ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନାବେଡା କଲେଜରେ ଯୁବ ଦିବସ ପାଳିତ

ଚନ୍ଦାହାଣ୍ଡି(ମନି ସ) ଚନ୍ଦାହାଣ୍ଡି ବ୍ଲକ ମହକୁମାସ୍ଥିତ ପାନାବେଡା ମହାବିଦ୍ୟାଳୟ ଠାରେ ଆଜି ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଲେଜ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ପାନାବେଡା କଲେଜ ର ଅଧ୍ୟକ୍ଷ ଅରୁଣ କୁମାର ହୋତା ଙ୍କ ସଭାପତିତ୍ୱରେ ଆୟୋଯିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ଅନିଲ କୁମାର ପୃଷ୍ଟି ,ବିଶିକେଶନ ପାଢ଼ୀ,ନଳିନୀ ଦାସ ,ଶୁଭଦର୍ଶିନୀ ମୁଣ୍ଡ,ଶିବାଜୀ ପାଳ ପ୍ରମୂଖ ଯୋଗ ଦେଇ ସ୍ୱାମି ବିବେକା ନନ୍ଦ ଙ୍କ ଜୀବନି ଉପରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଳୟ ଗୌଡ଼, ସୁଜିତ ମହାନ୍ତି, ଦେବାଶିଷ ଝଙ୍କାର, ତ୍ରୀଜନ ନାୟକ , ଦୈତାରୀ ମଶ୍ରା , ଦେଓସରଣ ସାହୁ. ରାଜେନ୍ଦ୍ର ସୁନାନୀ ,ପୁଷ୍ପଧ୍ୱଜ ଧରୁଆ ପ୍ରମୂଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଲ୍ଯାମ୍ପର ଵାର୍ଷିକ ସାଧାରଣ ସଭା ୨୦୨୬-୨୭

ଛାତ୍ର କଲ୍ୟାଣ ମୂଳଦୁଆ ପକ୍ଷରୁ ସରକାରୀ ସଂୟଶାସିତ ମହାବିଦ୍ୟାଳୟ ରେ ବ୍ଲାକ ଡେ ପାଳନ

Sunil Chandra Nayak

ଆର୍ଟ ଅଫ ଲିଭିଙ୍ଗ୍ ର ହାପିନେସ କୋର୍ସ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!