ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ରେ କବିତା ପାଠୋତ୍ସଵ

ଜୁନାଗଡ଼ ତା ୧୨/୧(ନି ପ୍ର) ;- ଜୁନାଗଡ଼ ଠାରେ ଅନୁଷ୍ଠିତ ବ୍ଲକ ଓ ଏନ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେଏକ କବିତା ପାଠୋତ୍ସଵ ସ୍ଥାନୀୟ ଲଙ୍କେଶ୍ୱରୀ ମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ କମିଟି ଅଧ୍ୟକ୍ଷ ଅଧ୍ୟାପକ ପ୍ରିୟବ୍ରତ ବlଣୁଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କବିତା ପାଠୋତ୍ସଵ କୁ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟ ଶଙ୍କର ମିଶ୍ର, ନଗରପାଳ ମୁକେଶ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷl ସବିତା ମେହେର ପ୍ରମୁଖ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ l ଏଥିରେ ଜିଲ୍ଲାର୬୦ରୁ ଉର୍ଦ୍ଧ ଲବ୍ଧ ପ୍ରତିଷ୍ଠିତ ଓ ନବୀନ କବି ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ l କବି କୈଳାସ ରାଉତ, ଉଦ୍ଧବ ଚରଣ ସାହୁ, ସନ୍ତୋଷ ରଥ, ଖଗେଶ୍ବର ଧଙ୍ଗଡ଼ାମାଝୀ, ଅଜୟ ଦାସ, ପ୍ରିୟରଞ୍ଜନ ମୁଣ୍ଡ, ସନ୍ତୋଷ ମେହେର, ସୁଶୀଲ ନାଗ,।ମନୋଜ ମେହେର, ପଲ୍ଲବୀ ଦାସ, ନଳିନୀ ପ୍ରଭା, ସୌନ୍ଦର୍ଯ୍ୟ ଭଞ୍ଜ, ସତ୍ୟ ନାରାୟଣ ରାଜପୁତ, ଦୟାନିଧି ବଣୁଆ ,ମାନସ ପଣ୍ଡା, ଡିଙ୍ଗର ନାଏକ ପ୍ରମୁଖ କବି ଯୋଗ ଦେଇଥିଲେ l କବି ସୁଧୀର ମେହେର ଓ ନେପାଳ ଚନ୍ଦ୍ର ନାଗ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ପ୍ରେମଲlଲ ବlଗ ,ପ୍ରିୟମଞ୍ଜରୀ ପଣ୍ଡା, ଭାଗିରଥି ସାଗର ଓ ନବଘନ ସାହୁ ଏହାକୁ ପରିଚାଳନା କରିଥିଲେ l ବ୍ରଜକିଶୋର।ମିଶ୍ର ଧନ୍ୟବାଦ ଦେଇଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

Sunil Chandra Nayak

ହାତୀ ଉଜାଡି ଦେଲା ଚାଷୀର ସୁନାର ଫସଲ

masiha

ଦୁବାଇରେ ଚମକିଲେ କଳାହାଣ୍ଡିର ଯୁବା ବୈଜ୍ଞାନିକା, ଜିଲ୍ଲା ପାଇଁ ଆଣିଲେ ଗୌରବ

masiha

Leave a Comment

error: Content is protected !!