ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନୂଆ – ଓ ଖେଳ ପ୍ରତିଯୋଗିତା ଉଦଘାଟିତ

ନୂଆ – ଓ ଖେଳ ପ୍ରତିଯୋଗିତା ଉଦଘାଟିତ 

ଡାବୁଗାଁ, ୨୭/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ନୂଆ – ଓ ଖେଳ ପ୍ରତିଯୋଗିତା ବୁଧବାର ଉଦଘାଟିତ ହୋଇଯାଇଛି l ଏହି ପ୍ରତିଯୋଗିତା ରେ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତ ରୁ ମୋଟ ୧୦ ଟି ଦଳ ଭାଗ ନେଇଛନ୍ତି l ଉଦଘାଟନୀ ମ୍ୟାଚ ଟି ଗାଙ୍ଗୁଲୀ ଏକାଦଶ ଓ ଡ଼ଙ୍ଗରିଗୁଡା ଷ୍ଟାର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଗାଙ୍ଗୁଲୀ ଏକାଦଶ ଟଚ ଜିତି ନିର୍ଦ୍ଧାରିତ ୧୦ ଓଭରରେ ୧୦୮ ରନ ସଂଗ୍ରହ କରିଥିଲା | ଡ଼ଙ୍ଗରିଗୁଡା ଷ୍ଟାର ଦଳ ୯ ଓଭର ରେ ୧୦୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲା | ଏଥିରେ ଅମପାୟାର ଭାବେ ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ ଓ ବାସୁଦେବ ରଥ ଦାୟିତ୍ଵରେ ରହିଥିଲେ | ଏହି ଉଦଘାଟନୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ବିଡିଓ ଶରତ ମାଝୀ, ତହସିଲଦାର ସଦାଶିବ ଭତ୍ରା, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସମ୍ପ୍ରାସାରଣ ଅଧିନାରୀ ଆଦିତ୍ୟ ନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଞ୍ଚମ ଭବାନୀପାଟଣା ଟାଉନ ଫୁଟବଲ ଲିଗ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

masiha

ମୁଣ୍ତମରାଇ ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

masiha

ଗ୍ରୀଷ୍ମ କାଳୀନ ବେଡ଼ମୀଣ୍ଟନ କର୍ମଶାଳା ଉଦଯାପିତ

masiha

Leave a Comment

error: Content is protected !!