ବିପର୍ଯ୍ୟୟ ପରିଚାଳନା ମୋକଡ୍ରିଲ ଅନୁଷ୍ଠିତ
ଆଜି କୋରାପୁଟ ଜିଲ୍ଲା କ୍ରୀଡା ଛାତ୍ରାବାସଠାରେ ଏକ ଅଗ୍ନିନିର୍ବାହୀ ମୋକଡ୍ରିଲ କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଛାତ୍ରମାନଙ୍କୁ ଉଦ୍ଧାର ଏବଂ ସ୍ନାନାନ୍ତରଣ କରିବା ଉପରେ ଗୁରୁତ୍ବାରୋପ କରିବା ସହିତ ଏଭଳି ମୋକଡ୍ରିଲ ବିପର୍ଯ୍ୟୟର ମୁକାବିଲା ଲାଗି ଆମକୁ ଆଗୁଆ ପ୍ରସ୍ତୁତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । କ୍ରୀଡା ଛାତ୍ରାବାସ ଠାରେ ଅନୁଷ୍ଠିତ ମୋକଡ୍ରିଲରେ ଅଗ୍ନିଶ୍ରମ, ଓଡ୍ରାଫ ବାହିନୀ, ସିଭିଲ ଡିଫେନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ, ମାନଙ୍କ ସମେତ କ୍ରୀଡା ଛାତ୍ରାବାସର କର୍ମକର୍ତା ବୃନ୍ଦ ଓ ଛାତ୍ର ମାନେ ଅଂଶଗ୍ରହଣ କରିଥିଲେ । ଓଡ୍ରାଫ ହାବିଲ୍ଲାର ଶ୍ରୀ ରାଜେଶ ପଟ୍ଟନାୟକ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ନୂତନ ଶଗରିଆ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ପରିଶେଷରେ ଜିଲ୍ଲା ଡିଆରଆର ଅଧିକାରୀ ଶ୍ରୀ ଅବନୀ କାନ୍ତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।