ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦ୍ମ ଶ୍ରୀ କମଳା ପୂଜାରୀଙ୍କ ପରଲୋକ 

ପଦ୍ମ ଶ୍ରୀ କମଳା ପୂଜାରୀଙ୍କ ପରଲୋକ 

କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ଶ୍ରୀମତୀ ପୂଜାରୀ ଧାନ ଗବେଷଣା ଓ ସଂରକ୍ଷଣ ପାଇଁ ସମଗ୍ର ଦେଶରେ ବିଶେଷ ଭାବେ ପରିଚିତି ହାସଲ କରିଥିଲେ । ୧୦୦ରୁ ଅଧିକ କିସମର ଧାନ ସଂରକ୍ଷଣ କରି ସେ ଚର୍ଚ୍ଚାକୁ ଆସିଥିଲେ । ଜୟପୁରଠାରୁ ୧୦ କିମି ଦୂରରେ ଥିବା ପାତ୍ରପୁଟ ତାଙ୍କର ଜନ୍ମମାଟି ଥିଲା । ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଏଥିସହିତ ୨୦୦୨ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଠାରେ ତାଙ୍କୁ ଇକ୍ୱେଟର ଅଫ୍ ଇନିସିଏଟିଭ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ଦିଲ୍ଲୀରେ ତାଙ୍କୁ କୃଷି ବିଶାରଦ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ଅସୁସ୍ଥତା କାରଣରୁ ଗତ ୧୬ ତାରିଖରେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ସ୍ୱାସ୍ଥ୍ୟାରେ ସୁଧାର ନ ଆସିବାରୁ ତାଙ୍କୁ ୧୭ ତାରିଖରେ ଏସସିବି କଟକ ସ୍ଥାନାନ୍ତର କରାଯାଇଥିଲା. ସ୍ୱତନ୍ତ୍ର । ପାଞ୍ଚ ଜୋଣିଆ ଡାକ୍ତରଙ୍କ ପ୍ରୟାସ ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଶେଷରେ ବିଦାୟ ନେଇଥିଲେ କଳିଙ୍ଗ ମାଟିର ଏହି ସୁପୁତୀ ତାଙ୍କର ମୃତ୍ୟୁ କୁ ନେଇ କୋରାପୁଟ ଜିଲ୍ଲାରେ ସଖ ଛାୟା ଖେଳିଯାଇଛି. ପୂଜାରୀଙ୍କ ପରଲୋକ ଘଟିଛି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ କମଳା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ କିଡନୀ ଜନିତ ରୋଗରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ୱାରା କମଲା ପୂଜାରୀ ପଦ୍ମ ଶ୍ରୀ ରେ ସୋମ୍ମାନିତ ହଇଥିଲେ. କୋରାପୁଟ ରେ କମଲା ପୂଜାରୀଙ୍କ ଶେଷ ସମ୍ପନ୍ନ କରାଯିବ. କୋମଲାଙ୍କ ବିୟୋଗ ରେ କୋରାପୁଟ ଜିଲ୍ଲାରେ ସଖର ଛାୟା ଖେଳି ଯାଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପ୍ରଶାସନ କରିବ – ଜିଲ୍ଲାପାଳ, ନୂଆପଡା 

masiha

ନୀଳଗିରି ବନ୍ଦ ଡାକରା ଦେଲା ନିଳଗିରି କ୍ରିୟାନୁଷ୍ଠାନ କମିଟି

masiha

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଧିରେଜ ଲେଙ୍କା ଙ୍କ ଲୋକପ୍ରିୟତା ବଢୁଛି!ଚୋରା ମଦ ବେପାରୀ ଙ୍କ ମନରେ କୋକୁଆଭୟ

masiha

Leave a Comment

error: Content is protected !!