ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୭ତମ ଜୟନ୍ତୀ ପାଳନ

ବିଜୁ ଜନତା ଦଳ ପକ୍ଷରୁ ଆଜି ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଧର୍ମଗଡ ବିଧାୟକ ମୌଷଧି ବାଗ ସ୍ୱର୍ଗତ ବିଜୁ ବାବୁଙ୍କ ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ଓ ପୂଜାର୍ଚ୍ଚନା କରିଥଲେ ଏଵଂ ପ୍ରବାଦ ପୁରୁଷ ତଥା ଝଡ଼ର ଇଗଲ ସ୍ୱର୍ଗତ ବିଜବାବୁଙ୍କ ସ୍ମୃତି ଚାରଣ କରିଥଲେ। ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ରାଜ୍ୟ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ନାଏକ,ଏନଏସି ଉପଧ୍ୟକ୍ଷା ଶ୍ରୀମତୀ ମନୀଷା ମୁଣ୍ଡ ମିଶ୍ର, ବିଜୁ ଜନତା ଦଳ ଧର୍ମଗଡ ବ୍ଲକ ଉପାଧ୍ୟକ୍ଷ ଗୌର ଛତ୍ରିଆ, ସଂପାଦକ ଯୋଗେନ୍ଦ୍ର ସାହୁ, ପୁର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ସରକାରୀ ଓକିଲ ଧୀରେନ୍ଦ୍ର ପାତ୍ର, ଭବାନୀ ଶଙ୍କର ପଣ୍ଡା, ଜୁନାଗଡ ଆରଏମସି ଉପାଧ୍ୟକ୍ଷ ବିବେକ ରଞ୍ଜନ ମିଶ୍ର,କ୍ଷୀରୋଦ ବାଗ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଭବାନୀପାଟଣାରେ ସମାଜବାଦିପାର୍ଟି ବିଶାଳ ଶୋଭାଯାତ୍ରା କରି ସାଂସଦ ପ୍ରାର୍ଥୀ ଶିବ ହାତୀଙ୍କ ନାମାଙ୍କନ ପତ୍ର ଦାଖଲ

masiha

ନର୍ଲା ଜିତୁ କମ୍ପ୍ଲେକ୍ସ୍ ଠାରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବସ୍ତାରେ ଆମ ଆଦିମ୍ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!