ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବୋବରିଆ ଠାରେ ମା ଲଙ୍କେଶ୍ୱରୀ ସପ୍ତମ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କୋକସରା,୧୦/୦୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଖେଳ ପଡ଼ିଆରେ ମା ଲଙ୍କେଶ୍ୱରୀ ଫୁଟବଳ ଆସୋସିଏସନ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସଭାପତି ରୋହିତ କୁମାର ପୁଝାରିଙ୍କ ସଭାପତିତ୍ୱରେ ବୁଧବାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସମ୍ମାନିତ ଅତିଥି ଭାବେ ଟେମରା ସମିତି ସଭ୍ୟା ଅନୁସୟା ମାଝୀ, ଟେମରା ନାଏକ ସରପଞ୍ଚ ପୂର୍ଣମୀ ମାଝୀ, ବୋବରିଆ ୱାଡ ସଭ୍ୟା ବବିତା ବେସ୍ରା ଯୋଗ ଦେଇଥିଲେ । ମା ଲଙ୍କେଶ୍ୱରୀ ଦେବୀଙ୍କ ପୂଜାର୍ଚ୍ଚନା ପରେ ଫୁଟବଳ ଟୁର୍ଣ୍ଣାମେଣ୍ଟର ପତାକା ଉତ୍ତୋଳନ କରିଥିଲେ । ଉଦଘାଟନୀ ମ୍ୟାଚ ଉଭୟ ଚିକିଲି ଓ ବିଜମରା ଦଳ ଖେଳାଳିଙ୍କ ସହ ଅତିଥି ମାନେ ଜାତୀୟ ସଙ୍ଗିତ ଓ ପରିଚୟ ପ୍ରଦାନ ଉତ୍ସଵରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ପ୍ରଥମ ମ୍ୟାଚରେ ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶିତ କରିଥିବା ବେଳେ ଚିକିଲି ଦଳ ୩/୧ ଗୋଲରେ ବିଜମରାକୁ ପରାଜିତ କରି ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚକୁ ଉନ୍ନୀତ ହୋଇଛନ୍ତି। ଖେଳକୁ ଶିକ୍ଷକ ତାପସ କୁମାର ଦାସ, ଭୁପେନ୍ଦ୍ର ଗୋପାଳ ଓ ଜଗମୋହନ ମାଝୀ ପରିଚଳନା କରିଥିଲେ। ଖେଳର ଧାରା ବିବରଣୀ ଚୈତନ ପାତ୍ର ପ୍ରଦାନ କରିଥିଲେ। ଖେଳ ପରିଚାଳନାରେ ନୀଳାମ୍ବର ଛାତ୍ରିଆ, ଜଗମୋହନ ମାଝୀ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫  ପ୍ରଥମ ଥର ପାଇଁ ମହିଳା ଗଣଦୌଡ ପ୍ରତିଯୋଗିତା

masiha

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଏବଂ ରାଇରଙ୍ଗପୁର ଦିତୀୟ ସେମିଫାଇନାଲକୁ ଉନ୍ନିତ

Sunil Chandra Nayak

ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!