ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କବି ଭବାନୀ ଶଙ୍କର ନିଆଲ

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କବି ଭବାନୀ ଶଙ୍କର ନିଆଲ

ଭବାନୀପାଟଣା : ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିବା କବି ଭବାନୀ ଶଙ୍କର ନିଆଲ ସୋମବାର ଦିଲ୍ଲୀରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ତାଙ୍କ ଦ୍ୱାରା ସମ୍ପାଦିତ ‘ମହୁରି’ ପତ୍ରିକା ପ୍ରଦାନ କରିଥିଲେ। ଏହା ବାଦ ସେ ଇଂରାଜୀ କବିତା ସଂକଳନ ‘ଲକଡାଉନ’ର ଅନ୍ତର୍ଜାତୀୟ ସମୀକ୍ଷା ‘ଏ ଟେପେଷ୍ଟ୍ରି ଅଫ ୱର୍ଡସ’ ଯାହା ଅନ୍ତର୍ଜାତୀୟ ଲେଖିକା ଆଇରେନ ଡୋରା-କାଭାଡିଆଙ୍କ ଦ୍ବାରା ଅନୁଦିତ, ତାହା ମଧ୍ୟ ଦେଇଥିଲେ।

ସୂଚନା ଥାଉକି ମହୁରି ଦ୍ୱାରା ଜନନାୟକ ପ୍ରସଙ୍ଗରେ ଶ୍ରୀମତୀ ମୁର୍ମୁଙ୍କ ଉପରେ ଏକ କଭର ଷ୍ଟୋରି ପୂର୍ବରୁ ପ୍ରକାଶିତ ହୋଇଥିଲା। ଏହି ସାକ୍ଷାତ ସମୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ସେ ଅବଗତ କରେଇଥିଲେ। ରାଷ୍ଟ୍ରପତି ଶ୍ରୀ ନିଆଲଙ୍କ ସାହିତ୍ୟ ସୃଷ୍ଟିକୁ ପ୍ରଶଂସା କରିବା ଶୁଭେଚ୍ଛା ଜଣେଇଥିଲେ। ପ୍ରକାଶଯୋଗ୍ୟ ଯେ ଶ୍ରୀ ନିଆଲ କରୋନା ସମୟରେ ‘ଲକଡାଉନ’ କବିତା ସଂକଳନ ମାଧ୍ୟମରେ ବିଶ୍ୱ ସାହିତ୍ୟରେ ଏକ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିଲେ। କବିତାରେ ମୃତ୍ୟୁ ଚେତନାର କଳା ଓ ନାନ୍ଦନିକତା ଯୋଗୁଁ ସେ ସମକାଳୀନ ବିଶ୍ୱ ସାହିତ୍ୟରେ ପାଠକ ମାନଙ୍କ ଚର୍ଚ୍ଚାର ପରିସରକୁ ଆସିଥିଲେ। କ୍ରମାଗତ ଭାବେ ତାଙ୍କର କବିତା ସବୁ ପୃଥିବୀର ୨୦ରୁ ଉର୍ଦ୍ଧ୍ବ ଭାଷାରେ ଅନୂଦିତ ହୋଇସରିଛି। ଓଡ଼ିଆ ଓ ହିନ୍ଦୀ ସାହିତ୍ୟର ଚଳଚଞ୍ଚଳ କବି ଶ୍ରୀ ନିଆଲଙ୍କ ପୂର୍ବରୁ ୩ଟି ଓଡ଼ିଆ କବିତା ସଂକଳନ ସମେତ ହିନ୍ଦୀ ସଂକଳନ ରହିଛି। ସମ୍ପ୍ରତି ଲବ୍ଧପ୍ରତିଷ୍ଠ ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ସହ ବିଭିନ୍ନ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନୀତ ହେବା ସଙ୍ଗେ ସଙ୍ଗେ ଅନେକ ସଂଗଠନର ଅଧ୍ୟକ୍ଷ ଓ ସଦସ୍ୟ ଭାବେ କାର୍ଯ୍ୟରତ। ସେ ରାଷ୍ଟ୍ରପତିଙ୍କୁ ଭେଟିବା ଅବସରରେ ତାଙ୍କୁ ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ୟୁରିଆ ସାର ଯୋଗାଇ ଦେବା ପାଇଁ ରାସ୍ତା ରୋକ ସହ ଝରିଗାଁ ଲ୍ୟାମ୍ପ ଘେରିଲେ ଚାଷୀ

masiha

ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!