ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ଅଞ୍ଚଳ ର ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରାଜୀବ କୁମାର ତିୱାରୀ ଙ୍କ ଆଜି ପରଲୋକ 

ଖଡିଆଳ ଅଞ୍ଚଳ ର ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରାଜୀବ କୁମାର ତିୱାରୀ ଙ୍କ ଆଜି ପରଲୋକ 

ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡିଆଳ ସହର ନିବାସୀ ରାଜୀବ କୁମାର ତିୱାରୀ ଆଜି ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଅଛି। ତାଙ୍କ ଦେହାନ୍ତ ବିଭିନ୍ନ ମହଲରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଶାରୀରିକ ଅସୁସ୍ଥତା କାରଣରୁ ସେ ଚିକିତ୍ସା ହୋଇ ଆସୁଥିଲେ। ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ଖଡିଆଳ ମିଶନ କୁ ନେବା ବେଳେ ହୃଦଘାତ ହୋଇ ତାଙ୍କ ଦେହାନ୍ତ ହୋଇଅଛି। ରାଜୀବ କୁମାର ତିୱାରୀ ୨୧ ଅଗଷ୍ଟ ୧୯୬୬ ମସିହାରେ ଜନ୍ମ ହୋଇଥିଲେ। ସେ ଖଡିଆଳ କଲେଜ୍ ରେ ୧୯୯୧-୯୨ ମସିହାରେ ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ସେ ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରୂପେ ଅଞ୍ଚଳ ରେ ବେଶ ଜଣାଶୁଣା ଥିଲେ। ଗୁରୁବାର ଦିନ ଖଡିଆଳ ଠାରେ ତାଙ୍କ ସେଶକୃତ୍ୟ ଅନୁଷ୍ଠିତ ହେବା ନେଇ ପରିବାର ପକ୍ଷ ରୁ ପ୍ରକାଶ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ

ରିପୋର୍ଟ

Related posts

ଆମ ସଂଘ ଆମର, ଆମେ ସବୁ ସଂଘର : ବରିଷ୍ଠ କଳାକାର ମହାସଂଘ

masiha

ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବୋଲେରୋ ଗାଡି, ୬ ଆହତ 

masiha

ପ୍ରକାଶ ପାଇଲା ଜ୍ଞାନପୀଠ ପୁରସ୍କୃତ ବ୍ଯକ୍ତି ଓ ସମୟ ଭିତ୍ତିକ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ସନ୍ଧ୍ୟାରାଣୀ

masiha

Leave a Comment

error: Content is protected !!