ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରନବୀର ସିଂ ଙ୍କ ସାଇକେଲରେ ବିଶ୍ବ ଭ୍ରମଣ

ରାଉରକେଲା/ ପଞ୍ଜାବ ପ୍ରଦେଶ ରୋପରର ବାସିନ୍ଦା କରନବୀର ସିଂ (୨୯) ସାଇକେଲ ଯୋଗେ ସଂପ୍ରତି ବିଶ୍ୱଭ୍ରମଣରେ ବାହାରି ଏବେ ରାଉରକେଲାରେ ପହଞ୍ଚିଛନ୍ତି । ସେ ଗତ ମାସରେ ଭାରତର ରାଜ୍ୟ ଗୁଡ଼ିକ ଭ୍ରମଣ କରି ଏବେ ରାଉରକେଲାରେ ହେଉଥିବା ବିଶ୍ବକପ ହକି ଆୟୋଜକ ଓ ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ଆସିଛନ୍ତି ବୋଲି କହିଛନ୍ତି । ଏହାପରେ ସେ ଚୀନ,ଥାଇଲାଣ୍ଡ,ଋଷ ଓ ୟୁରୋପର ୮ ଟି ଦେଶ ଦେଇ ପ୍ରାୟ ୨୧ ଟି ଦେଶ ଭ୍ରମଣ କରି ଶେଷରେ ଲଣ୍ଡନରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ଦୈନିକ ପ୍ରାୟ ୧୫୦ ରୁ ୨୦୦ କିମି ଯାତ୍ରା କରୁଥିବା ଶ୍ରୀ ସିଂ ବୃକ୍ଷରୋପଣ, ଜଳ , ପଶୁପକ୍ଷୀ ସଂରକ୍ଷଣ, କନ୍ୟା ଭୃଣ ହତ୍ୟା, ନିର୍ଯ୍ଯାତନା ବନ୍ଦ ସହ ଶରୀରର ସୁସ୍ଥତା ପାଇଁ ବାର୍ତ୍ତା ପ୍ରଚାର ସହ ବିଶ୍ବ ଭ୍ରମଣରେ ବାହାରିଛନ୍ତି। ତାଙ୍କୁ ଆଉ ପ୍ରାୟ ୨୩ ହଜାର ୫ଶହ କିମି ରାସ୍ତା ଅତିକ୍ରମ କରିବାକୁ ପଡିବ । ଭୀଷଣ ଥଣ୍ଡା ଯୋଗୁଁ ସାଇକେଲ ଯାତ୍ରାରେ ଟିକିଏ ଅସୁବିଧା ହେଉଥିଲେହେଁ ଦୃଢମନସ୍କ ଥିବା ଶ୍ରୀ ସିଂ ନିଜ ଇଛାଶକ୍ତିକୁ ପୂରଣ କରିବା ପାଇଁ ସଂକଳ୍ପବଦ୍ଧ ଅଛନ୍ତି । ସେ ରାଉରକେଲାରେ ପହଞ୍ଚିବା ପରେ ସମାଜସେବୀ ତଥା ହୋଟେଲ ବ୍ୟବସାୟୀ ଭବନ ସିଂ ତାଙ୍କ ଯାତ୍ରାର ସଫଳତା କମନା କରିବା ସହ ଉତ୍ସାହିତ କରିଥିଲେ । ଭାରତୀୟ ହକିଖେଳାଳୀ ଧରମବୀର ସିଂ ଓ ଗଗନଦୀପ ସିଂ ତାଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ସେ ହକିକୁ ଭଲପାଇବା ସହ ହକି ଦଳକୁ ସମର୍ଥନ କରିବାକୁ ରାଉରକେଲାରେ ପହଞ୍ଚିଥିବା କହିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା ନୂତନ କମିଟି ଗଠିତ

masiha

Leave a Comment

error: Content is protected !!