ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ପ୍ରତିମା

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ପ୍ରତିମା

ଖଇରା,୨୧/୭/୨୪- ସାହିତ୍ୟ ସାଧନା ଯାହାର ନିଶା ସେ କେବେ ରହି ପାରିବ ନାହିଁ । କିଛି ନା କିଛି ଲେଖିବ ହିଁ ଲେଖିବ । ସମସ୍ତଙ୍କୁ ଏଭଳି ସୁଯୋଗ ଦେଇଥାଏ ” ମୋ ଅନୁଷ୍ଠାନ ” ହ୍ବାର୍ଟସ୍ଅପ୍ ଗୃପ୍ । ପ୍ରତି ରବିବାର ଗଦ୍ୟ ଓ ପଦ୍ଯକୁ ନେଇ ହ୍ବାର୍ଟସ୍ଅପ୍ ଗୃପ୍ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ସାରସ୍ୱତ ସାହିତ୍ୟ ସାଧିକା ଓ ସାଧକ ମାନେ ଭାଗ ନେଇଥାନ୍ତି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ମଧ୍ୟ ହାସଲ କରି ନିଜ ରଚନାକୁ ଧନ୍ୟ ମନେକରି ଥାନ୍ତି । ଏହି ପରିପ୍ରେକ୍ଷୀରେ ଗତ ତା ୧୪/୭/୨୪ ରିଖ ଦିନ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା – ” ମୋ ମନ ମନ୍ଦିରରେ କଳାଠାକୁର ।” ଏଥିରେ ବିଭିନ୍ନ ସ୍ଥାନରୁ (୧) ପ୍ରତିମା ଶତପଥୀ, ଯାଜପୁର (୨) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୩) ଡଃ. ଚପଳା ପଣ୍ଡା, ଶିକ୍ଷୟିତ୍ରୀ, ଖୋର୍ଦ୍ଧା ୪) ଅବନ୍ତି ପଣ୍ଡା, ଜଗତସିଂହପୁର (୫) ଗୋଲାପ କୁମାରୀ ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା (୬) ଦିଲିପ୍ କୁମାର ନାୟକ, ନରଣପଡା, କେନ୍ଦ୍ରାପଡା (୭) ପୂଜା ବାଦୀ, ସୁନ୍ଦରଗଡ (୮) ସୁଜାତା ପଣ୍ଡା, ଆସ୍କା, ଗଞ୍ଜାମ (୯) ଡକ୍ଟର ସଙ୍ଗୀତା ନାଏକ ପୁରୋହିତ, କୁଲିତାପଡା, ସମ୍ବଲପୁର (୧୦) ସୁକାନ୍ତି ସ୍ବାଇଁ, ଆସିକା, ଗଞ୍ଜାମ (୧୧) ଚପଳା ବାଳା ପଣ୍ଡା, ବାଲେଶ୍ଵର (୧୨) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୧୩) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ (୧୪) ଯମୁନା ମହାପାତ୍ର, ତରଭା, ସୁବର୍ଣ୍ଣପୁର (୧୫) ଶୋଭାମୟୀ ପତ୍ରୀ, ତୁଳସୀକ୍ଷେତ୍ର, କେନ୍ଦ୍ରାପଡା (୧୬) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୧୭) ଜୟନ୍ତୀ ବେହେରା, ଧର୍ମଶାଳା, ଯାଜପୁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କବିତା ଗୁଡିକୁ ସମୀକ୍ଷା କରିଥିଲେ ଡଃ ତାନଶ୍ରୀ ପାଣିଗ୍ରାହୀ, ଯିଏକି ଜଣେ ଶିକ୍ଷୟିତ୍ରୀ, ସୁ ସାହିତ୍ୟିକା ଓ ଭାଷା ସାହିତ୍ୟର ଗବେଷିକା ଅଟନ୍ତି । ତାଙ୍କ ସମୀକ୍ଷାରୁ ପ୍ରତିମା ଶତପଥୀ ପ୍ରଥମ ସ୍ଥାନ, ରଞ୍ଜୁଲତା ପାଢ଼ୀ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏଥର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଡଃ. ଚପଳା ପଣ୍ଡା ଏବଂ ଅବନ୍ତି ପଣ୍ଡା, କଳାଠାକୁରଙ୍କ ବିଷୟରେ ଅତ୍ୟନ୍ତ ଭାବପୂର୍ଣ୍ଣ ଆବେଗଭରା କବିତା ରଚନା କରିଥିବାରୁ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଓକିଲ ସଂଘ ତରଫରୁ ମଧୁ ଜୟନ୍ତୀ ଓ ଓକିଲ ଦିବସ ମହାସମାରୋହରେ ପାଳିତ

Sunil Chandra Nayak

୨ ଟି ବନ ସଂରକ୍ଷଣ ସମିତିକୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ମାନୀତ

ଧର୍ମଗଡ଼ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!