ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ଉଦଯାପିତ 

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ଉଦଯାପିତ 

ନବରଙ୍ଗପୁର:( ୨୨.୪.୨୦୨୫)(ରବି ନାରାୟଣ ମହାନ୍ତି)ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ଚଳିତ ମାସ ଏପ୍ରିଲ ୮ ତାରିଖ ରୁ ଜିଲ୍ଲାରେ ପାଳନ କରାଯାଉ ଥିବା ପୋଷଣ ପକ୍ଷ-୨୦୨୫ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବୈଠକ ପ୍ରାରମ୍ବ ରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ଜିଲ୍ଲାରେ ପୋଷଣ ପକ୍ଷ ପାଳନ କାର୍ଯ୍ୟକ୍ରମରେ ପୋଷଣ ର ଗୁରୁତ୍ବ,ଶିଶୁ ଜୀବନର ୧୦୦୦ ଦିନର ଗୁରୁତ୍ବ, ଅତିଶୟ ପୃଷ୍ଟିହିନ ଶିଶୁକୁ ଯତ୍ନ, ସୁସ୍ଥ ଜୀବନ ଶୈଳୀ,ସଚେତନତା ,ଅଙ୍ଗନବାଡି କର୍ମୀ ମାନଙ୍କ ନିଷ୍ଠା ଏବଂ ଜିଲ୍ଲାର ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହଭାଗିତା ପ୍ରଶଂସା ସହ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସିଡିପିଓ ସସ୍ମିତା ବାଳା ମହାନ୍ତି , ମହିଳା ପରିଦର୍ଶିକା ସରିତା ଜେନା ଓ ସୁଶୀ ରେଖା ତ୍ରିପାଠୀ ପୋଷଣ ପକ୍ଷ ପାଳନ ଅବସରରେ ଜିଲ୍ଲା ,ବ୍ଲକ ଓ ଅଙ୍ଗନବାଡି ସ୍ତରରେ ପନ୍ଦର ଦିନ ବ୍ୟାପି ହୋଇଥିବା କାର୍ଯ୍ୟକ୍ରମର ବିଷଦ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଖୁଣ୍ଟିଆ ସମାଜରୁ କୁପୋଷଣ କୁ ସଂପୂର୍ଣ୍ଣ ରୂପେ ଦୂରେଇବା ପାଇଁ ହେଲେ ବିଶେଷ କରି ମା ଓ ଶିଶୁଙ୍କର ପୋଷଣ ନିମନ୍ତେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅଙ୍ଗନବାଡି କର୍ମୀ ମାନଙ୍କର ତ୍ୟାଗପୂତ ସେବାକୁ ସ୍ମରଣ କରାଇବା ସହିତ, ସେମାନଙ୍କୁ ପ୍ରସଂଶା କରି, କୁପୋଷଣ କୁ ଦୂରେଇବା ପାଇଁ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ନିଷ୍ଠାପର ଭାବରେ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର ଶିଶୁ ଜୀବନରେ ପ୍ରଥମ ହଜାର ଦିନର ଗୁରୁତ୍ଵ ଉପରେ ଆଲୋଚନା କରିବା ସହିତ ଜିଲ୍ଲାରେ ବାଲ୍ୟବିବାହ ଯୋଗୁଁ କମ ବୟସରେ ମାତୃତ୍ଵ ଲାଭ କରି କୁପୋଷିତ ମା ଓ ଶିଶୁ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ବିଭାଗ ଗୁଡିକ ସ୍ଵମିଳିତ ଭାବରେ କିପରି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ମଳୟ ତ୍ରିପାଠୀ ଯୋଗଦେଇ ବର୍ତ୍ତମାନ ସମୟରେ ବଜାରରେ ମିଳୁଥିବା ପାଷ୍ଟଫୁଡ୍ ପ୍ରତି ପିଲାମାନ ଙ୍କର ଆଗ୍ରହକୁ କମାଇ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କ୍ଷୁଦ୍ରସଶ୍ଯ ଯଥା ମାଣ୍ଡିଆ, ସୁଆଁ , ବାଜରା ଓ ମକାରେ ପ୍ରସ୍ତୁତ ଖାଦ୍ଯରେ ପ୍ରସ୍ତୁତ ସୁଷମ ଖାଦ୍ଯ ପିଲାମାନଙ୍କୁ ଦେବାପାଇଁ ବୁଝାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଧ୍ୟରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ , ଅତିରିକ୍ତ ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ମାଝି , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜରୁରୀ କାଳୀନ ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ପଟ୍ଟନାୟକ , ବାଲ୍ୟବିବାହ ନିଷେଧ ଜିଲ୍ଲା ସଂଯୋଜକ ଫକିର ଚରଣ ରାଉତ, ୱାନ ଷ୍ଟପ ସେଣ୍ଟର ର ପ୍ରତିନିଧି କିଶୋରୀ ପଟ୍ଟନାୟକ,ପ୍ରୋଟେକ୍ସନ୍ ଅଫିସର ରମା ପଟ୍ଟନାୟକ, ପୁଷ୍ପାରାଣୀ ପଟ୍ଟନାୟକ , ଜିଲ୍ଲା ମମତା ସଂଯୋଜକ ବିଶୋଜିତି ମହାନ୍ତି ,ସିଡ଼ିପିଓ ଏସେ ଗୀତା, ମିନତୀ ବେହେରା , ବିରଜା ମୋହିନୀ ପାଙ୍ଗି , ଗୀତା ମିଶ୍ର , ବିନୀତା ଜେଠି, ମିନତୀ ନାୟକ ଏବଂ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସୁପରଭାଇଜର ତଥା ସମସ୍ତ ବ୍ଲକ ପୋଷଣ ସଂଯୋଜକ ମାନେ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ କୁପୋଷଣ କୁ କିପରି ସଂପୂର୍ଣ୍ଣ ମୁକ୍ତ କରାଯିବ ସେ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଜରୁରୀକାଳୀନ ଶାଖା ପ୍ରୋଗ୍ରାମ ଅଧିକାରୀ ସଭାରେ ଚଳିତ ଗ୍ରୀଷ୍ମ ଋତୁରେ ଅଂଶୁଘାତ ଓ ବିଜୁଳି ଦାଉ ରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ବ ଦେଇ ଉପସ୍ଥିତ ସମସ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ ଏହାର ସଚେତନତା ବାର୍ତ୍ତା କୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ।ଜିଲ୍ଲାରେ ପୋଷଣ ପକ୍ଷ ଅବସର ରେ ଉତ୍ତମ କାର୍ଯ୍ୟ ପଦର୍ଶନୀ କରିଥିବା ନନ୍ଦହାଣ୍ଡି , କୋଷାଗୁମୁଡା ଓ ଚନ୍ଦହାଣ୍ଡି ସିଡିପିଓଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଖୁଣ୍ଟିଆ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ଜିଲ୍ଲା ପୋଷଣ ସଂଯୋଜକ ହେମରାଜ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ସ୍ୱାଧୀନତା ଦିବସ ପାଳିଲା ‘ଫିଟନେସ୍ ଟୁଗେଦର’

Sunil Chandra Nayak

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସୃଜନୀ (ଚେନ୍ନାଇ)ର ସ୍ମୃତି ଶ୍ରଦ୍ଧାଞ୍ଜଳି

masiha

ସର୍ପ ଘାତରେ ଯୁବକ ଅଜୟ ମୃତ

masiha

Leave a Comment

error: Content is protected !!