ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅ’ ସାହିତ୍ୟ ପତ୍ରିକା ପକ୍ଷରୁ ନୂଆଁଖାଇ ଭେଟଘାଟ୍

ଅ’ ସାହିତ୍ୟ ପତ୍ରିକା ପକ୍ଷରୁ ନୂଆଁଖାଇ ଭେଟଘାଟ୍

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ଅ’ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଅନ ଲାଇନ୍ (ଗୁଗୁଲ ମିଟ) ମାଧ୍ୟମରେ ନୂଆଁଖାଇ ଭେଟଘାଟ୍ ପାଳିତ ହୋଇ ଯାଇଛି l ଗତ ୯ ରୁ ୧୧ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଅନୁଷ୍ଠିତ ନୂଆଁଖାଇ ଭେଟଘାଟ୍ ର ପ୍ରଥମ ଦିବସର ଆଲୋଚନା ଚକ୍ର ‘କଳାହାଣ୍ଡି ରେ ନୂଆଁଖାଇ’ କବୟିତ୍ରୀ ସଂଯୁକ୍ତା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସନ୍ଧ୍ୟା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ଗବେଷକ ପରମେଶ୍ୱର ମୁଣ୍ଡ ଯୋଗ ଦେଇ ନୂଆଁଖାଇ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ଉପସ୍ଥାପିକା ପଲ୍ଲବୀ ଦାସ, ପ୍ରାରମ୍ଭିକ ସଂଗୀତ ରେଶମା ବାରିକ ଗାନ କରିଥିବା ବେଳେ ଚନ୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଦ୍ଵିତୀୟ ଦିବସରେ କବିତା ଲିଖନ କାର୍ଯ୍ୟକ୍ରମ ରହିଥିଲା l ବିଷୟ ‘ଅମୃତମୟ ଧରା’ କୁ ନେଇ ଶତାଧିକ କବି ଓ କବୟିତ୍ରୀ କବିତା ଲେଖିଥିଲେ l ତୃତୀୟ ଦିବସରେ କବୟିତ୍ରୀ ସଂଯୁକ୍ତା ପାଢ଼ୀଙ୍କ ସଭାପତିତ୍ୱରେ କବିତା ଆସର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଅତିଥି ଭାବେ କାହ୍ନୁ ଚରଣ ସାହୁ, ଉପସ୍ଥାପକ ଚନ୍ଦନ ସାହୁ, ଆସର ସଂଯୋଜିକା ସୁଶ୍ରୀ ପ୍ରିୟା ସାହୁ, ପ୍ରାରମ୍ଭିକ ସଂଗୀତ ଗାନ ସୁଶ୍ରୀ ରେଶମା ବାରିକ, ସୁଶ୍ରୀ ଝରଣା ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପତ୍ରିକାର ମୁଖ୍ୟ ସମ୍ପାଦକ ଶ୍ରୀମାନ ତପନ କୁମାର ସାହୁ, ପତ୍ରିକାର ପ୍ରତିଷ୍ଠାତା ନରେଶ କୁମାର ସାହୁ, ସମ୍ପାଦକ ବିଶ୍ୱ ନାଥ ସାହୁ, ଅ’ପତ୍ରିକାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ଏହି ଆସରରେ ସସ୍ମିତା ମହାଖୁଡ଼, ସସ୍ମିତା ଶତପଥୀ, ସଞ୍ଜୁଲତା କୁମ୍ଭାର, ଜ୍ୟୋତି ଦୀପ, ସଂଜୀବ ଶତପଥୀ, ଫାଲ୍ଗୁନୀ ରଣା, ପୂଜା ସା, ଯଶୋଦା ମାଝୀ, ସସ୍ମିତା ମେହେର, ଗୋବର୍ଦ୍ଧନ ନାୟକ, ପାୟଲ ମଣ୍ଡଳ, ଲିପ୍ସା ବାରିକ, ଅବନ୍ତୀ ନାୟକ, ଶୋଭାମୟୀ ପାତ୍ରୀ, ଉଗ୍ରେ ସାହୁ, ଅଲିଶା ବି ମହାରଣା,ରିତୁ କାଲୁ ଆଦି ଶତାଧିକ କବି କବିତା ପାଠ କରିଥିଲେ l ତିନି ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମରେ ଯେମନ୍ତ ସାହୁ, କରୁଣା ସାହୁ, ଡୁଲେଶ୍ୱର ସାହୁ, ସୁଶାନ୍ତ ରଣାଙ୍କ ସମେତ ଅ’ ପତ୍ରିକାର ସମସ୍ତ ସଦସ୍ୟ ସଦସ୍ୟା ସାହାଯ୍ୟ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

masiha

ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ

Sunil Chandra Nayak

ଶକ୍ତିନଗର ଶାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!