ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁଥ୍ ହଷ୍ଟେଲ ଦ୍ଵାରା ବିଶ୍ବ ପରିବେଶ ଦିବସ ପାଳନ

ୟୁଥ୍ ହଷ୍ଟେଲ ଦ୍ଵାରା ବିଶ୍ବ ପରିବେଶ ଦିବସ ପାଳନ 

ରାଉରକେଲା: ୟୁଥ୍ ହଷ୍ଟେଲ ରାଉରକେଲା ଦ୍ଵାରା ବିଶ୍ବ ପରିବେଶ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ହଷ୍ଟେଲର ସଭାପତି ପ୍ରତାପ କୁମାର ସ୍ବାଇଁ ଙ୍କ ସଭାପତିତ୍ବ, ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆବାହକତ୍ୱ ଓ ମୋନାଲିସା ଗୈ।ଡ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇଟି ର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧୀମାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ସମ୍ପ୍ରତି ବିଶ୍ବ ପ୍ରଦୂଷଣ ନେଇ ଆତଙ୍କିତ ଥିବା ବେଳେ,ଏଥିରୁ ବର୍ତ୍ତିବା ପାଇଁ ବ୍ୟାପକ ବୃକ୍ଷ ରୋପଣ,ନଦୀ ସମୁଦ୍ର କୁ ପ୍ରଦୂଷଣମୁକ୍ତ, ପ୍ଲାଷ୍ଟିକ ବ୍ୟବହାରରେ ଅଙ୍କୁଶ,ଗାଡି ମୋଟର ତଥା କଳକାରଖାନା ରୁ ନିର୍ଗତ ହେଉଥିବା ଗ୍ୟାସ ଯୋଗୁଁ ବିଶ୍ବ ସଂକଟମୟ ସ୍ଥିତିରେ ଅଛି। ତେଣୁ ଏହାକୁ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଦରକାର। ୟୁଥ୍ ହଷ୍ଟେଲ ଏହାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତଥା ସମାଜରେ ସଚେତନତା କାର୍ଯ୍ୟକ୍ରମ କରୁଥିବାରୁ ସେ ସାଧୁବାଦ ଦେଇଥିଲେ। ଅନ୍ୟତମ ଅତିଥି ଅନୁଷ୍ଠାନର ଅଧ୍ୟକ୍ଷ ବୁଦ୍ଧଦେବ ବାସୁ ପ୍ରଦୂଷଣ ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଶ୍ରୀ ବେହେରା ଅନୁଷ୍ଠାନ ତଥା କାର୍ଯ୍ୟକ୍ରମ ର ଆଭିମୁଖ୍ୟ, ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଭାଷଣ ସହ ବିଶ୍ୱକୁ ପ୍ରଦୂଷଣ ରୁ ମୁକ୍ତ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ହିରାଲାଲ ମହାପାତ୍ର, ଅକ୍ଷୟ ସାମଲ , ଗୋକୁଳାନନ୍ଦ ଦାଶ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ କୃତିତ୍ୱ ହାସଲ କରିଥିବା ମିଶିତା ନାୟକ ଓ ଶ୍ରେୟାସୀ ସାହୁ ବକ୍ତବ୍ୟ ରଖିଥିଲେ। ଶେଷରେ କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ସରୋଜ, ସମର କାନ୍ତ,ସଲିଲ,ଆଶିଷ ବିର୍ସା, କୃଷ୍ଣଚନ୍ଦ୍ର, ମୀନାକ୍ଷୀ, କାମିନୀ, ଅର୍ଚ୍ଚନା, ପି ସି, ଦେବାଶିଷ, ଅର୍ପିତା, ବିଷ୍ଣୁପ୍ରିୟା, ସୁରେଶ, ବିଜୟ, କବିତା, ନାରାୟଣ, ଅନନ୍ତ, ଗାୟତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହାତୀ ଉଜାଡି ଦେଲା ଚାଷୀର ସୁନାର ଫସଲ

masiha

ବାଲୁଗାଁରେ ରାସ୍ତା କଡ଼ରେ ପଡ଼ିଥିବା କଦଳୀ ପାଟୁକା ରେ ନିଆଁରୁ ଧୁଆଁ ବାହାରି ପଥଚାରୀ ହନ୍ତସନ୍ତ !!!

Sunil Chandra Nayak

୭ରେ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକୋତ୍ସବ  କବି ସୁଶାନ୍ତ ରଣା ପାଇବେ ଅ’ ପ୍ରତିଭା ସମ୍ମାନ

masiha

Leave a Comment

error: Content is protected !!