ରାଉରକେଲା/ ସଂଗୀତ ଅନୁଷ୍ଠାନ ମୂର୍ଚ୍ଛନା ପରିବାର ତରଫରୁ ସେକ୍ଟର ୨୦ସ୍ଥିତ କଳିଙ୍ଗ କଳା ପରିଷଦ ଠାରେ ହୋଲିମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ, ସାଧାରଣ ସଂପାଦକ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଆବାହକତ୍ବ ଓ କଳ୍ପନା ଶତପଥୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର ପୁହାଣ ମୁଖ୍ୟଅତିଥି ଓ ଅନ୍ୟତମ ବରିଷ୍ଠ ଅଧିକାରୀ ହୀରାଲାଲ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପରିବାରର କର୍ମକର୍ତ୍ତା ଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ କବି ତଥା ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସୁଜ୍ଞାନୀ ରାୟ, ରବି ପାଣିଗ୍ରାହୀ, ସଞ୍ଜୟ ସାହୁ ଓ ରଞ୍ଜିତା ବେହେରା ଙ୍କୁ ‘ ମୂର୍ଚ୍ଛନା ବଂଧୁ ସମ୍ମାନ”ରେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ କୁଞ୍ଜବିହାରୀ ରାଉତ, ପ୍ରତାପରୁଦ୍ର ତ୍ରିପାଠୀ, ମହମ୍ମଦ ଆସଲମ୍ ଓ ବିଭୁପ୍ରସାଦ ନାୟକ ସ୍ବରଚିତ କବିତା ପାଠ କରିଥିବାବେଳେ ଇତି ପଟ୍ଟନାୟକ, ସୋନାଲି ତ୍ରିପାଠୀ,ପିଙ୍କି ପ୍ରିୟଦର୍ଶନୀ, ଶେଖର ଜୟପୁରିଆ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ସାମଲ, ପ୍ରଦୀପ ସାହୁ, ଅରବିନ୍ଦ ସାହୁ, ମୀନର୍ଭା ସାହୁ, ତୀର୍ଥ ନାଥ, ଲକ୍ଷ୍ମୀକାନ୍ତ, ଅନୁପମା, କାଦମ୍ବିନୀ , ଶର୍ମିଷ୍ଠା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ ଶେଷରେ କୋଷାଧ୍ୟକ୍ଷ ନିବେଦିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।