ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀପଲ ଚଳପ୍ରଚଳ କରୁଥିବା ଦେଖି ଲୋକେ ଆତଙ୍କିତ

ବିଷମ କଟକ // ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଚାଞ୍ଚଡା ଗୁଡା ପଞ୍ଚାୟତର ସାନ ସାଥିଲି ଓ କ ୮\୭ ସାଥିଲି ସଂରକ୍ଷିତ ଜଙ୍ଗଲରେ ହାତୀପଲ ଚଳପ୍ରଚଳ କରୁଥିବା ଦେଖି ଲୋକେ ଆତଙ୍କ ହୋଇପଡ଼ିଛନ୍ତି। ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁ ଜଙ୍ଗଲୀ ଜୀବଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି। ଦୁଇ ଟିକିଆ ହାତୀପଲ ଗୋଟିଏ ଦାନ୍ତ ହାତୀ ଓ ଅନ୍ୟଟି ମାଇ ହାତୀ ଥିବା ଅନୁମାନ କରାଯାଉଛି ଚାଞ୍ଚଡା ଗୁଡା ଗ୍ରାମପଞ୍ଚାୟତର ଆଖପାଖ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଜଣାପଡ଼ିଛି। ଏହି ହାତୀପଲ ସାନ ସାଥିଲି ଓ ବଡ଼ ଶ୍ରଥିଲି ଗ୍ରାମରେ କଦଳୀ ଗଛ ଓ ପଣସ ଓ ସଲଫ ଗଛ ଖାଇଥିବା ଦେଖିବାକୁ ମିଳିଛି। ବନ ବିଭାଗ ତୁରନ୍ତ ହାତୀମାନଙ୍କୁ ନ ଘୋଉଡ଼ାଇଲେ ଗାଁରେ ପଶି ଉପଦ୍ରବ କରିପାରନ୍ତି ବୋଲି ଆଶଙ୍କା କରିଛନ୍ତି ଗ୍ରାମବାସୀ। ଆଦିବାସୀ ମାନଙ୍କ ଜୀବିକା କହିଲେ ଜଙ୍ଗଲକୁ ବୁଝାଉଥିବା ବେଳେ ଜଙ୍ଗଲୀ ହାତୀ ଭୟରେ ଆଖପାଖ ଗ୍ରାମବାସୀ କିଛି ଦିନ ହେଲା ଜଙ୍ଗଲକୁଯିବା ଛାଡ଼ି ଦେଇଛନ୍ତି। ଓ ବନ ବିଭାଗ ପକ୍ଷରୁ ହାତୀ ଜଙ୍ଗଲ ରେ ଥିବ ପ୍ରଯ୍ୟନ୍ତ ଏହି ଜଙ୍ଗଲ ରେ ପୋଡ଼ୁ ଚାଷ କରୁଥିବା ଲୋକଙ୍କୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି ,। ଅନ୍ୟ ପଟେ ବର୍ଷା ଦିନ ହେତୁ ଚାଷ କରିବା ନିମନ୍ତେ ବିଭିନ୍ନ ପ୍ରକାର ବିହନ ଡଙ୍ଗରରେ ବୁଣିଥିବା ବେଳେ ହାତୀ ଭୟରେ କେହି ହେଲେ ଜଙ୍ଗଲକୁ ଯାଉ ନଥିବା ଜଣାପଡ଼ିଛି। ସେହିପରି ହାତୀ ଭୟରେ ଲୋକେ ସନ୍ଧ୍ୟା ହେଲେ ଘରେ ରହି ତାଟି କବାଟ ବନ୍ଦ କରି ଆଉ ଘରୁ ବାହାରକୁ ବାହାରୁ ନଥିବା ଜଣାପଡ଼ିଛି। କୌଣସି ଘଟିବା ସନ୍ଦେହ କରି ବିଦ୍ୟୁତ୍ ବିଭାଗ ତରଫରୁ ବିଦ୍ୟୁତ୍ ବିଚ୍ଛିନ୍ନ କରି ଦେଇଥିବା ସୂଚନା ମିଳିଛି। ଓ ଅନ୍ୟ ପଟେ ରେଲ ଲାଇନି ଜଙ୍ଗଲ ରୁ ମାତ୍ର 50 ମିଟର ଦୁରରେ ଥିବାରୁ ସମ୍ବଲପୁର ରେଳବାଇ ବିଭାଗର ମୁଖ୍ୟ କ୍ରାଯ୍ୟାଳୟ କୁ ଲେଟର no ,9851 ରେ cup love – 294/00 to 305/00 Downline – 305/00 to 294/00 ଦୃତ ଗତିରେ ଟ୍ରେନ ଚଳାଚଳ ନକରିବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି ,। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ରେଞ୍ଜର ପ୍ରଶ୍ନ କୁମାର ମିଶ୍ର , ବିଷମ କଟକ ଫରେଷ୍ଟ ହେମ ଚରଣ ବେହେରା , ଓ ବନ ରଖି କମଳା ନାଗ , ଓ ଅହଲ୍ୟା କୁମାରୀ ପାତ୍ର , ଘଟଣା ସ୍ଥଳରେ ପହଞ୍ଚି ହାତୀ କୁ ଦେଖିବା ପାଇଁ ଗ୍ରାମ ବସି ଙ୍କ ଭିଡ ଜମାଇ ଥିଲେ , ସେଠାରୁ ଲୋକ ଙ୍କୁ ଖାଲି କରିଥିଲେ ଓ ଗଙ୍ଗଲ ମଧ୍ୟ କୁ ଯିବା ପାଇଁ ବରଣ କରିଥିଲେ , ଓ ସେଠାରେ ଦୁଇ ଜଣ ବନ କ୍ରମ ଚାରି ସେହି ସ୍ଥାନରେ ଉପସ୍ଥିତ ରହି ହାତୀ ଗତି ପଥ ଉପରେ ନଜରବା ପାଇଁ ନିୟୋଜିତ କରିଥିଲେ ,।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉଦ୍ୟୋଗୀ ମେଳାରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ସୁଯୋଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା

Sunil Chandra Nayak

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ  

masiha

Leave a Comment

error: Content is protected !!