ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ଓ ଲାଇନ୍ ମ୍ୟାନ ଦିବସ ପାଳିତ

 ମୟୂରଭଞ୍ଜ ୦୪/୦୩/୨୦୨୩ (ମସିହା) ରାଇରଙ୍ଗପୁରରେ ଟିପିଏନଡିଓଏଲ ଆନୁକୁଲ୍ୟରେ ବିଦ୍ୟୁତ ବିଭାଗ ଦ୍ବାରା ଆଜି ୫୨ ତମ ସୁରକ୍ଷା ସପ୍ତାହ ଏବଂ ଲାଇନମ୍ଯାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଟାଟା ପାଓ୍ଵାରର ଉତ୍ତର ଓଡ଼ିଶା ବିତରଣ ଲିମିଟେଡ ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ କରାଯାଇଥିଲା ।ପ୍ରାରମ୍ଭରେ ସମସ୍ତ କର୍ମଚାରୀ ଟିପିଏନଓଡିଏଲ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରୁ ପୂର୍ବାହ୍ନ ୯ ଘଟିକାରେ ପ୍ଲାକାର୍ଡ ସହ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ପିସିଏମ କଲ୍ୟାଣ ଭବନ ପରିସରରେ ପହଞ୍ଚିଥିଲେ । ସେଠାରେ ଏକତ୍ରିତ ହେବାପରେ ସମୂହ ସୁରକ୍ଷା ଶପଥ ପାଠ ପ୍ରତିଜ୍ଞା କରିଥିଲେ ।ପରେ ସୁରକ୍ଷା ପତାକା ଉତ୍ତୋଳନ କରାଯାଇଥିଲା ।ପରେ ଏକ ସୁରକ୍ଷା ନେଇ ଏଲଇଡି ମାଧ୍ଯମରେ ଏକ ବିଦ୍ୟୁତ୍ ସୁରକ୍ଷା ସଚେତନତା ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ସୁରକ୍ଷା ସପ୍ତାହର ଉଦେଶ୍ୟ ଉପରେ ବିଭାଗୀୟ ଅଧିକାରୀ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଏଥିରେ କର୍ମଚାରୀମାନେ ନିଜକୁ ପ୍ରଥମେ ସୁରକ୍ଷିତ ରଖି କାର୍ଯ୍ୟ କ୍ଷେତ୍ରରେ ଦକ୍ଷ ଭାବରେ ଉପସ୍ଥାପିତ କରି କାର୍ଯ୍ୟ ସଂପାଦନ କରିବାର ପ୍ରତିଜ୍ଞା ନେଇଥିଲେ । ସମାଜରେ ଲାଇନ୍ ମେନ୍ ଭୂମିକା ଅବର୍ଣ୍ଣନୀୟ । ଶୂନ୍ୟ ଦୁର୍ଘଟଣାକୁ ଆଖିରେ ରଖି କାମ କଲେ ନିଜେ ସୁରକ୍ଷିତ ହେବା, ପରିବାର ସୁରକ୍ଷା ହେବା ସହ ସମାଜ ସୁରକ୍ଷିତ ରହିପାରିବେ ଓ ସମାଜ ଯଥାର୍ଥ ଭାବରେ ବିକଶିତ ହୋଇପାରିବ ।ଲାଇନ ମେନ୍ ମାନେ ବିଦ୍ୟୁତ କାର୍ଯ୍ୟର ମେରୁଦଣ୍ଡ ଅଟନ୍ତି । ମେରୁଦଣ୍ଡ ହଲିଗଲେ ସମସ୍ତ ବିଦ୍ଯୁତ ବିଭାଗ ବିପର୍ଯ୍ୟସ୍ତ ହେବ ବୋଲି ମୁଖ୍ୟ ଅତିଥି ଗଣ କହିଥିଲେ ।ଏହି ଦିବସରେ ବିଦ୍ୟୁତ ବିଭାଗର ଟିପିଏନଓଡିଏଲ ପ୍ରୋଜେକ୍ଟ ମୁଖ୍ୟ ଶ୍ରୀନିକ ଜୈନ,ଏଜିଏମ୍ ସୁଦୀପ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ଚିନ୍ମୟ ବେହେରା, ଏସିଡିଓ ୧- ଯେ ସୌଭାଗ୍ୟ ରଶ୍ମି,ଏସିଡିଓ -୨ ଚିରଞ୍ଜିବୀ ବେହେରା, ଇଂ ତପନ ପୃଷ୍ଟି, ଇଂ ସୁବାସ ଚନ୍ଦ୍ର ମଲ୍ଲିକ ,କେନ୍ଦୂଝର କ୍ବାଲିଟି ଆସୁରାନ୍ସ ଅଧିକାରୀ ରଂଜନ ଦଣ୍ଡପାଟ, ସର୍କଲ ସୁରକ୍ଷା ଅଧିକାରୀ ନିର୍ମଳ ପ୍ରସାଦ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ ସାଂସଦଙ୍କୁ ଦାବିପତ୍ର

Sunil Chandra Nayak

କଳାହାଣ୍ଡି ଆରଣ୍ୟକ ବାରିକ୍ ସମାଜର ଜରୁରୀ କାଳୀନ ବୈଠକ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକରେ ଯୋଗଦେଲେ ୨ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ

Sunil Chandra Nayak

Leave a Comment

error: Content is protected !!