ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ

ସୁନ୍ଦରଗଡ଼ ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ

ସୁନ୍ଦରଗଡ଼, ୨୮/୦୩/୨୫: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ତୀର୍ଥଯାତ୍ରୀ ମାନେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ସମ୍ୱଲପୁରରୁ ଆସନ୍ତା କାଲି ସ୍ଵତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ଏବଂ ବାରାଣାସୀ ଅଭିମୁଖେ ଯାତ୍ରା କରିବେ। 

ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନ ପରିସରରେ ବିଭିନ୍ନ ବ୍ଲକରୁ ଆସିଥିବା ତୀର୍ଥ ଯାତ୍ରୀ ମାନଙ୍କର ବସକୁ ଜିଲ୍ଲାପାଳ ଶ୍ରୀ ମନୋଜ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ନିରଞ୍ଜନ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଥିରେ ଜିଲ୍ଲାରୁ ମୋଟ ୧୮୦ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି । ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନ ଠାରେ ସୁନ୍ଦରଗଡ଼ ସବ ଡିଭିଜନର ତୀର୍ଥଯାତ୍ରୀ, ରାଉରକେଲା ଠାରେ ପାନପୋଷ ସବ ଡିଭିଜନର ତୀର୍ଥଯାତ୍ରୀ ଏବଂ ବଣାଇ ଠାରେ ବଣାଇ ସବ ଡିଭିଜନର ତୀର୍ଥ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Biswabandini, Police officer in Rayagada excells in performance indicators

Sunil Chandra Nayak

ନିଲାବାଡି ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରା ମନ୍ଦିର ହୁଣ୍ଡିରୁ ୧୮ ଲକ୍ଷ ୧୦ ହଜାର ୪୧୧ ଟଙ୍କା ସଂଗ୍ରହ

masiha

ଡ୍ରାଇଭର ସଂଘର ବାର୍ଷିକ ଉତ୍ସବ ଓ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ

masiha

Leave a Comment

error: Content is protected !!