ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ନିବାସୀ ଦ୍ଵାରିକା ହେଲେ ରାଜ୍ୟ କଂଗ୍ରେସ ସୋସିଆଲ ମିଡିଆ ସେଲ ର ଉପସଭାପତି

ତେନ୍ତୁଳିଖୁଣ୍ଟି ୧୨/୦୧/୨୩ ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ନିବାସୀ ଦ୍ଵାରିକା ମହାପାତ୍ର କଂଗ୍ରେସ ଦଳ ସୋସିଆଲ ମିଡିଆ ବିଭାଗର ରାଜ୍ୟ ଉପସଭାପତି ରୂପେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଦାୟିତ୍ଵ ଦେଲେ ଏବଂ ଘୋଷଣା କଲେ ସୋସିଆଲ ମିଡ଼ିଆ ଚେୟାରମେନ ଶ୍ରୀ ଅଭିଷେକ ମହାନନ୍ଦ। ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ , ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ,ପ୍ରଦେଶ କଂଗ୍ରେସ କମିଟି ସଭାପତି  ଶରତ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର,Dr ବିଶ୍ଵରଞ୍ଜନ ମହାନ୍ତି, ଜାତୀୟ କଂଗ୍ରେସ ସମ୍ପାଦକ ତଥା କୋରାପୁଟ ଏମପି ସପ୍ତଗିରୀ ଶଙ୍କର ଉଲ୍ଲକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ସଦନ ନାୟକ, ଭୁଜବଳ ମାଝି, ସୋସିଆଲ ମିଡିଆ ସଭାପତି ଅଭିଷେକ ମହାନନ୍ଦ, ଯୁବ କଂଗ୍ରେସ ରାଜ୍ୟ ସଭାପତି Dr ସ୍ମୃତି ରଞ୍ଜନ ଲେଙ୍କା ଏବଂ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଏବଂ ରାଜ୍ୟର ସମସ୍ତ ସମ୍ମାନୀୟ ବରିଷ୍ଟ, ଯୁବ, ଛାତ୍ର, ମହିଳା ନେତୃତଙ୍କୁ ଦ୍ଵାରିକା ହୃଦୟର ସହ ଧନ୍ୟବାଦ ଦେବା ସହ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନବରଙ୍ଗପୁର ଜିଲ୍ଲାଯୁବ_କଂଗ୍ରେସ ସଭାପତି ରୂପେ ଗୁରୁ ଦାୟିତ୍ବ ପୂର୍ବ ପରି ସୁଚାରୁରୂପେ ନିଭେଇବା ସହ ଯୁବ କଂଗ୍ରେସକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ନିଶ୍ଚିତ ରୂପେ ଅନ୍ୟ ଏକ ନୂଆ ଦାୟିତ୍ଵକୁ ମଧ୍ୟ ନିଷ୍ଟାର ସହ ନିଭେଇବାକୁ ସମ୍ପୂର୍ଣ ପ୍ରୟାସ କରିବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି। ନୂତନ ଟିମର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଶୁଭେଛା ଦେଇଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

masiha

ବିଜେଡ଼ି ରେ ସାମିଲ ହେଲେ ୫ ଟି ଗାଁର ସମସ୍ତ ଗ୍ରାମବାସୀ

masiha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୩୩ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ *ମୋଦିଜୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ: ସୁରେଶ ପୂଜାରୀ*

Sunil Chandra Nayak

Leave a Comment

error: Content is protected !!