ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୟୂରଭଞ୍ଜ ଜିଲ୍ଲା ତୀରିଂ ଜୋନ ବଡସାଦମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶାଖା ସମ୍ମିଳନୀ

ମୟୂରଭଞ୍ଜ ଜିଲ୍ଲା ତୀରିଂ ଜୋନ ବଡସାଦମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶାଖା ସମ୍ମିଳନୀ.

ମୟୂରଭଞ୍ଜ- ମୟୂରଭଞ୍ଜ ଜିଲ୍ଲାର ତିରିଂ ଜୋନର ବଡସାଦମ ଶାଖା ସମ୍ମିଳନୀ ସାଥୀ ଉମେଶ ଚନ୍ଦ୍ର ଧଳ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ମହିଳା ସାଥୀ ପାର୍ବତୀ ମୁର୍ମୁ ପତାକା ଉତ୍ତୋଳନ କରି ଥିଲେ। ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ସମ୍ମିଳନୀକୁ ଉଦଘାଟନ କରି କହିଛନ୍ତି ବିଜେପି କ୍ଷମତା ଦଖଲ କଲା ପରେ ଶ୍ରମଜୀବୀ ମଣିଷ ଉପରେ ଶୋଷଣ ବଢ଼ିଛି। ସେମାନଙ୍କ ତେଲ ଲୁଣ ର ସଂସାର ଉପରେ ଆକ୍ରମଣ ଜୋରଦାର ହୋଇଛି। ପୁଞ୍ଜିପତି ମାନଂକ ସ୍ୱାର୍ଥକୁ ମୋଦି ସରକାର ପ୍ରାଧାନ୍ୟ ଦେଇ ସେମାନଙ୍କ କୋଟି କୋଟି ଟଙ୍କାର ଋଣ ଛାଡ କରିଥିବା ବେଳେ ଆମ ଉପରେ ଟିକସ ବୋଝ ଲଦି ଦେଉଛନ୍ତି। ଧର୍ମ ନାମରେ ଆମକୁ ଭାଗ ଭାଗ କରି ଆମର ମୌଳିକ ଅଧିକାରକୁ ଛଡ଼େଇ ନିଆଯାଉଛି। ଗ୍ରାମାଞ୍ଚଳର ବହୁମୁଖି ସମସ୍ୟା ସମାଧାନ ହୋଇ ପାରୁନି। ଆମେ ଏକଜୁଟ ହୋଇ ଆମର ପ୍ରାପ୍ୟ ପାଇଁ ଲଢେ଼ଇକୁ ଜୋରଦାର କରିବାକୁ ହେବ। ଜୋନ୍ ସମ୍ପାଦକ ସାଥୀ ପାରାଉ ହାଁସଦା ଏ ଅଞ୍ଚଳରେ କୃଷକ, ଶ୍ରମିକ, ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏକତ୍ରିତ ହେବାର ସମୟ ଆସିଛି ବୋଲି କହିଛନ୍ତି।ଏ ସମ୍ମିଳନୀରେ ଦାରସାହି ଶାଖାର ସମ୍ପାଦକ ସାଥୀ ଶରତ ବିନ୍ଧାଣି, କର୍ମୁ ଲୋହାର, ପାନ୍ଧଡା ଶାଖା ସମ୍ପାଦକ ସାଥୀ ଦୂର୍ଗା ମାରାଣ୍ଡି ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଶାଖାର ସାଥୀ ଫୁଲ ମଣି ମୁର୍ମୁ, ଲକ୍ଷ୍ମୀମଣି ସୋରେନ, ସିଧିଲାଲ ହେମ୍ବ୍ରମ, ପଦ୍ମାବତୀ ପାତ୍ର, ଅନ୍ୟ ଧଳ, ଶାଙ୍କ୍ଷୀ ମାରାଣ୍ଡି, କୌଶଲ୍ୟା ଧଳ, ତରଙ୍ଗିନି ପାଟ ବିନ୍ଧା,ପୁତି ବାସକେ, ଆଲ୍ଲା ଦିନ ଧଳ,ଧାନି ଟୁଡୁ,ପାନି ମାରାଣ୍ଡିଙ୍କ ସମେତ ବହୁ ସାଥୀ ଯୋଗ ଦେଇ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ହିଞ୍ଜିଳି ବିଜେଡ଼ି ପକ୍ଷରୁ ମହିଳା ନାରୀ ଅଧିକାର ଅଭିଯାନ

ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ ଧୋକା ପ୍ରଦାନ କରୁଛି: ବିଜେଡି

କଂଗ୍ରେସ ଦଳ ଏମ ପି ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମିଳିତ ପ୍ରଚାର କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

masiha

Leave a Comment

error: Content is protected !!