ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୭/୭ // ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଶୁକ୍ରବାର କୋକସରା ବ୍ଲକର ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଓ କୋକସରା ଜେଏମଏଫସି କୋର୍ଟ ଠାରେ ବନ ବିଭାଗ ଆନୁକୂଲ୍ୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଅଶୋକ ଦାସଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍କୁଲ ପରିଚଳନା କମିଟିର ସଦସ୍ୟ ପଙ୍କଜ ମୁଖ ଚୌଧୁରୀ, ରବି ନାରାୟଣ ଦାସ , ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ଯୁବ ସମାଜସେବୀ ଅରୁଣ ଅଗ୍ରୱାଲ ଯୋଗଦେଇ ଦୈନନ୍ଦିନ ସହର ଠାରୁ ଗାଁ ରେ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଥିବା ବେଳେ ପରିବେଶ ସନ୍ତୁଳନ ବିଗିଡି ଯାଇଛି। ପରିବେଶ ସୁରକ୍ଷା ପାଇଁ ବୃକ୍ଷ ହିଁ ଆମ ଜୀବନର ମୋୖଷଧି, ଏଣୁ ସମସ୍ତ ନିଜ ପରିବେଶରେ ବୃକ୍ଷ ରୋପଣ କରି ପ୍ରକୃତିର ସନ୍ତୁଳନ କରିବା ପାଇଁ ମତ ଦେଇଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଉପସ୍ଥିତ ଅତିଥୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ। ସେହିପରି କୋକସରା ଜେଏମଏଫସି କୋର୍ଟ ପରିସର ଠାରେ ମାଜିଷ୍ଟ୍ରେଟ ଶ୍ରୀମତୀ ରୀତିକା ଜେନାଙ୍କ ଉପସ୍ଥିତିରେ କୋର୍ଟ ପରିସରରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଇନଜୀବୀ ଲକ୍ଷ୍ମୀକାନ୍ତ ଖମାରି, ଲଖିଧର ମେହେର, ମନୋଜ ନାଏକ, ଅଜିତ ପଟ୍ଟନାୟକ, ପଞ୍ଚାନନ ବେଶ୍ରା, ଜାଗା ପଟ୍ଟନାୟକ, ସୁଜିତ ପଟ୍ଟନାୟକ, ରସିକ ରାଜ ଦୁର୍ଗା, ପ୍ରେମ ଲାଲ ସିଂ ଓ କୋର୍ଟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ 

Related posts

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ସ୍ବତନ୍ତ୍ର ସଚିବ ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଭୁଳି ଦେଖିଲେ

Sunil Chandra Nayak

ଅଦିନିଆ ବର୍ଷା ଯୋଗୁଁ ମୁଗ ଚାଷୀ କ୍ଷତିଗ୍ରସ୍ତ

masiha

ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ

masiha

Leave a Comment

error: Content is protected !!