ମୟୂରଭଞ୍ଜ ୦୪/୦୩/୨୦୨୩ (ମସିହା) ରାଇରଙ୍ଗପୁରରେ ଟିପିଏନଡିଓଏଲ ଆନୁକୁଲ୍ୟରେ ବିଦ୍ୟୁତ ବିଭାଗ ଦ୍ବାରା ଆଜି ୫୨ ତମ ସୁରକ୍ଷା ସପ୍ତାହ ଏବଂ ଲାଇନମ୍ଯାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଟାଟା ପାଓ୍ଵାରର ଉତ୍ତର ଓଡ଼ିଶା ବିତରଣ ଲିମିଟେଡ ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ କରାଯାଇଥିଲା ।ପ୍ରାରମ୍ଭରେ ସମସ୍ତ କର୍ମଚାରୀ ଟିପିଏନଓଡିଏଲ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରୁ ପୂର୍ବାହ୍ନ ୯ ଘଟିକାରେ ପ୍ଲାକାର୍ଡ ସହ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ପିସିଏମ କଲ୍ୟାଣ ଭବନ ପରିସରରେ ପହଞ୍ଚିଥିଲେ । ସେଠାରେ ଏକତ୍ରିତ ହେବାପରେ ସମୂହ ସୁରକ୍ଷା ଶପଥ ପାଠ ପ୍ରତିଜ୍ଞା କରିଥିଲେ ।ପରେ ସୁରକ୍ଷା ପତାକା ଉତ୍ତୋଳନ କରାଯାଇଥିଲା ।ପରେ ଏକ ସୁରକ୍ଷା ନେଇ ଏଲଇଡି ମାଧ୍ଯମରେ ଏକ ବିଦ୍ୟୁତ୍ ସୁରକ୍ଷା ସଚେତନତା ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ସୁରକ୍ଷା ସପ୍ତାହର ଉଦେଶ୍ୟ ଉପରେ ବିଭାଗୀୟ ଅଧିକାରୀ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଏଥିରେ କର୍ମଚାରୀମାନେ ନିଜକୁ ପ୍ରଥମେ ସୁରକ୍ଷିତ ରଖି କାର୍ଯ୍ୟ କ୍ଷେତ୍ରରେ ଦକ୍ଷ ଭାବରେ ଉପସ୍ଥାପିତ କରି କାର୍ଯ୍ୟ ସଂପାଦନ କରିବାର ପ୍ରତିଜ୍ଞା ନେଇଥିଲେ । ସମାଜରେ ଲାଇନ୍ ମେନ୍ ଭୂମିକା ଅବର୍ଣ୍ଣନୀୟ । ଶୂନ୍ୟ ଦୁର୍ଘଟଣାକୁ ଆଖିରେ ରଖି କାମ କଲେ ନିଜେ ସୁରକ୍ଷିତ ହେବା, ପରିବାର ସୁରକ୍ଷା ହେବା ସହ ସମାଜ ସୁରକ୍ଷିତ ରହିପାରିବେ ଓ ସମାଜ ଯଥାର୍ଥ ଭାବରେ ବିକଶିତ ହୋଇପାରିବ ।ଲାଇନ ମେନ୍ ମାନେ ବିଦ୍ୟୁତ କାର୍ଯ୍ୟର ମେରୁଦଣ୍ଡ ଅଟନ୍ତି । ମେରୁଦଣ୍ଡ ହଲିଗଲେ ସମସ୍ତ ବିଦ୍ଯୁତ ବିଭାଗ ବିପର୍ଯ୍ୟସ୍ତ ହେବ ବୋଲି ମୁଖ୍ୟ ଅତିଥି ଗଣ କହିଥିଲେ ।ଏହି ଦିବସରେ ବିଦ୍ୟୁତ ବିଭାଗର ଟିପିଏନଓଡିଏଲ ପ୍ରୋଜେକ୍ଟ ମୁଖ୍ୟ ଶ୍ରୀନିକ ଜୈନ,ଏଜିଏମ୍ ସୁଦୀପ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ଚିନ୍ମୟ ବେହେରା, ଏସିଡିଓ ୧- ଯେ ସୌଭାଗ୍ୟ ରଶ୍ମି,ଏସିଡିଓ -୨ ଚିରଞ୍ଜିବୀ ବେହେରା, ଇଂ ତପନ ପୃଷ୍ଟି, ଇଂ ସୁବାସ ଚନ୍ଦ୍ର ମଲ୍ଲିକ ,କେନ୍ଦୂଝର କ୍ବାଲିଟି ଆସୁରାନ୍ସ ଅଧିକାରୀ ରଂଜନ ଦଣ୍ଡପାଟ, ସର୍କଲ ସୁରକ୍ଷା ଅଧିକାରୀ ନିର୍ମଳ ପ୍ରସାଦ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
previous post