ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ କଲେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର.

ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ କଲେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର.

ରାଉରକେଲା : ଆଜି ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ସେକ୍ଟର -୧୯ ସ୍ଥିତ ଶାରଳା ମନ୍ଦିର ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା । ଏହି ପବିତ୍ର ଦିନରେ ସର୍ବ ପ୍ରଥମେ ବୈଦିକ ରୀତି ଅନୁଯାଇ ଅରବିନ୍ଦ ପଣ୍ଡାଙ୍କ ପୌରୋହିତ୍ୟରେ ଏବଂ ଯଜମାନ ସପତ୍ନିକ କେଦାର ନାଥ ହୁଇଙ୍କ ଦ୍ଵାରା ସମସ୍ତଙ୍କ ମଙ୍ଗଲାର୍ଥେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହପ୍ରଭରୀ ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ବୈଦିକ ରୀତି ଅନୁଯାୟୀ ସମାରୋହକୁ ଶୁଭାରମ୍ଭ କରିଥିଲେ । ଉଲ୍ଲେଖନୀୟ କର୍ତ୍ତବ୍ୟ ଓ ଏହି ଜିଲ୍ଲାକୁ ସର୍ବର୍ଶ୍ରେଷ୍ଠ କରିବାରେ ନିରନ୍ତର ପ୍ରୟାସ ଓ ଅବଦାନ ପାଇଁ ଜିଲ୍ଲା ତରଫରୁ ସହ ରାଜ୍ୟ ପ୍ରଭାରୀ ଶ୍ରୀ ମାର୍ଥା ଙ୍କୁ ଜିଲ୍ଲା ବି ଏସ ଟିି ପ୍ରଭାରୀ ନରେନ୍ଦ୍ର ବେହେରା ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରି ଥିଲେ । ଶ୍ରୀ ମାର୍ଥା ତାଙ୍କ ବୈଦିକ ଭାଷଣରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ । ସେ ପବିତ୍ର ଗ୍ରୁରୁ ପୂର୍ଣ୍ଣିମାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ସମାଜ , ଦେଶ ଓ ବିଶ୍ଵର ଉଜ୍ବଳ ଭବିଷ୍ୟତ ଓ ସମୃଦ୍ଧି ଗୁରୁଙ୍କ ମହତବାଣୀ କୁ ଅନୁସରଣ କଲେ ଏହା ସମ୍ଭବ ହେବ ବୋଲି ପ୍ରକଟ କରିଥିଲେ। ଆମ ବୈଦିକ ରୀତି ଓ ସଂସ୍କୃତିକୁ ପାଳନ କରିବା ସହିତ ଏହାକୁ ବିଶ୍ୱରେ ପ୍ରଚାର ପ୍ରସାର କରିବା ଆମର ଗୁରୁ ଦାୟିତ୍ଵ ଅଟେ । ଜିଲ୍ଲା ବି ଏସ ଟି ପ୍ରଭାରୀ ଶ୍ରୀ ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ ମିଡିଆ ପ୍ରଭାରୀ ଆରତୀ କର ଦାଶ, ଜିଲ୍ଲା ବି. ଏସ. ଟି ମହାମନ୍ତ୍ରୀ ଆରତୀ ସାହୁ, ପୁରୋହିତ ଅରବିନ୍ଦ ପଣ୍ଡା , ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ମନୋରମା ରାଉତ୍ ଆଦି ଏହି ପର୍ବର ଶ୍ରୁତି ଚାରଣ ସହିତ ନିଜର ବକ୍ତବ୍ୟ ଦେଇଥିଲେ । ପ୍ରାରମ୍ଭରେ ସ୍ଵାଗତ ବନ୍ଦନା ଗାନ କରିଥିଲେ ଏହି କେନ୍ଦ୍ରର ଯୋଗ ଶିକ୍ଷୟିତ୍ରୀ କୁନ୍ତଳା ସ ଓ ଝରଣା ବେହେରା , ସୁନତି ପ୍ରଧାନ ଏବଂ ଗୁରୁ ବନ୍ଦନା ଗାନ କରିଥିଲେ ଜିଲ୍ଲା ମହିଳା କୋଷାଧ୍ୟକ୍ଷା ବିଷ୍ଣୁ ପ୍ରିୟା ଦାଶ ଓ ରେଖା ନାୟକ, ସପ୍ତାଦି ଦାସ, ମଞ୍ଜୁଲତା ମୋହିନୀ। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଜିଲ୍ଲା ମହିଳା ସଙ୍ଗଠନ ମନ୍ତ୍ରୀ ସନ୍ଧ୍ୟା ରାଣୀ ସାହୁ କରି ଥିବା ବେଳେ ଧନ୍ୟ ବାଦ୍ ଅର୍ପଣ କରିଥିଲେ ଜିଲ୍ଲା ସଂବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି। ସାରଳା ମନ୍ଦିର କମିଟି ତରଫରୁ ସହଯୋଗ କରୁଥିବାରୁ ସଭାପତି ରମାନାଥ ସ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶ୍ରୀ ମାର୍ଥା ସମ୍ବର୍ଦ୍ଧିତ କରିଥିଲେ । ଯୋଗ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାହୁ, କୁନ୍ତଳା ସ ଓ ତାଙ୍କ ଟିମ୍ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମହମନ୍ତ୍ରୀ ରଞ୍ଜିତା ପାଣିଗ୍ରାହୀ, ବରିଷ୍ଠ ଯୋଗ ଶିକ୍ଷକ କଲ୍ପନା ପଣ୍ଡା, କନକଲତା ଜେନା, ତପସ୍ଵିନୀ ସାହୁ, ମମତା ରାଉତ, ଜ୍ୟୋସ୍ନାରାଣୀ ରାଉତଙ୍କ ଙ୍କ ସମେତ ଶତାଧିକ ଯୋଗ ଶିକ୍ଷକ, ସାଧକ ସାଧିକା ମାନେ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର 

masiha

ରାଉରକେଲା ରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ଉଛ୍ଛସ୍ବିତ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ

Sunil Chandra Nayak

ଉତ୍କଳମଣି ସେବାସଂସ୍ଥା ଆନୁକୂଲ୍ୟରେ ଶୀତକାଳୀନ ସେବା ଶିବିର

Sunil Chandra Nayak

Leave a Comment

error: Content is protected !!