ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଲଜୀ କ୍ଲଷ୍ଟରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

ନିଲଜୀ କ୍ଲଷ୍ଟରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

ସିନାପାଲି:୩୦/୦୬- ସିନାପାଲି ଏବିଇଓ ପ୍ରଦୀପ କୁମାର ପଣ୍ଡା ଏବଂ ରାଣୀଡଙ୍ଗରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିବଚ୍ଛ ହୋତା ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା ବେଳେ ଆଜି ନିଲଜୀ କ୍ଲଷ୍ଟର ତରଫରୁ ଉଭୟଙ୍କ ସୁସ୍ଥ ଓ ନିରାମୟ ଜୀବନର କାମନା କରି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏନେଇ ସ୍ଥାନୀୟ ସାଲେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ବାଲାଜୀ ସୁନାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଏବିଇଓ ଶ୍ରୀ ପଣ୍ଡା, ମୁଖ୍ୟବକ୍ତା ଭାବରେ ଲଳିତ କୁମାର ସୁନାରୀ ଓ ସମ୍ମାନିତ ଅତିଥି ଭାବରେ ଗୌର ଚନ୍ଦ୍ର ସା ଏବଂ ସତ୍ୟବ୍ରତ ଗହୀର ଯୋଗଦେଇ ବିଦାୟୀ ଏବିଇଓ ଏବଂ ଶିକ୍ଷକଙ୍କ ଶିକ୍ଷା ପ୍ରତି ସମର୍ପଣ ଓ ତ୍ୟାଗପୂର୍ଣ୍ଣ ଜୀବନର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ କ୍ଷୀରସିନ୍ଧୁ ମେହେର ସମସ୍ତଙ୍କୁ ସ୍ବାଗତ କରିଥିଵା ବେଳେ ଦୀପକ କୁମାର ସା ମଞ୍ଚ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ରାକେଶ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ l

Related posts

ଆମେରିକାରେ ଏମବିଏ ପଢିବେ ଶ୍ବାସତ ବିଶି

Sunil Chandra Nayak

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

masiha

ମେଗାଲିଫ୍ଟ ଚାଷି ଙ୍କ ଟୋକନ ଆସିବ, କୃଷକ ସମ୍ପର୍କ ଅଭିଯାନ ସଭା ରେ ଦୃଢୋକ୍ତି ପ୍ରକାଶ କଲେ ଧର୍ମଗଡ ବିଧାୟକ

Leave a Comment

error: Content is protected !!