ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଡାବୁଗାଁ, ୧୦/୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ସମ୍ମୁଖରେ ରାଜ୍ୟ ରାଜପଥ-୩୯ ଉପରେ ଜାତୀୟ ରାଜପଥ ପ୍ରାଧିକରଣର ରାୟପୁର-ବିଶାଖାପାଟନମ ୬ ଲେନ ରାସ୍ତା ପ୍ରକଳ୍ପର ଆଦାନି ରୋଡ ଟ୍ରାନ୍ସପୋର୍ଟ କମ୍ପାନୀ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗାଡି ଚାଳକ ମାନଙ୍କୁ ଗାଡି ଚଳେଇବା ସମୟରେ ହେଲମେଟ ବିନ୍ଧିବା, ସିଲ୍ଟ ବେଲ୍ଟ ବାନ୍ଧିବା, ଗାଡି ଚଳାଇବା ସମୟରେ ନିଷଦ୍ରବ୍ୟ ସେବନ ନକରିବା, ମୋବାଇଲରେ କଥା ନହେବା ଆଦି ଉପରେ ବୁଝାଇଥିଲେ | ଏହା ସହ କମ୍ପାନୀ ତରଫରୁ ଚାଳକ ମାନଙ୍କୁ ମାଗଣାରେ ୩୦ ଟି ହେଲମେଟ ଓ ୩୦ ଟି ଫାଷ୍ଟ ଏଡ କୀଟ ବଣ୍ଟନ କରାଯାଇଥିଲା | ଏହି ସଚେତନତା କାର୍ଯ୍ୟକ୍ରମରେ କମ୍ପାନୀର ପ୍ରକଳ୍ପ ମୁଖ୍ୟ ସୁଶୀଲ କୁମାର, ବିକେଆରପିଏଲ ସୁରକ୍ଷା ମୁଖ୍ୟ ଦେବେନ୍ଦ୍ର ମହାପାତ୍ର, ଏମବିପିଏଲ ସୁରକ୍ଷା ମୁଖ୍ୟ ବାମଦେବ ସାମଲ, ବିକେଆରପିଏଲ ସୁରକ୍ଷା ପରିଚାଳକ ରଞ୍ଜନ ଜେନା, ୟୁଏମଏସଏଲ ସୁରକ୍ଷା ମୁଖ୍ୟ ଗୌରୀ ଶଙ୍କର ଗୌଡ ଏବଂ ଥାନା ସବଇନିସ୍ପେକ୍ଟରଚନ୍ଦନ ସାହୁ ଓ ଅନ୍ୟ ମାନେ ସାମିଲ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚିକିତ୍ସାରେ ବାଧକ ସାଜିଛି ଅର୍ଥ ସରକାରୀ ସହାୟତା ଅପେକ୍ଷାରେ ୭୦ ବର୍ଷର ବୃଦ୍ଧ 

masiha

ବସ୍ତା ଅଞ୍ଚଳ ର ସମାଚାର

masiha

ଆଶିଷ୍ ଡ୍ୟାନ୍ସ୍ ଷ୍ଟୁଡିଓର ଦ୍ଵିତୀୟ ବାର୍ଷିକ ଉତ୍ସବ ; ଦୈନନ୍ଦିନ ଜୀବନଚର୍ଯ୍ୟାରେ ନୃତ୍ୟ ସାମିଲ ହେବା ଆବଶ୍ୟକ : ମୁଖ୍ୟ ବକ୍ତା

Leave a Comment

error: Content is protected !!