ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳିତ

ତେରେସିଂହା ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ୭୫ତମ ସମ୍ବିଧାନ ଦିବସ ଆଜି ପାଳିତ ହୋଇଯାଇଛି l ଏହି ଦିବସରେ ଜାତୀୟ ସେବା ଯୋଜନା ଅଧିକାରୀ ରବି ମାଝୀ ସମ୍ବିଧାନ ର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ବିଷୟରେ ସବିଶେଷ ତଥ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ l କଲେଜ ଅଧ୍ଯକ୍ଷା ଲିପ୍ସାମୟୀ ଦୁବେଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଯୋଶବନ୍ତ ଭୋଇ ନ୍ୟାସନାଲ କଲେଜ ନୂଆପଡ଼ା, ସମ୍ମାନିତ ଅତିଥି ଭାବରେ କୌସ୍ତୁଭ ସାହୁ, ସମୀର ପଧାନ, ମାନସ ରଞ୍ଜନ ବାଗ ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମକୁ ବସନ୍ତ କୁମାର ସାହୁ, ଭୂପିନ୍ଦର ରଣା, ଚମ୍ପୁଲାଲ ରଣା, ଡୋଲେଶ୍ବର ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାସନସାମଗ୍ରୀ ଓ ଆର୍ଥିକ ସହାୟତା ଯୋଗାଇ ଦେଲେ ବିଏଚ୍ ଆର୍ ସି ,ଇଣ୍ଡିଆ

Sunil Chandra Nayak

ରାଜାଧୀରାଜ ଦେବରାଜ ପାଠାଗାର ଓ ସାହିତ୍ୟ ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ 

masiha

ବିଜାତଳା ବିଡ଼ିଓଙ୍କ ନାଁରେ ସମିତି ସଭ୍ୟାଙ୍କ ଥାନାରେ ଅଭିଯୋଗ ପୋଲିସ ତଦନ୍ତ ଚାଲିଛି; ବିଡ଼ିଓ ଷ୍ଟେସନରେ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!