ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡ଼ବର

ମୟୂରଭଞ୍ଜ 13/3: (ମସିହା) ନିଜସ୍ୱ ମାତୃଭାଷା, ସଂସ୍କୃତି, ପରମ୍ପରା ନିର୍ଦ୍ଦିଷ୍ଠ ଜାତିର ପରିଚୟ ବହନ କରିଥାଏ l ତେଣୁ ପ୍ରତ୍ୟେକ ଆଦିବାସୀ ନିଜ ନିଜର ମାତୃଭାଷା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବାକୁ ଯତ୍ନବାନ ହେବାକୁ ପ୍ରଖ୍ୟାତ ହୋ ଭାଷା ସାହିତ୍ୟିକ ଡ଼ବର ବୁଲିଉଲି ଆହ୍ୱାନ କରିଛନ୍ତି l ନିଜର ପରିଚୟ ପ୍ରଦାନ କରୁଥିବା ହୋ ଜାତିର ସ୍ୱତନ୍ତ୍ର ଏବଂ ପ୍ରାଚୀନ ଭାଷା, ପରମ୍ପରା, ପର୍ବପର୍ବାଣି ରହିଛି l ଅନେକ ସ୍ଥାନରେ ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ ପାଳନରେ ଅନେକ ପରିବର୍ତନ ଦେଖାଯାଉଛି, ଯାହାକି ଜାତିର ଅସ୍ମିତା ପ୍ରତି ବିପଦ l ଜାମଦା ବ୍ଲକ ତାଳଗାଁ ପଂଚାୟତର ବଡାମତଳିଆ (ବାଳାମ) ଗ୍ରାମରେ ଅନୁଷ୍ଠିତ ବାହା ପରବ ଅବସରରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାର ଉଦଘାଟନ ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଶ୍ରୀ ବୁଲିଉଲି ଉପରୋକ୍ତ ମତ ଦେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମକୁ ବାହା ପରବ ଦସ୍ତୁର ଆୟୋଜନ ସମିତିର ସଭାପତି ମୋହନ ସିଂ ଗୋଡ଼ସୋରା, ଉପସଭାପତି ଜଗନ୍ନାଥ ପିଙ୍ଗୁଆ, ସମ୍ପାଦକ ରୂପସିଂ ପୂର୍ତ୍ତି, ଯୁଗ୍ମ ସମ୍ପାଦକ ରାମସିଂ ପୂର୍ତ୍ତି ପରିଚାଳନା କରୁଥିଲେ l ଏଥିରେ ମୁଖ୍ୟ ଅତିଥି ରୂପେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ଅଞ୍ଜଳୀ ସୋରେନ, ସମ୍ମାନିତ ଅତିଥି ରୂପେ ଚାଇଁବସାର ସାମାଜିକ କର୍ମୀ ରେଙ୍ଗ ବଦ୍ରା, ହେଂସଡ଼ା ସରପଞ୍ଚ ବାଲେମଣି ମୁନ୍ଦୁୟା, ତାଳଗାଁ ସରପଞ୍ଚ ଡମ୍ବରୁଧର ହେମ୍ବ୍ରମ, ପାସନା ସରପଞ୍ଚ ମାଳତୀ ଆଲଡା, ହୋ ଭାଷା ଆନ୍ଦୋଳନକାରୀ ତଥା ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଗଣମାଧ୍ୟମ ପ୍ରକୋଷ୍ଠ ପ୍ରମୁଖ ମନୋରଞ୍ଜନ ତିରିଆ, ଅତିଥି ରୂପେ ଜାମଦାର ପୂର୍ବତନ ସରପଞ୍ଚ ବିର୍ସା କଣ୍ଡାଙ୍ଗକେଲ, ସାମାଜିକ କର୍ମୀ ଟାଙ୍ଗୁରୁ ବୈପାଇ, ୟୁନିଅନ ବ୍ୟାଙ୍କ ଅଧିକାରୀ ମାନସିଂ ପୂର୍ତ୍ତି, ବିଏସଏନଏଲ ଅଧିକାରୀ ରମେଶ ଚନ୍ଦ୍ର ପୂର୍ତ୍ତି, ଆନ୍ଧ୍ର ବ୍ୟାଙ୍କର ଅଧିକାରୀ ରୂପନାରାୟଣ ପୂର୍ତ୍ତି, ଅବସରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦୁଲା ଗୋଡ଼ସୋରା, ଅବସରପ୍ରାପ୍ତ ଶିକ୍ଷକ ଅର୍ଜୁନ ଗୋଡ଼ସୋରା, ୱାର୍ଡ ସଭ୍ୟା ଜୟନ୍ତୀ ପୂର୍ତ୍ତି ପ୍ରମୁଖ ମଂଚାସୀନ ଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଔମୂଳ ଛକଠାରେ ଖୋଲିଲା ଜଳଛତ୍ର

masiha

ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଶାଖାର ଏକ ବୈଠକ ଅନୁଷ୍ଠିତ 

masiha

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

Leave a Comment

error: Content is protected !!