ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ସାମ୍ବାଦିକ କର୍ମଜୀବି ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ

ନବରଙ୍ଗପୁର (ମସିହା )-ଆଜି ନବରଙ୍ଗପୁର ସ୍ଥିତ ପି ଡବ୍ଲୁ ଡି ଡାକ ବଙ୍ଗଳା ଠାରେ ଭାରତୀୟ କର୍ମଜିବୀ ସାମ୍ବାଦିକ ସଙ୍ଘ ର ସହବଦ୍ଧ କ୍ରମେ ଓ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ର ଅନୁମୋଦିତ କ୍ରମେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ବୈଠକରେ ଭାରତୀୟ ସାମ୍ବାଦିକ କର୍ମଜୀବୀ ସଙ୍ଘ ର ସାଧାରଣ ସମ୍ପାଦକ ଶ୍ରୀ ନିରଞ୍ଜନ ବିଶ୍ୱାଳ, କୋଷାଧକ୍ଷ ଶ୍ରୀ ଅଭିମନ୍ୟୁ ଚୌଧୁରୀ ଓ ଏକ୍ସଜିକୁଟିଭ ମେମ୍ବର ଶ୍ରୀ ତପନ ହିଆଁଲ ଯୋଗ ଦେଇଥିଲେ | ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ୱାଳ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ସାମ୍ବାଦିକତାର କାର୍ଜ୍ୟ୍ ଉପରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ ଏବଂ ନିର୍ଭିକ, ନିରପେକ୍ଷ ଭାବରେ ସାମ୍ବାଦିକତା କରିବାକୁ ଉପଦେଶ ଦେଇଥିଲେ |ଆଜି ସାଧାରଣ ସମ୍ପାଦକ ଙ୍କ ଉପସ୍ଥିତି ରେ ନବରଙ୍ଗପୁର ଜିଲ୍ଲାର କାର୍ଯ୍ୟକାରିଣୀ କମିଟି ଗଠିତ ହୋଇଥିଲା ।ବାର୍ଥ ହରିଜନ ଜିଲ୍ଲା ସଭାପତି, ହିମାଂଶୁ ବାଘ ଜିଲ୍ଲା ଉପସଭାପତି, ଅଶୋକ ସାହୁଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ, ସନ୍ତୋଷ ଷଡଙ୍ଗି ଙ୍କୁ ସମ୍ପାଦକ, ଶେଖର ଖୁରା ଙ୍କୁ ସାଙ୍ଗଠନିକ ସମ୍ପାଦକ, ଲାଲୁ କର୍କରା ଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ପ୍ରଦାନ କରିଥିଲେ |ସେହିପରି ଭାବେ ନନ୍ଦାହାଣ୍ଡି ବ୍ଲକ ସଭାପତି ଇଶ୍ଵର ଗୌଡ଼,ତେନ୍ତୁଲିଖୁଣ୍ଟି ବ୍ଲକ ସଭାପତି ପରଦେଶୀ ସଗରିୟା,ନବରଙ୍ଗପୁର ବ୍ଲକ ସଭାପତି ରାଜେଶ ତନ୍ତୀ,ଉମରକୋଟ ବ୍ଲକ ସଭାପତି ବନସିଂ ଗଣ୍ଡ, ରାଇଘର ବ୍ଲକସଭାପତି ନରସିଂହ ହରିଜନ, ଝରିଗାଁ ବ୍ଲକ ସଭାପତି ସବ୍ୟସାଚୀ ଭରତିଆ, ପାପଡାହାଂଣ୍ଡି ବ୍ଲକ ସଭାପତି ଦେବୀ ପ୍ରସାଦ ଙ୍କୁ ରାଜ୍ୟ କମିଟି ଓ ଜିଲ୍ଲା କମିଟିଙ୍କ ସହମତିକ୍ରମେ ଚୟନ କରା ଯାଇଥିଲା । ଉପସ୍ଥିତ ପଚିଶି ଜଣ (25)ସାମ୍ବାଦିକ ମାନଙ୍କୁ ସଙ୍ଘ ର ଆଇ ଡି କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା |ଆଜିର ଏହି ବୈଠକରେ ମଞ୍ଚ ପରିଚାଳନା ଶ୍ରୀଯୁକ୍ତ ଶେଖର ଖୁରା କରିଥିବା ବେଳେ ଅଶୋକ କୁମାର ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

‘ଦୃଷ୍ଟି’ କାର୍ଯ୍ୟକ୍ରମ ଅଧୀନରେ ଜିନ୍ଦଲ ଫାଉଣ୍ଡେସନର ଚକ୍ଷୁ ଚିକିତ୍ସା ଶିବିର

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ

masiha

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତି ୧୪ ଜୁଲାଇ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ 

masiha

Leave a Comment

error: Content is protected !!