ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନୂଆ – ଓ ଖେଳ ପ୍ରତିଯୋଗିତା ଉଦଘାଟିତ

ନୂଆ – ଓ ଖେଳ ପ୍ରତିଯୋଗିତା ଉଦଘାଟିତ 

ଡାବୁଗାଁ, ୨୭/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ନୂଆ – ଓ ଖେଳ ପ୍ରତିଯୋଗିତା ବୁଧବାର ଉଦଘାଟିତ ହୋଇଯାଇଛି l ଏହି ପ୍ରତିଯୋଗିତା ରେ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତ ରୁ ମୋଟ ୧୦ ଟି ଦଳ ଭାଗ ନେଇଛନ୍ତି l ଉଦଘାଟନୀ ମ୍ୟାଚ ଟି ଗାଙ୍ଗୁଲୀ ଏକାଦଶ ଓ ଡ଼ଙ୍ଗରିଗୁଡା ଷ୍ଟାର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଗାଙ୍ଗୁଲୀ ଏକାଦଶ ଟଚ ଜିତି ନିର୍ଦ୍ଧାରିତ ୧୦ ଓଭରରେ ୧୦୮ ରନ ସଂଗ୍ରହ କରିଥିଲା | ଡ଼ଙ୍ଗରିଗୁଡା ଷ୍ଟାର ଦଳ ୯ ଓଭର ରେ ୧୦୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲା | ଏଥିରେ ଅମପାୟାର ଭାବେ ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ ଓ ବାସୁଦେବ ରଥ ଦାୟିତ୍ଵରେ ରହିଥିଲେ | ଏହି ଉଦଘାଟନୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ବିଡିଓ ଶରତ ମାଝୀ, ତହସିଲଦାର ସଦାଶିବ ଭତ୍ରା, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସମ୍ପ୍ରାସାରଣ ଅଧିନାରୀ ଆଦିତ୍ୟ ନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଟେକ୍ନୋଓ୍ବାର୍ଲଡ ଗ୍ରପୁ ଅଫ୍ ଇନଷ୍ଟିଚ୍ୟୁଟର ଏବଂ ଶିମିଳିପାଳ ଅଫ୍ ନର୍ସିଂ କଲେଜ ଆନୁକୁଲ୍ୟରେ ୧୧ ତମ ଦୁଇଦୀଵସୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ 

masiha

ପାୱାର ଲିଫଟିଂ ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ପାୱାର ଲିଫ୍ଟର ଙ୍କ ସଫଳତା

masiha

ନବରଙ୍ଗପୁର ରେ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!