ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବ୍ୟ ଆୟୋଜନରେ ସମାପ୍ତ ହେଲା ଜୟପାଟଣା କଳାହାଣ୍ଡି ଉତ୍ସବ ଘୁମୁରା  

ଆଧୁନିକତାର ବଳୟ ମଧ୍ୟରେ କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି, ପାରମ୍ପରିକ ନୃତ୍ୟ, ଗୀତ,କ୍ରୀଡ଼ା ଗୁଡିକ ଦିନକୁଦିନ ଲୋପ ପାଇଯାଉଥିବାର ଦେଖିବାକୁ ମିଳୁଛି । ଆଜିର ପିଢ଼ି ଏହି ସବୁ ସଂସ୍କୃତିକୁ ବଞ୍ଚାଇବା ପାଇଁ ଆଗ୍ରହି ନୁହଁନ୍ତି । କେବଳ ଗ୍ରାମାଞ୍ଚଳରେ ଜନସାଧାରଣ କିଛି ପରିମାଣରେ ଏସବୁକୁ ବଞ୍ଚାଇବାର ପ୍ରୟାସ ଜାରି ରଖିଛନ୍ତି । ପ୍ରତିଭା ଅନ୍ୱେଷଣର ଅନ୍ୟତମ ଉତ୍କୃଷ୍ଟ ମଞ୍ଚ କଳାହାଣ୍ଡି ଉତ୍ସବ ଘୁମୁରାର ଆୟୋଜନ ଦ୍ୱାରା ନିଶ୍ଚୟ ସଫଳତା ମିଳିଛି । ଗତ ଦୁଇବର୍ଷ କରୋନା ଯୋଗୁଁ ବନ୍ଦ ଥିବା ଘୁମୁରା ଉତ୍ସବ ଚଳିତବର୍ଷ ପୁନର୍ବାର ଆରମ୍ଭ ହୋଇଛି । ତେଣୁ ଚଳିତବର୍ଷ ପଞ୍ଚାୟତ ସ୍ତରରୁ ବ୍ଲକ ସ୍ତର ଯାଏଁ ଅଗଣିତ ଜନସମାବେଶ ସହିତ ବିଶେଷ ଆଦୃତ ହୋଇ ପାରିଥିଲା । ଜୟପାଟଣାରେ ଜାନୁଆରୀ ୧୦/୧୧ ତାରିଖ (ମଙ୍ଗଳବାର ଓ ବୁଧବାର )ଦୁଇ ଦିନ ବ୍ୟାପି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ମଙ୍ଗଳବାର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଡୋକରି ପୀଠ ରୁ ଜୟପାଟଣା କଳାହାଣ୍ଡି ଉତ୍ସବ ପଡିଆ ପର୍ଯ୍ୟନ୍ତ ବ୍ଳକ ଅଧ୍ୟକ୍ଷ ଥବିର ବାଗ,ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ, ଜୟପାଟଣା ସରପଞ୍ଚ ମୌସୁମୀ ଡ଼ଙ୍ଗରି,ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ଜନସାଧାରଣ ଉତ୍ସାହ ଉଦ୍ଧିପନାରେ ମଶାଲଜ୍ୟୋତି ଶୋଭାଯାତ୍ରା ସାମିଲ ହୋଇ ନଗର ପରିକ୍ରମା କରିଥିଲେ । ପ୍ରଥମ ଦିନରେ ପଞ୍ଚାୟତ ସ୍ତରରେ ହୋଇଥିବା କଳାହାଣ୍ଡି ଉତ୍ସବ ରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ପାଇଥିବା ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବ୍ଳକ ସ୍ତରୀୟ ପ୍ରତିଯୋଗିତା ହୋଇଥିଲା ଏବଂ ସାନ୍ଧ୍ୟ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି,ଅଧ୍ୟାପକ ତଥା ନାଟ୍ୟକାର ମନୋଜ ରଥ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିଲେ । ଦ୍ୱିତୀୟ ଦିନରେ ସକାଳ ସମୟରେ ଅନ୍ତାକ୍ଷରି ସହ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଙ୍କ ମନ ମୋହିଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ,ବରିଷ୍ଠ ସାମ୍ବାଦିକ ସତ୍ୟ ନାରା ମହାପାତ୍ର ମୁଖ୍ୟ ବକ୍ତା ତଥା ସମ୍ମାନନୀୟ ଅତିଥି ରୂପେ ପୂର୍ବତନ ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ସୁଦର୍ଶନ ଦାସ,ବ୍ଳକ ଅଦକ୍ଷ ଥବିର ବାଗ,ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା, ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ ମଞ୍ଚାସିନ ଥିଲେ ।ମଞ୍ଚ ରେ ବିଭିନ୍ନ ପାରମ୍ପରିକ ନୃତ୍ୟ ସହ ବିଭିନ୍ନ ଜିଲ୍ଲା ରୁ ଅନେକ ନୃତ୍ୟଦଳ ନିଜ ନିଜର ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଳକ ଉପାଧ୍ୟକ୍ଷ ଜାନକୀ ବଣୁଆଙ୍କ ସହ ସମସ୍ତ ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ଉତ୍ସବ କମିଟିର ମାନ୍ୟଗଣ୍ୟ ବ୍ୟକ୍ତି, ବ୍ଳକ କର୍ମଚାରୀ ଉପସ୍ଥିତ ଥିଲେ। ପଞ୍ଚାୟତ ସ୍ତରରେ ଉତ୍ସବର ଶ୍ରେଷ୍ଠ ଆୟୋଜନ ପାଇଁ ଭେଜିଗୁଡା ପ୍ରଥମ,ବାଣ୍ଡିଗାଁ ଦ୍ଵିତୀୟ, ମୁଖୀଗୁଡା ତୃତୀୟ ସ୍ଥାନ ପାଇଛନ୍ତି ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ଅଗମ୍ୟ ଦୁର୍ଗମ ଉପାନ୍ତ ଅଞ୍ଚଳ ରେ ଖଡିଆଳ ବିଧାୟକ 

Sunil Chandra Nayak

ଡାବୁଗାଁ ମିଶନଶକ୍ତି ମହାସଙ୍ଘ ତରଫରୁ ବିଡ଼ିଓ ଙ୍କୁ ଦାବୀପତ୍ର ପ୍ରଦାନ 

masiha

ତାପମାତ୍ରା ବୃଦ୍ଧି ପାଉଛି : ପ୍ରବଳ ଗରମରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତ ବାସି

Sunil Chandra Nayak

Leave a Comment

error: Content is protected !!