ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସଚେତନତା ଶିବିର ଅନୁଷ୍ଠିତ

ପରିବେଶ ସଚେତନତା ଶିବିର ଅନୁଷ୍ଠିତ

ଜୁନାଗଡ଼, ତା ୨୦/୦୭:(ମନିସ )ରଜପୁର ସ୍ଥିତ ସୁଧାଂଶ ଶେଖର ଉଚ ବିଦ୍ୟାଳୟ, (କର୍ଲାକୋଟ) ପରିସରରେ ସମ୍ବାଦ ସାହିତ୍ୟ ଘର ଜୁନାଗଡ଼ ଶାଖା ଆନୁକୁଲ୍ୟରେ ପରିବେଶ ସୁରକ୍ଷା ଆଧାରିତ ଏକ ସଚେତନ ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ସୁଧାଂଶୁ ଶେଖର ନେଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାଟିକୁ ପରିଚାଳନା କରିଥିଲେ ଅଧ୍ୟକ୍ଷ ମାନସ ରଞ୍ଜନ ପଣ୍ଡା । ମୁଖ୍ୟ ଅତିଥି ଭାବେ କର୍ତ୍ତବ୍ୟର ନିର୍ଦେଶକ ଅଶୋକ ପଟ୍ଟନାୟକ ଯୋଗ ଦେଇଥିଲେ। ବିଶିଷ୍ଟ ସମାଜସେବୀ ଆଡଭୋକେଟ ବିଶ୍ଵନାଥ କର, ଜୁନାଗଡ଼ ବନ ବିଭାଗର ବନପାଳ ଶ୍ରୀକାନ୍ତ ପଟ୍ଟନାୟକ ଓ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ ଫୁଲେ ସମ୍ମାନିତ ଅତିଥି ଭାବେ, ମୁଖ୍ୟବକ୍ତା ଭାବେ କବି ଅଜୟ ଦାସ ବକ୍ତଵ୍ୟ ରଖିଥିଲେ। ସମ୍ବାଦ ସାହିତ୍ୟ ଘରର ସଦସ୍ୟ ଯୁବ କବି ନବଘନ ସାହୁ, କବୟିତ୍ରୀ ପଲ୍ଲବି ଦାସ, ଜୁନାଗଡ଼ ବ୍ଲକ ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗଭୀର ଚିନ୍ତାବ୍ୟକ୍ତକରି ଥିଲେ। ବିଶ୍ଵର ସୁରକ୍ଷା ପାଇଁ ବୃକ୍ଷ ରୋପଣ ସହ ତାହାର ରକ୍ଷଣବେକ୍ଷଣର ଗୁରୁ ଦାୟିତ୍ବ ନେଇ ଛାତ୍ର ଛାତ୍ରୀମାନେ ଯତ୍ନବାନ ହେବା ଏବଂ ବୃକ୍ଷ୍ ରୋପଣକୁ ଫେସନ୍ ପରିବର୍ତେ ପେସନ ଭାବେ ଗ୍ରହଣ କରିବା ବର୍ତ୍ତମାନ ସମୟର ଆହ୍ବାନ ବୋଲି ସାମୁହିକ ଅଭିମତ ପ୍ରକାଶ ପାଇଥିଲା।ଛାତ୍ରୀମାନଙ୍କ ମଧ୍ୟରୁ ସୁଶ୍ରୀ ସରିତା ନାଗ ବୃକ୍ଷ ରୋପଣ ଉପରେ ଦେଇଥିବା ମାର୍ମିକ ବକ୍ତବ୍ୟ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ଯୁବ କବି କିରଣମୟ ସେନାପତି ,ମନୋଜ ମେହେର ,ବେଣୁଧର ବାଗ ,ଚନ୍ଦ୍ର ମୋହନ ମେହେର,ଗୋପାଳ ଚନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ମେହେର, ଜଙ୍ଗଲ ସୁରକ୍ଷା ଉପରେ ସ୍ଵରଚିତ କବିତା ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଯୁବ ରେଡକ୍ରସ ଶାଖାର ସମସ୍ତ ସଭ୍ୟ ବେଶ ଉତ୍ସାହ ଉଦ୍ଦୀପନାରେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ। ଯୁବ ସମାଜସେବୀ ଭିକାରୀ ମହାଳିକ, ବିଦ୍ୟାଳୟର ଅଧ୍ୟାପକ ଦଶମନ୍ତ ରଣା, ଆତ୍ମାରାମ ପାଢ଼ୀ ଓ ଅଧ୍ୟାପିକା ଅର୍ଘ୍ୟାନଜଲି ଭୋଇ ଓ କର୍ମଚାରୀ ମଧୁସୂଦନ ନାୟକ, ସଞ୍ଜୟ ଗହୀର, ଉମାକାନ୍ତ ନାୟକ ସହଯୋଗ କରିଥିଲେ । ସଭାପତି ସୁଧାଂଶୁ ନେଗୀଙ୍କ ହୃଦୟସ୍ପର୍ଶୀ ଵକ୍ତବ୍ୟ ପରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଅଧ୍ୟକ୍ଷ ମାନସ ରଞ୍ଜନ ପଣ୍ଡା। ବନପାଳ ଶ୍ରୀକାନ୍ତ ପଟ୍ଟନାୟକ ଓ ସୁନ୍ଦର ମୋହନଙ୍କ ତତ୍ତ୍ଵାବଧାନରେ, ଉପସ୍ଥିତ ଅତିଥି ଓ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର 

masiha

କଳାହାଣ୍ଡି ଜିଲ୍ଲାର ସାହାଜଖୋଲ ରେ ଦନ୍ତାହାତୀ ପଶିଥିବା ସନ୍ଦେହ, ବନ ବିଭାଗ ପକ୍ଷରୁ ଗତିବିଧି ଅନୁଧ୍ୟାନ

Sunil Chandra Nayak

ଗତ ଅକ୍ଟୋବର ୨ ତାରିଖ ବର୍ଷା ଯୋଗୁଁ ବଢ଼ି ପାଣି ରେ ଭାସି ଯାଇଥିବା ମୃତ୍ୟୁ ଶରୀର ସନ୍ଧେହ ରେ ଏକ ଶବ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!