିବାରୁ ସରକାରୀ ସ୍ବରରେ ସହାୟତା ଏହି ୩ ଶ୍ରେଣୀର ବ୍ରାହ୍ମଣଙ୍କ ଦାବୀ ଉପସ୍ଥାପନ କରିବାକୁ ନିଷ୍ପତ୍ତ ନିଆଯାଇଥିଲା । ମେଧାକୁ ସ୍ମାନ ଦେଇ ଆର୍ଥକ ସ୍ଥିତିକୁ ସଂରକ୍ଷଣ ବ୍ୟବସ୍ଥାର କାର୍ଯ୍ୟକାରୀ କରିବା ପାଇଁ ସଭାରେ ଦୃଢ ଦାବି କରାଯାଇଥିଲା । ସାମୁହିକ ବ୍ରତୋପନୟନ ମାର୍ଚ୍ଚ ମାସରେ ଏହି ପୀଠରେ ଅନୁଷ୍ଠିତ କରାଇବାକୁ ସ୍ଥିର କରାଗଲା । ଏଥ୍ ପାଇଁ ବ୍ରତୋପନୟନ କମିଟି ଓ ପଣ୍ଡିତ କମିଟି ଗଠନ କରାଯାଇ ଉପଯୁକ୍ତ ବ୍ରତୋପନୟନ ପ୍ରାର୍ଥôଙ୍କୁ ଚୟନ କରିବାକୁ ନିଷ୍ପତ୍ତା ହେଲା । ଏହି କମିଟିରେ ପଣ୍ଡିତ ସୁରେନ୍ଦ୍ରନାଥ ମିଶ୍ର ଅଧ୍ଯକ୍ଷ, ମିନକେତନ ଶତପ‌ଥୀ, ବଳରାମ ଦାଶ, ଦେବୀ ପ୍ରସାଦ ଶତପଥୀ, ଦିଲ୍ଲୀପ କର, ସୀତାରାମ ଦାଶ, ମୃତୁ୍ୟଞ୍ଜୟ ଆଚାର୍ଯ୍ୟ, ସୁଧୂରକାନୁ ଦାଶ, କୈଳାସ ଚନ୍ଦ୍ର ମହାପାତ୍ର, ତାରିଣୀ ଚରଣ ସାହୁ, ମୀନକେନତନ ରଥ,ପଣ୍ଡିତ ରାମେଶ୍ବର ଶତପଥୀ, ପଣ୍ଡିତ ରତ୍ନାକର ଦାଶଙ୍କୁ ଚୟନ କରାଯାଇଥିଲା ବେଳେ ଗଙ୍ଗାଧର ମିଶ୍ରଙ୍କୁ ଆସିକା ବ୍ଲକ୍ ସୁପକାର କମିଟି ସଭାପତି ଭାବେ ମନୋନିତ କରାଯାଇଥିଲା ।

କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଛବିଳରା ମିଶ୍ର, ଦିଲ୍ଲୀପ ପାଣିଗ୍ରାହୀ, ପ୍ରସନ୍ନ ତ୍ରିପାଠୀ, ଶକ୍ତି ପ୍ରସାଦ କର, ନିରୋଜ କୁମାର ପାଢୀ, ଉପେନ୍ଦ୍ର ନାଥ ମିଶ୍ର, ସୁକାନ୍ତ ମିଶ୍ର, ନିରଞ୍ଜନ ପଣ୍ଡା, ଶିବ ପ୍ରସାଦ ଶତପଥୀ, ନିଳମାଧବ ଦାଶ ପ୍ରମୁଖ ଯୋଗଦେଇଥିଲେ । ଆଇନଜୀବି ସନ୍ତୋଷ କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Related posts

ବେପରୁଆ କାର୍ଯ୍ୟ :ନାଳକୂପକୁ ମେଟାଲ ଚିପସ ରେ ପୋତି ଦେଇଛନ୍ତି : କାଉଡ଼ିଆ ପାଣି ପାଇଁ ବେହାଲ 

Sunil Chandra Nayak

ଉତ୍କେଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଧିର ର ତ୍ରିଂଶତିତମ ବାର୍ଷିକ ଉତ୍ସବ 

Sunil Chandra Nayak

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ଙ୍କ ମହାନତା

masiha

Leave a Comment

error: Content is protected !!