ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର ବ୍ଳକ ସ୍ଥିତ ସମାଗୁଡାରେ ମାଘ ଟୋକି ପର୍ବ ପାଳିତ

ଥୁଆମୂଳ ରାମପୁର: ୩୦/୦୧ (ମ.ନି.ସ):- ବର୍ଷର ୧୨ ମାସରେ ଆଦିବାସୀ ଜନଜାତିଙ୍କ ବିଭିନ୍ନ ପର୍ବପର୍ବାଣି ମଧ୍ଯରୁ ଟୋକ ପର୍ବଟି ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସେମାନଙ୍କର ବିଶ୍ୱାସ ରହିଛି ଯେ,ଏହି ଟୋକି ପର୍ବ ପାଳନ କରିବା ଦ୍ବାରା ଭଲ ଫସଲ ଅମଳ ହେବା ସହିତ ଗାଁର ମଙ୍ଗଳ ବିଧାନ ଭଳି ବିଭିନ୍ନ ରୋଗରୁ ଗ୍ରାମବାସୀଙ୍କୁ ମୁକ୍ତି ମିଳିବା ସହିତ ସମସ୍ତ ପ୍ରକାର ମଙ୍ଗଳ ହୋଇଥାଏ। ବିଶେଷ କରି ଆଦିବାସୀଙ୍କର ମୁଖ୍ୟ ହେଲା ଟୋକି ପର୍ବ ଏହି ପର୍ବ କରିବା ଦ୍ବାରା ମାଁ ମାଟି ଶାନ୍ତି ଲାଭ କରିଥାନ୍ତି ବୋଲି ତାଙ୍କର ବିଶ୍ବାସ ବହୁ ପୁରାତନ ଯୁଗରୁ ଚଳି ଆସିଛି। ଏହି ପର୍ବଟି ତାଙ୍କର ସଂସ୍କୃତି ଓ ପାରମ୍ପାରିକ ପର୍ବ। ଟୋକି ପର୍ବ ପାଳନ କରିବା ବର୍ଷକ ଆଗରୁ ମାଘ ଟୋକି ପର୍ବ ଭାବରେ ପାଳନ କରିଥାନ୍ତି। ଏହାକୁ ଆଧାର କରି ଦୀର୍ଘ ୨୦ ବର୍ଷ ବ୍ଯବଧାନରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ସମାଗୁଡା ଠାରେ ମାଘ ଟୋକି ପର୍ବ ପାଳିତ ହୋଇଥିଲା। ପୁଣି ଆସନ୍ତା ୨୦୨୪ ମସିହାରେ ଟୋକି ପର୍ବ ପାଳନ ହେବାକୁ ଥିବାବେଳେ ତା ୨୯/୦୧/୨୦୨୩ ରିଖ ରବିବାର ଦିନ ମାଘ ଟୋକିପର୍ବ ନାମକ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ଅଧିବାସୀଙ୍କ ଦ୍ଵାରା ସମସ୍ତ ଜାତି ଧର୍ମ ନିର୍ବିଶେଷରେ ଏକଜୁଟ ହୋଇ ଆଖପାଖରେ ଥିବା ବନ୍ଧୁ ବାନ୍ଧବ ଗ୍ରାମକୁ ନିମନ୍ତ୍ରଣ କରାଯାଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା ପୂର୍ବକ ଆଜ୍ଞାମାଳ ମାଗି ଧରଣୀ ମାଁ ଙ୍କୁ ପୂଜାର୍ଚ୍ଚନା କରାଯାଥିଲା ଗ୍ରାମର ସମସ୍ତ ବୃଦ୍ଧିଜୀବୀ, ଜନସାଧାରଣ ସମେତ୍ ଜାନି ଦିଶାରୀ ରପିଆ, ପୁଝାରୀ, ଗହନ୍ତିଆ ସମସ୍ତେ ଉପସ୍ଥିତ ରହିଥିଲେ।,ଏହି ପର୍ବ ଆୟୋଜନ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଥିଲା ଏଥିରେ ପୂର୍ବତନ ସରପଞ୍ଚ ଶ୍ରୀ ଅମରସିଂ ମାଝୀ ଓ ଶ୍ରୀ ପରମେଶ୍ବର ନାଏକଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ମାଁ ମାଟି ପୂଜାକମିଟିର ସଭାପତି ଭାବରେ ଶ୍ରୀ ହିତେଶ କୁମାର ନାଏକଙ୍କୁ ମନୋନୀତ କରାଯାଇ ଥିବାବେଳେ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ଶ୍ରୀ ଗୁଣେଶ୍ବର ନାଏକ, ଶ୍ରୀ ବିପିନ ବିହାରୀ ନାଏକ, ଶ୍ରୀ ବିଜୟ ମାଝୀ, ଶ୍ରୀ ଧନସିଂ ମାଝୀ, ଶ୍ରୀ ନରେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ମାଘ ଟୋକିପର୍ବ ଅବସରରେ ଏକ ସାଂସ୍କୃତିକ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। ମାଘ ଟୋକି ପର୍ବଟି ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଥିଲା।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ 

Sunil Chandra Nayak

ବିକାଶର ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ “ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା ସମାବେଶ” ଅନୁଷ୍ଠିତ 

Sunil Chandra Nayak

ସଚେତନ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ 

Sunil Chandra Nayak

Leave a Comment

error: Content is protected !!