ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମଚନ୍ଦ୍ରପୁର ଓ ମଧୁପୁର ଝାରବନ୍ଧ ପଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାମଚନ୍ଦ୍ରପୁର ଓ ମଧୁପୁର ଝାରବନ୍ଧ ପଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଲାଞ୍ଜିଗଡ, ୨୯/୦୩(ମନିସ )-ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର କ୍ଳଷ୍ଟର ଅନ୍ତର୍ଗତ ରାମଚନ୍ଦ୍ରପୁର ଓ ମଧୁପୁର ଝାରବନ୍ଧ ପଡା ସ୍କୁଲରେ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରାମଚନ୍ଦ୍ରପୁର ସ୍କୁଲରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର, ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ତପନ ଭୋଇ, ସମ୍ମାନିତ ଅତିଥି ଭାବେ କ୍ଲଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ା, ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକେଶ୍ୱର ବେହେରା, ଚକ୍ରଧର ପଣ୍ଡା, ବରିଷ୍ଠ ନାଗରିକ ଜ୍ୟୋତିଷ ପଣ୍ଡା, ଉମାଶଙ୍କର ବେହେରା, ପ୍ରଭାତ ବେହେରା, ରାକେଶ ପତି, ସୁଷମା ବେହେରା, ଡମ୍ବରୁଧର ମାଝୀ, ମନୋଜ ବେହେରା, ପରିଚାଳନା କମିଟି ସଭାପତି ନନ୍ଦ ପୁଟେଲ ପ୍ରମୁଖ ମଂଚାସୀନ ଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଆର. ଭି. ସନ୍ଧ୍ୟାରାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଲୋକନାଥ କରୁଆଁ ସଭା ପରିଚାଳନା ଓ ସରସ୍ୱତୀ ଜେନା, ଦେବାଶିଷ ଗଉଡ଼ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସୁଶୀଲ କୁମାର ବାଗ ପରିଚାଳନା କରିଥିବାବେଳେ ରାମଚନ୍ଦ୍ରପୁର ଗ୍ରାମବାସୀ ସହଯୋଗ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ମଧୁପୁର ଝାରବନ୍ଧପଡା ସ୍କୁଲରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମେହେର, ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ସମିତି ସଦସ୍ୟା ସୁଚିତ୍ରା ମାଝୀ, ଶିକ୍ଷାବିତ ତପନ କୁମାର ଭୋଇ, ଚକ୍ରଧର ପଣ୍ଡା, କ୍ଳଷ୍ଟର ସଂଯୋଜକ ଶ୍ରୀ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ବିରକିଶୋର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ସହଶିକ୍ଷକ ସୁରେନ୍ଦ୍ର ବିଶ୍ୱାଳ ପରିଚାଳନା କରିଥିବାବେଳେ ପରିଚାଳନା କମିଟି ସଭାପତି ଡିଙ୍ଗର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚ ର ଲେନିନ୍ ଜୟନ୍ତୀ ପାଳନ

Sunil Chandra Nayak

ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ବୈଠକ 

masiha

ହରିପୁର ଗ୍ରାମବାସୀ ପାନୀୟ ଜଳ ପାଇଁ ଡହକ ବିକଳ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!