ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ମୁରବି ପ୍ରହଲ୍ଲାଦ ଗୌଡଙ୍କ ପରଲୋକ

ଯାଦବ ମୁରବି ପ୍ରହଲ୍ଲାଦ ଗୌଡଙ୍କ ପରଲୋକ

ନର୍ଲା,୬|୮: ନର୍ଲା ଯାଦବ ସମାଜର ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତି ପ୍ରହଲ୍ଲାଦ ଗୌଡଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହେଉଥିଲା। ସେ ପିଡବ୍ଲୁଡି ବିଭାଗରେ କାର୍ଯ୍ୟ କରି ୧୬ ବର୍ଷ ତଳୁ ଅବସର ଗ୍ରହଣ କରିଥିଲେ। ଯାଦବ ସମାଜକୁ ସୁସଂଗଠିତ କରିବା ପାଇଁ ସେ ନିଷ୍ଠାପର ଭାବେ କାର୍ଯ୍ୟକରି ଆସୁଥିଲେ। ପୁଅର ଦୋକାନରେ ବସିଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ଟଳି ପଡ଼ିଥିଲେ। ପରିବାରବର୍ଗ ତାଙ୍କୁ ନର୍ଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ସଜ୍ୟା ନିକଟରେ ଧର୍ମପତ୍ନୀ, ପୁତ୍ରବଧୂ, ଦୁଇ ପୁଅ ରଞ୍ଜନ ଓ ପୂର୍ଣ୍ଣ, ଝିଅ ରୀନା ଓ ଜ୍ବାଇଁ, ଆତ୍ମୀୟ ସ୍ୱଜନ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ସ୍ଥାନୀୟ ସାନ୍ଦୁଲ ନଦୀ ପଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ବଡ଼ପୁଅ ରଞ୍ଜନ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ଶ୍ରୀ ଗୌଡଙ୍କ ଆବର୍ତ୍ତମାନରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ନର୍ଲା ଗ୍ରାମ୍ୟ, ଆଞ୍ଚଳିକ ଓ ବ୍ଲକ ଯାଦବ ସମିତି ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

*BELKONA ASHRAM BIDYALAYA HOSTS SUCCESSFUL PARENT-TEACHER MEET*

masiha

ନିଟ୍ ଦୁର୍ନୀତି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ତୃଟି ପୂର୍ଣ ପାଠ୍ୟ ପୁସ୍ତକ ପ୍ରକାଶନ ପାଇଁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବୀ-SFI-DYFI

Sunil Chandra Nayak

ରାଇରଙ୍ଗପୁର ନୂତନ ଜିଲ୍ଲା ଦାବି ରେ ବାମନଘାଟି ବନ୍ଦ ନେଇ ରାଇରଙ୍ଗପୁର ବ୍ଳକ ସ୍ତରୀୟ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!