ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର ଚାମ୍ପିଅନ

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର ଚାମ୍ପିଅନ 

ଜୁନାଗଡ୨୭/୧୨(ମ ନି ସ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଚାଲିଥିବା ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳ ଜୟପୁର ବନାମ ନବରଙ୍ଗପୁର ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା । ଜୟପୁର ଦଳ ପ୍ରଥମେ ଟସ୍ ଜିତି ଫିଲିଡ଼ିଂ କରିବାର ନିଷ୍ପତ୍ତି ନେଇଥିଲେ । ନବରଙ୍ଗପୁର ଦଳ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ରେ ୨୧୨/୯ ରନ୍ କରିଥିଲେ । ଏହାର ଜବାବ ରେ ଜୟପୁର ଦଳ ୨୯ ଓଭରରେ ରେ ସମସ୍ତ ୱିକେଟ ହରାଇ ୧୮୮ ରନ୍ ସଂଗ୍ରହ କରି ଥିଲା। ୨୪ ରନ ରେ ନବରଙ୍ଗପୁର ଦଳ ବିଜୟୀ ହେବା ସହ ଚାମ୍ପିଅନ ହୋଇଥିଲେ। 

ନବରଙ୍ଗପୁର ଦଳ ର ଅର୍ଜୁନ ମଲ୍ୟୟ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୨୮ ରନ ଓ ୩ ୱିକେଟ ନେଇ ମେନଅଫଦିମ୍ୟାଚ ହେଇଥିଲେ । ଟୁର୍ଣ୍ଣମେଣ୍ଟ ର ଶ୍ରେଷ୍ଠ ଖେଳାଳି ଭାବେ ମେନ୍ଅଫଦି ସିରିଜ ନବରଙ୍ଗପୁର ଦଳ ର ରବିଶଙ୍କର ହେଇଥିଲେ ।

 ମ୍ୟାଚରେ ଅମ୍ପାୟାର ଭାବେ ଅସିତ୍ ପଟ୍ଟନାୟକ, ଓ ଦିପେନ୍ ସାହୁ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ପରମେଶ୍ବର ପୋଢ଼ ଓ ମୁନୁ ବେହେର, ନୀତିଶ ମହାପାତ୍ର, ବିନୟ ସାହୁ, ମାନସ ସାହୁ, ସତିଶ ପ୍ରଧାନ, ଯାଭିଦ ଖାନ ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଏନସି ଅଧକ୍ଷ ମୁକେଶ ଅଗ୍ରୱାଲ, ସମାଜ ସେବୀ ସୋନ୍ତୋଷ ସାହୁ, ଉଦ୍ଧବ ସାହୁ, ଶୈଳେଶ ସାହୁ, ଏନସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମଲାଲ ହିଆଲ, ଓଜେଇଓ ସଂପାଦକ ସନ୍ତୋଷ ସିଂଦେଓ,କର୍ତ୍ତବ୍ୟ ଚିଫ ଏକ୍ୟୁସିଆଇଟିଭ ଅଶୋକ ପଟ୍ଟନାୟକ ସ୍ବର୍ଗତ ଚନ୍ଦୁ ସାହାଣୀଙ୍କ ଧର୍ମପତ୍ନୀ ପ୍ରଭାତୀ ସାହାଣୀ ,ଇଶ୍ଵର ପୁଝାରୀ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ନ୍ୟୁରେଡ଼ଷ୍ଟାର ସ୍ପୋର୍ଟସ କ୍ଲବର ସଭାପତି ହିମାଂଶୁ ଶେଖର ବରାଡ, ଉପସଭାପତି ସରୋଜ ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ, ମାନସ ସାହୁ, ଦିଲୀପ ପଣ୍ଡା, ସୁଶୀଲ ଠାକୁର, ନିହାର ପଣ୍ଡା, ରମଣୀ ପଣ୍ଡା, ସୁଜିତ୍ ପଣ୍ଡା, ମନୁ ସାହୁ, ସୁଧାଂଶୁ ବାରାଡ, ପପୁ ଭଞ୍ଜ, କ୍ରୀଷ୍ଣା ନାଏକ, ବାପୁନି, ବଣ୍ଟି, ସୁରଜ୍,ରାଜା, ବିକି, ରାହୁଲ,ରଞ୍ଜନ, ଜିତୁ, କାଶୀ ଘି, ସୁରେଶ ବାଗ, କାଳିଆ କନ୍ଧପାନ ବିଶ୍ଵ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଡୋଭା ଗ୍ରାମରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

ପ୍ରଥମ ପ୍ରଶାନ୍ତ ସିଂହ ସ୍ମାରକୀ ୧୪ ବର୍ଷ ରୁ କମ୍ ଗ୍ରାସରୁଟ ଚମ୍ପିୟାନ ଫୁଟବଲ ପ୍ରତିଯୋଗିତା

Sunil Chandra Nayak

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ 

masiha

Leave a Comment

error: Content is protected !!