ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟେର ଓ ବଡ଼ ପୋଡ଼ାଗୁଡାରେ ନୂତନ କୃଷି ସେବା ସମବାୟ ସମିତି ଉଦଘାଟନ

କୋକସରା,୨୭/୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଓ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଠାରେ ନୂତନ ଭାବେ ଚାର ବାହାଲ ପେକ୍ସରୁ ଅଲଗା ହୋଇ ମୋଟେର ଓ ଆମପାଣି ପେକ୍ସରୁ ଅଲଗା ହୋଇ ବଡ଼ ପୋଡ଼ାଗୁଡା ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟନୀ ଉତ୍ସଵ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମୋଟେର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ମୋଟେର ପ୍ରାଥମିକ କୃଷି ସେବା ସମବାୟର କାର୍ଯ୍ୟାଳୟକୁ ଉଦଘାଟନ କରିବା ସହ କୃଷି ଓ କୃଷକଙ୍କ ପାଇଁ ସେବା ସମବାୟ ସମିତି ମେରୁଦଣ୍ଡ ସଦୃଶ୍ୟ, ରାଜ୍ୟ ସରକାର କୃଷକ ମାନଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଯୋଗାଇ ଦେଉଛନ୍ତି। ତାଛଡା ବୀହନ, ସାର ସବସିଡ଼ିରେ ଯୋଗାଇ ଦେଉଛନ୍ତି। ଚାଷିଙ୍କ ଉପାର୍ଜିତ ଶସ୍ୟ ମଧ୍ୟ ସମବାୟ ସମିତି ଜରିଆରେ କ୍ରୟ ହେଉଛି। ଚାଷିଙ୍କ ସୁଖଦୁଃଖର ସାଥି କୃଷି ସମବାୟ ସମିତି, ଚାଷୀମାନେ ଏହାଦ୍ବାରା ଉପକୃତ ହେବେ ବୋଳି କହିଥିଲେ। ମୁଖ୍ୟ ବକ୍ତା ସଭାପତି କେନ୍ଦ୍ର ସମବାୟ ସମିତି ଭବାନୀପାଟଣା ଗିରିଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଏସଏଆରସିଏସ ଧର୍ମଗଡ଼ ବିଶ୍ଵାମିତ୍ର ସିଂ, ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ନୂତନ ସମିତିର ସଭାନେତ୍ରୀ ସରସ୍ଵତୀ ପଟେଲ, ମୋଟେର ସରପଞ୍ଚ ବାସନ୍ତୀ ନାଏକ, ସମିତି ସଭ୍ୟା ଉଆଁସୀ ପାନ, ଆବାହିକା ମଞ୍ଜୁଳତା ବାଗ, ମୋଟେର ଗ୍ରାମ ଗୌନ୍ତିଆ ଫକୀର ପାଟ୍ଟଯୋଷୀ, ସମାଜସେବୀ ଅଶୋକ ଅଗ୍ରୱାଲ, ସୁବ୍ରତ ପାଟ୍ଟଯୋଷୀ, ରୋହନ ପାଟ୍ଟଯୋଷୀ, ଡମ୍ବରୁଧର ପାଣିଗ୍ରାହୀ, ଦୁଷ୍ମନ୍ତ ପାଟ୍ଟଯୋଷୀ ସମେତ ଚାରବାହାଲ ପେକ୍ସର ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡା, ମୋଟେର ମଣ୍ଡି କ୍ରୟ ଅଧିକାରୀ ମୋହିତ ବେହେରା ସମେତ ଶତାଧିକ ଚାଷି ଉପସ୍ଥିତ ରହିଥିଲେ। ସେହିପରି ବଡ଼ ପୋଡ଼ାଗୁଡା ଠାରେ କୃଷି ସମବାୟ ସମିତି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଆମପାଣି ପେକ୍ସ ସଭାପତି ବିରଞ୍ଚି ନାରାୟଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ପେକ୍ସ ଉପ ସଭାନେତ୍ରୀ ତିଲୋତ୍ତମା ନାଏକ, ବଡ଼ ପୋଡ଼ାଗୁଡା ସରପଞ୍ଚ ଯମୁନା ନାଏକ, ନୂତନ ସେବା ସମବାୟ ସମିତିର ସଭାନେତ୍ରୀ ଦୁତିକା ନାଏକ, ସଙ୍ଗଠକ ଗୋବର୍ଦ୍ଧନ ନାଏକ, ଭଜମନ ନାଏକ, ମନୋଜ ଦାସ, ହରିଶ୍ଚନ୍ଦ୍ର ନାଏକ, ଛବିଲାଲ ବାଗ, ଖଗେଶ୍ୱର ସୁନା, ଧର୍ମାନନ୍ଦ ନାଏକ, ଲିଙ୍ଗରାଜ ରାଠୋଡ଼ ସମେତ ଅଞ୍ଚଳର ଚାଷୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସି ବି ଏସ୍ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

ଅସହାୟ ପରିବାରର ପ୍ରତିପୋଷଣ ପାଇଁ ଗୋ ସମ୍ପତି ଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

ତ୍ରୁଟି ପୂର୍ଣ୍ଣ ଚେକ ଡେମ୍ ନିର୍ମାଣ ସାଙ୍ଗକୁ ମରାମତି ଅଭାବ ଯୋଗୁଁ ଜଳସେଚନର ଲକ୍ଷ୍ୟ ହାସଲ କରିପାରୁନାହିଁ, ଚାଷୀ ମୁଣ୍ଡରେ ଚଡ଼କ

Sunil Chandra Nayak

Leave a Comment

error: Content is protected !!