ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ଳୋବାଲ ୱାର୍ମିଂ ବିଷୟରେ ରାୟଗଡା ଜିଲ୍ଳା କୋର୍ଟରେ ଚିତ୍ରାଙ୍କନ ପ୍ରତିଯୋଗିତା

ଗ୍ଳୋବାଲ ୱାର୍ମିଂ ବିଷୟରେ ରାୟଗଡା ଜିଲ୍ଳା କୋର୍ଟରେ ଚିତ୍ରାଙ୍କନ ପ୍ରତିଯୋଗିତା

ରାୟଗଡା/୧୦/୧୧/୨୩: ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗ୍ଳୋବଲ ୱାର୍ମିଂ ବିଷୟକୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ରାୟଗଡା ଜିଲ୍ଳା ଦୈାରାଜଜ୍‌ଙ୍କ ଅଦାଲତର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଦୈାରାଜଜ୍ ଅଦାଲତର ବିଚାରପତି ସତ୍ୟ ନାରାୟଣ ଷଡଙ୍ଗିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳା ଦୈାରାଜଜ ତଥା ପୋକ୍ସ ଅଦାଲତର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାୟକ,ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମୀନାକ୍ଷୀ ପ୍ରିୟଦର୍ଶନୀ ଏବଂ ଜିଲ୍ଳା ଆଇନ ସେବା ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ରାୟଗଡାର ବିଭିନ୍ନ ଶିକ୍ଷାନୁଷ୍ଠାନର ସପ୍ତମରୁ ଦଶମ ଶ୍ରେଣୀର ୪୯ଜଣ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ଛାତ୍ର ଶ୍ରୀନୁ ମାଣ୍ଡାଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟରେ ଛାତ୍ରୀ ଆୟୁଷୀ ଦୋରା ଏବଂ ପପୁ ମାଝି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଳା ଦୈାରାଜଜ୍ ଶ୍ରୀ ଷଡଙ୍ଗି ଏବଂ ସମ୍ମାନୀତ ଅତିଥିମାନେ କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରିଥିବା ବେଳେ ଆଗାମୀ ଦିନରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଉତ୍ସାହିତ ହୋଇ ଅଂଶଗ୍ରହଣ କରିଥିବାରୁ ସମସ୍ତେ ପ୍ରଶଂସନୀୟର ପାତ୍ର ବୋଲି ବିଚାରପତି ଶ୍ରୀ ଷଡଙ୍ଗି ପ୍ରକାଶ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ଶିବିର

masiha

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା , ରାଉରକେଲା ରୁ ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ 

masiha

ପରିବାର କେନ୍ଦୁପତ୍ର ତୋଳାଳୀ ଶ୍ରମିକ ,ନିର୍ମାଣ ଶ୍ରମିକ ବିସ୍ଥାପିତ, ତଫସିଲଭୁକ୍ତ ଜନଜାତି ବିକଳାଙ୍ଗ ତଥାପି ସରକାରୀ ଯୋଜନା ଅପହଞ୍ଚ ଏମାନଙ୍କ ପାଖରେ

masiha

Leave a Comment

error: Content is protected !!