ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜବାହାର ଉଚ୍ଚ ବିଦ୍ୟାଳୟର ୨ ଛାତ୍ର ରାଜ୍ୟ କ୍ରିକେଟ ଚାମ୍ପିୟନସିପ ପାଇଁ ମନୋନୀତ

କୋକସରା,୧୦/୦୨- ୧୭ ବର୍ଷରୁ କମ ରାଜ୍ୟ ସ୍ତରୀୟ କ୍ରିକେଟ ଚାମ୍ପିୟନସିପ ୨୦୨୨-୨୩ ପାଇଁ କୋକସରା ବ୍ଲକ ଜବାହାର ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ର ମନୋନୀତ ହୋଇଛନ୍ତି। ଆସନ୍ତା ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ହାଇସ୍କୁଲ ଠାରେ କ୍ରିକେଟ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ପାଇଁ କଳାହାଣ୍ଡି ଟିମରେ ସ୍ଥାନ ପାଇଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା ୩୧୭୦ ତାରିଖ ୩/୨/୨୩ ଅନୁସାରେ ସୁଚନା ଦିଆଯାଇଛି। କୋକସରା ଜବାହାର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ର ହେଲେ ଶୁଭମ ପଟେଲ ଓ ନେତ୍ରାନନ୍ଦ ବାଗ। ହାଇସ୍କୁଲର ଖେଳ ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ପ୍ରଶିକ୍ଷଣରେ ଦୁଇ ଛାତ୍ର ସୁଯୋଗ ପାଇଛନ୍ତି। ଦୁଇ ଛାତ୍ରଙ୍କ ଏହି ସଫଳତା ପାଇଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଓ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

କଳାହାଣ୍ଡି ଉତ୍ସଵ ବ୍ଲକ ସ୍ତରୀୟ ଫୁଟବଲ ଫାଇନାଲରେ ଫୁପଗାଁ ଟିମ ଚାମ୍ପିୟାନ

Sunil Chandra Nayak

ପାୱାର ଲିଫଟିଂ ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ପାୱାର ଲିଫ୍ଟର ଙ୍କ ସଫଳତା

masiha

ଡ଼ୁମାଡ଼ଙ୍ଗର ଠାରେ DPL କ୍ରିକେଟ ଟୁର୍ନାମେଣ୍ଟ  

Leave a Comment

error: Content is protected !!