ପଞ୍ଚାୟତ ସମିତି ବୈଠକରୁ ବାଛନ୍ଦ ହୋଇ ସରପଞ୍ଚ,ସମିତି ସଭ୍ୟଙ୍କ ଅନଶନର ଦ୍ଵିତୀୟ ଦିନରେ ଵ୍ଲକ କାର୍ଯ୍ୟାଳୟ ଅଚଳ
ରାଜନଗର -20.7.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ପଞ୍ଚାୟତ ସମିତି ବୈଠକରୁ ବାଛନ୍ଦ ହୋଇ ଗତକାଲି ଠାରୁ ସରପଞ୍ଚ ଦିଲ୍ଲିପ ରାଉତ, ସମିତି ସଭ୍ୟ ପ୍ରଶାନ୍ତ କୁମାର ରାଉତ, ତିଳୋତମା ବରାଳ, ପୁଷ୍ପଲତା ସିହ, ପ୍ରେମଲତା ଦାସ, ଶ୍ୟାମଳୀ ମାଇତି, କେତକୀ ମହାନ୍ତି, ଜନ୍ମଜୟ ସେଠୀ, ଅଭୟ ଖଣ୍ଢୁଆଳ ପ୍ରମୁଖ ଗଣତନ୍ତ୍ରରେ ନ୍ୟାୟ ଦାଵୀରେ ଶାନ୍ତିପୂର୍ଣ୍ଣ ଅନଶନରେ ବସିଥିଲେ ମଧ୍ୟ ଜିଲ୍ଲାପାଳଙ୍କର ପାଦ ପଡି ନଥିବା ବେଳେ ବିଧାୟକଙ୍କ ସମର୍ଥକମାନେ ଅନଶନ କାରୀଙ୍କୁ ଆକ୍ରମଣ କରିବାକୁ ପଛାଇନଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୁଚନା ଯୋଗ୍ୟ ଗତକାଲି ରାଜନଗର ପଞ୍ଚାୟତ ସମିତି ସଭାଗୃହରେ ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ଅଧ୍ୟକ୍ଷତାରେ ବର୍ଷେ ଛମାସରେ ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ବିଧାୟକ ଧୃଵ ସାହୁ ଉପସ୍ଥିତ ଥିବା ବେଳେ ବିଡିଓ ନିଶାନ ମିଶ୍ର ଗତ ବିବରଣୀ ଏଵଂ ବିଭିନ୍ନ ପ୍ରକଳ୍ପମାନ ପାଠ କରୁଥିଲେ। ସମିତି ସଭ୍ୟ/ସଭ୍ୟା ଓ ସରପଞ୍ଚଙ୍କ ଅଗୋଚରରେ ବିଧାୟକଙ୍କ ନିର୍ଦ୍ଦେଶରେ ଫଲସ୍ ବିଲ କାମ ନହୋଇ ଗୋଟିଏ କାର୍ଯ୍ୟକୁ ଏକାଧିକ ଥର କରାଯାଇଥିବା କାଗଜ କଲମରେ ଦର୍ଶାଇ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଏହି ବୈଠକରେ ଅନଶନରେ ବସିଥିବା ୯ ଜଣ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଵିଡିଓଙ୍କୁ ଅନୀୟମିତ ନେଇ ପ୍ରଶ୍ନ ପଚାରିଥିଲେ। ହେଲେ ଦୁର୍ନୀତିର ଫର୍ଦ୍ଦାଫାସ ହେଵା ଭୟରେ ବିଡିଓଙ୍କ ବଦଳରେ ବିଧାୟକ ଶ୍ରୀ ସାହୁ ସମ୍ପୃକ୍ତ ସଭ୍ୟ/ସଭ୍ୟା ସରପଞ୍ଚଙ୍କ ପ୍ରଶ୍ନକୁ ଗୁରୁତ୍ବ ନ ଦେବାରୁ ଗୃହରେ ହୋହଲ୍ଲା ହୋଈଥିଲା। ଶେଷରେ ବିଧାୟକଙ୍କ ନିର୍ଦ୍ଦେଶରେ ତାଙ୍କ ସମର୍ଥକ ଓ ପୋଲିସ ବୈଠକରୁ ଏହି ୯ଜଣ ପୁରୁଷ ଓ ମହିଳା ସଦସ୍ୟଙ୍କୁ ଧକ୍କାମାରି ସଭାଗୃହରୁ ବାହାର କରିଦେଇଥିବା, ଅଭିଯୋଗ ହୋଇଛି। ଏହାଛଡା କେତେକ ମହିଳା ସଦସ୍ୟାଙ୍କୁ ଧକ୍କାମାରିଵାକୁ ପଛାଇ ନଥିଲେ। ଏପରିକି ଦୁର୍ନୀତିର ପେଡି ପ୍ରକାଶ ପାଇଵା ଭୟରେ ଵିଧାୟକଙ୍କର ହାତବାରିସି ସାଜିଥିବା ବିଡିଓ ଶ୍ରୀ ମିଶ୍ର ସାମ୍ଵାଦିକମାନଙ୍କୁ ମଧ୍ୟ ଭିତରକୁ ବାରଣ କରି ରୁଦ୍ଧ ଦ୍ବାର ଵୈଠକ କରିଥିଲେ। ଏପରି ଅଗଣତାନ୍ତ୍ରିକ ଉପାୟରେ ହେଉଥିବା ଦୁର୍ନୀତିର ଘଣ୍ଟ ଘୋଡା ବୈଠକରେ ଲୋକପ୍ରତିନିଧିଙ୍କ କଣ୍ଠରୋଧ ଵିରୋଧରେ ଉଚିତ ନ୍ୟାୟ ଓ ଭିଜିଲାନ୍ସ ଇଡି ତଦନ୍ତ ଦାବୀରେ ଆମରଣ ଅନଶନରେ ବସିଥିଲେ ଏହି ବାଛନ୍ଦ ସଦସ୍ୟମାନେ ।କିଛି ସମୟପରେ ବିଧାୟକ, ଅଧ୍ୟକ୍ଷା ଓ ବିଡିଓ ମିଶି ଅନଶନକାରୀଙ୍କୁ ଉଠିଯିବାକୁ ଅନୁରୋଧ କରିଥିଲେ ମଧ୍ୟ ଜିଲ୍ଲାପାଳ ନ ଆସିବା ପର୍ଯ୍ୟନ୍ତ ଅନଶନରେ ବସି ରହିଵେ ବୋଲି ଅନଶନକାରୀ କହିଥିଲେ। ଆହୁରି ମଧ୍ୟ ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ ଅନଶନକାରୀ ପ୍ରଶାନ୍ତ ରାଉତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିଫଳ ହୋଇଥିଲେ, ଶ୍ରୀ ରାଉତ ଉପ-ଜିଲ୍ଲାପାଳଙ୍କୁ କହିଥିଲେ କାଲିର ବୈଠକକୁ ବାତିଲି କରାଯାଉ, ଭିଜିଲାନ୍ସ ଓ ଇଡି ତଦନ୍ତ କରନ୍ତୁ।ଆଜି ଅନଶନ କାରୀ ମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ମୁଖ୍ୟ ଗେଟ ତଥା ବିଡିଓଙ୍କ କୋଠରୀ ଅବରୋଧ କରି ବିଡିଓ ସମେତ କର୍ମଚାରୀମାନଙ୍କୁ ଅଫିସକୁ ନ ଛାଡିବା ଦ୍ବାରା କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଵନ୍ଦ ରହିଥିଲା। ଏହା ଦେଖି ଅନଶନକାରୀଙ୍କୁ ଵିଧାୟକଙ୍କ ଆନୁଗତ୍ୟ ମାନେ ପୋଲିସ ଉପସ୍ଥିତିରେ ବାରମ୍ଵାର ଆକ୍ରମଣ କରିବାକୁ ଧାଇଁ ଆସି ଗୁଣ୍ଡାଗିରିର ପରିଚୟ ଦେଇଥିବା ଅଭିଯୋଗ ହୋଇଛି। ଅନଶନ କାରୀଙ୍କୁ ସମର୍ଥନ ଜଣାଇ ବିଜେପି ଓ କଂଗ୍ରେସର ବିକ୍ରମ ବାରିକ, ରାଜୀବ ଲୋଚନ ନାୟକ, ନିମାଇଁ ଚରଣ ରାଉତ, ଶ୍ରୀ ଧର ପ୍ରଧାନ, ଅଜୟ ଲେଙ୍କା, ସହଦେଵ ସାହୁ, ଦିଲ୍ଲୀପ ସିହ, ସୁକାନ୍ତ ଦାସ, ପ୍ରଦୀପ ଦାସ, ଦେଵ, ରୋହିତ, ସମେତ ଶତାଧିକ ଉଭୟ ଦଳର ସମର୍ଥକମାନେ ଅନଶନ କାରୀଙ୍କୁ ସମର୍ଥନ ଜଣାଇ ଅନଶନରେ ବସିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଜିଲ୍ଲାପାଳ ଅନଶନକାରୀଙ୍କ ପାଖରେ ପହ୍ଁଞ୍ଚି ପାରିନାହାନ୍ତି।
କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!


