ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ସାଂସ୍କୃତିକ ପରିଷଦର  ବାର୍ଷିକ ଉତ୍ସବ ଓ ବିଶ୍ଵ ପଖାଳ ଦିବସ ନେଇ ପ୍ରସ୍ତୁତି ବୈଠକ 

ବାମନଘାଟୀ ସାଂସ୍କୃତିକ ପରିଷଦର  ବାର୍ଷିକ ଉତ୍ସବ ଓ ବିଶ୍ଵ ପଖାଳ ଦିବସ ନେଇ ପ୍ରସ୍ତୁତି ବୈଠକ 

 ମୟୂରଭଞ୍ଜ — ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ସାଂସ୍କୃତିକ ପରିଷଦ ତରଫରୁ ଆଗାମୀ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପରିଷଦର ବାର୍ଷିକ ବନ୍ଧୁମିଳନ ଉତ୍ସଵ ଓ ବିଶ୍ଵ ପଖାଳ ଦିବସ- ୨୦୨୫ର ସଫଳ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୈାରଭ ପଟ୍ଟନାୟକଙ୍କ ଆଵାହକତ୍ବରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପାତ୍ର ସଭାପତିତ୍ବ କରିଥିଲେ । ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ ଜଣାଇ ପରିଷଦର ଆଗାମୀ କାର୍ଯ୍ୟକ୍ରମ ନେଇ ପ୍ରାରମ୍ଭିକ ସୂଚନା ଦେଇ ଆବାହକ ସୈାରଭ ପଟ୍ଟନାୟକ କହିଥିଲେ ଯେ ବାମନଘାଟୀ ଉପଖଣ୍ଡର କଳା, ସାହିତ୍ୟ, ସଂସ୍କୃତି,ନାଟକ, ଲୋକକଳା ଓ ପରମ୍ପରାର ପ୍ରଚାର ପ୍ରସାର ତଥା ପ୍ରତିଭାଙ୍କୁ ପ୍ରୋତ୍ସାହନ ଦିଗରେ ଏହି ସାରସ୍ବତ ଅନୁଷ୍ଠାନ ଅଗ୍ରସର । ଅତୀତରେ ରାଇରଙ୍ଗପୁର ସହର ଓ ବାମନଘାଟୀ ଉପଖଣ୍ଡର ମହାନ୍ ବିଭୂତିଙ୍କ ବଳିଷ୍ଠ ଉଦ୍ୟମରେ ୧୯୮୨-୮୩ରେ ଜନ୍ମ ନେଇଥିବା ଏହି ସାରସ୍ବତ ଅନୁଷ୍ଠାନର ଅନେକ ସଦସ୍ୟ ଆମ ଭିତରେ ଆଉ ନାହାନ୍ତି। ତଥାପି ପ୍ରତ୍ୟେକ ବର୍ଷ ଭଳି ମାର୍ଚ୍ଚ ୨୦ ତାରିଖରେ ବାର୍ଷିକ ବନ୍ଧୁମିଳନ ଉତ୍ସଵ,ସଭା,ପ୍ରତିଭା ପୂଜା ,ସାଜ ଐର ଆୱାଜ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଓଡ଼ିଆ ପରମ୍ପରାର ପ୍ରତୀକ ବିଶ୍ଵ ପଖାଳ ଦିବସ ପାଳିତ ହୋଇଆସୁଛି ବୋଲି ସେ କହିଥିଲେ। ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଗୋଟିଏ ଛାତ ତଳେ ଶତାଧିକ ବ୍ୟକ୍ତିଙ୍କ ସାମୁହିକ ସୁସ୍ୱାଦୁ ପଖାଳ ସେବନ ସମଗ୍ର ରାଜ୍ୟରେ ନିଆରା କାର୍ଯ୍ୟକ୍ରମ। ଏଣୁ ଆଗାମୀ ମାର୍ଚ୍ଚ ୨୦ ତାରିଖ ଦିନ ପରିଷଦର ବାର୍ଷିକୋତ୍ସବ ଓ ବିଶ୍ଵ ପଖାଳ ଦିବସକୁ ସର୍ବସମ୍ମତ ନିଷ୍ପତ୍ତି ଅନୁସାରେ ସଫଳ ଭାବେ ଆୟୋଜନ କରିବା ପାଇଁ ସମସ୍ତେ ସକ୍ରିୟ ଓ ଗଠନମୂଳକ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଏହି ବୈଠକରେ ଶିକ୍ଷାବିତ୍ ଦିଲ୍ଲୀପ ମହାନ୍ତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଶାନ୍ତ ପରୀକ୍ଷା, ଅବସରପ୍ରାପ୍ତ ପିସିସିଏଫ ଅତୀଶ ବେହେରା, ଅଧ୍ୟାପକ ବିଜୟ କୁମାର ରାମ, କଣ୍ଠଶିଳ୍ପୀ ପ୍ରିୟବ୍ରତ ଦାସ, ଶିକ୍ଷକ ରଞ୍ଜନ କୁମାର ନନ୍ଦ, ତିମିର ରଞ୍ଜନ ପଣ୍ଡା, ଅଧ୍ୟାପକ ଡଃ ଦିଗମ୍ବର ଗିରି, ଗୋପାଳକୃଷ୍ଣ ମହାନ୍ତି, ଶିକ୍ଷକ ଦୂର୍ଯ୍ୟୋଧନ ବେହେରା ,ରାଜେଶ ପ୍ରଜାପତି, ଦୁଷ୍ମନ୍ତ ଦାସ,ସାମ୍ବାଦିକ ଅନଶନ ମହାନ୍ତ, ମେଘନାଦ ହେମ୍ବ୍ରମ ସମେତ ଅନ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ପରିଶେଷରେ ଅଧ୍ୟାପକ ବିଜୟ କୁମାର ରାମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜନ ମଙ୍ଗଳ ପକ୍ଷରୁ ଗ୍ରୀଷ୍ମ କାଳୀନ ରକ୍ତ ଦାନ ଶିବିର ଅନୁଷ୍ଠିତ: ୫୩ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

କୋମନା କୁ ଏନ୍ ଏ ସି ମାନ୍ୟତାଦାବୀ ରେ କୋମନା ବନ୍ଦ ପାଳିତ

masiha

ସମ୍ବିଧାନ ପ୍ରଣେତାଙ୍କ ମହାପ୍ରୟାଣ ତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି ଓ ନୂତନ କାର୍ଯ୍ୟାଳୟ ଉଦଘାଟନ

masiha

Leave a Comment

error: Content is protected !!