ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ୁମେରଗୁଡା ରେ ନୂତନ ଧାନ ମଣ୍ଡି ଉଦଘାଟିତ

ଡ଼ୁମେରଗୁଡା ରେ ନୂତନ ଧାନ ମଣ୍ଡି ଉଦଘାଟିତ

ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ ଡ଼ୁମେରଗୁଡା ଠାରେ ରବିବାର ସକାଳ ୧୧ ଟା ରେ ନୂତନ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ନଳିନୀ ପ୍ରଭା ବେହେରା ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବରେ ଅପରେଶ ସ୍ୱାଇଁ, ହରେକୃଷ୍ଣ ପଣ୍ଡା, ହିମାଂଶୁ ପଣ୍ଡା, ପୂର୍ବତନ ସମିତି ସଭ୍ୟ ଶ୍ୟାମ ଲାଲ ବେହେରା,ମୁକୁନ୍ଦ ପଣ୍ଡା, ଚିତ୍ତରଞ୍ଜନ ବେହେରା ପ୍ରମୁଖ ମଞ୍ଚାସିନ ହୋଇ ନୂତନ ଧାନ ମଣ୍ଡି ର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ କୁ ଚିତ୍ତରଞ୍ଜନ ବେହେରା ପରିଚାଳନା କରିଥିଲେ। ଡ଼ୁମେରଗୁଡା, କେରମୁଣ୍ଡା, କନ୍ଦାମାଳ, ମୁଖିଗୁଡା, ବାଞ୍ଜିପଦର, କିର୍କାକାନି ର ଚାଷୀ ଉକ୍ତ ମଣ୍ଡି ରେ ଧାନ ବିକ୍ରି କରିପାରିବେ ବୋଲି ସରପଞ୍ଚ ନଳିନୀ ପ୍ରଭା ବେହେରା ସୂଚନା ଦେଇଥିଲେ ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସେକ୍ଟର – ୧୪, ଲକ୍ଷ୍ମୀ ନାରାୟଣ ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ଜିଲ୍ଲାସ୍ତରୀୟ ବିକାଶ ମେଳା  ୨୦୩୬ ମସିହା ବେଳକୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ_ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 

masiha

Leave a Comment

error: Content is protected !!