ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପୁରୁଷ ହକି ବିଶ୍ଵକପ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

ଡାବୁଗାଁ, ୭/୧ – (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ମିନି ଷ୍ଟାଡିୟମ ଠାରେ ପୁରୁଷ ହକି ବିଶ୍ଵକପ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଶନିବାର ଉଦଯାପିତ ହୋଇଯାଇଛି | ପ୍ରତିଯୋଗୀତା ର ଶେଷ ଦିନରେ ଚଚରାଗୁଡା, ନନ୍ଦପୁରା, ବଡଓଲମା, କୋଇଲାରୀ, ମେଦନା ଓ ଡ଼ଙ୍ଗରିଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ପ୍ରଥମ ମ୍ୟାଚ ନନ୍ଦପୁରା – ମେଦନା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ନନ୍ଦପୁରା ୩-୦ ଗୋଲରେ ବିଜୟୀ ହୋଇଥିଲା | ୨ୟ ମ୍ୟାଚଟି ଚଚରାଗୁଡା- ବଡଓଲମା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଚଚରାଗୁଡା ୩-୦ ଗୋଲରେ ବିଜୟୀ ହୋଇଥିଲା | ୧ମ ସେମି ଫାଇନାଲ ମ୍ୟାଚଟି କୋଇଲାରୀ – ଡ଼ଙ୍ଗରିଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ କୋଇଲାରୀ ୫-୪ ଗୋଲରେ ବିଜୟୀ ହୋଇଥିଲା | ୨ୟ ମ୍ୟାଚ ଟି ନନ୍ଦପୁରା- ଚଚରାଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଚଚରାଗୁଡା ୨-୦ ଗୋଲରେ ବିଜୟୀ ହୋଇଥିଲା | ଫାଇନାଲ ମ୍ୟାଚଟି ଚଚରାଗୁଡା – କୋଇଲାରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଚଚରାଗୁଡା ୩-୨ ଗୋଲରେ ବିଜୟୀ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇ ବିଜୟୀ ଚଚରାଗୁଡା ଦଳକୁ ପ୍ରମାଣପତ୍ର ସହ ଟ୍ରଫି ଓ ପରାଜିତ କୋଇଲାରୀ ଦଳ କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ | ଏଥିରେ ମ୍ୟାନ ଅଫ ଦି ମ୍ୟାଚ ବଲରାମ ନାୟକ ଓ ମ୍ୟାନ ଅଫ ସିରିଜ ଚମ୍ପୁ ପୂଜାରୀ ଙ୍କୁ ଟ୍ରଫି ପ୍ରଦାନ କରଯାଇଥିଲା | ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ଜିଲାପରିଷଦ ସଭ୍ୟ -୧ ଧନସିଂ ଭତ୍ରା, ଜିଲାପରିଷଦ ସଭ୍ୟ-୨ ଗୁପ୍ତା ବିଶୋଇ, ବ୍ଲକ ଅଧ୍ୟକ୍ଷ ବୀଣା ମାଝି, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ କ୍ରିଡା ଶିକ୍ଷକ ହେମନ୍ତ କୁମାର ସାମଲ, ଉମାକାନ୍ତ ବିଶ୍ଵାଳ, ରଞ୍ଜନ କୁମାର ପରିଡା, ଭାଗବତ ପ୍ରସାଦ ମୁର୍ମୁ, ତ୍ରିନାଥ ପମ୍ବିଆ, ଅରୁଣ କୁମାର ହିଆଲ ପ୍ରମୁଖ ଖେଳ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଜାହିର ଗଡିଆ ଆଦିବାସୀ ଯୁଆନ ଗାଉଁଟା କ୍ଲବ ଫୁଟବଲ ଟୁନାମେଣ୍ଟ ଉଦଯାପନୀ ଦିବସ

Sunil Chandra Nayak

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କଣ୍ଟାବାଞ୍ଜି ବିଜୟୀ

Sunil Chandra Nayak

ପିରବତୀ ମହିଳା କଲେଜ ରେ କ୍ରୀଡ଼ା ପ୍ରତିଯୋଗିତା

masiha

Leave a Comment

error: Content is protected !!